Advertisment

ଇମ୍ରାନ ଖାନଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ କହିଲେ ବିରୋଧୀ ଦଳ ନେତା

ଏଥିସହ ସେ ଇମ୍ରାନ ଖାନଙ୍କୁ ଜାମିନ ଦେଇଥିବା କୋର୍ଟଙ୍କୁ ମଧ୍ୟ ସଂସଦ ଭିତରେ ଛିଡ଼ା ହୋଇ ସମାଲୋଚନା କରିଛନ୍ତି।

author-image
Hemant Lenka
Imran Khan

Imran Khan

ପାକିସ୍ତାନ ସଂସଦର ବିରୋଧୀ ଦଳ ନେତା ରାଜା ରିୟାଜ ଅହମଦ ପୂର୍ବନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି। ଏଥିସହ ସେ ଇମ୍ରାନ ଖାନଙ୍କୁ ଜାମିନ ଦେଇଥିବା କୋର୍ଟଙ୍କୁ ମଧ୍ୟ ସଂସଦ ଭିତରେ ଛିଡ଼ା ହୋଇ ସମାଲୋଚନା କରିଛନ୍ତି।

Advertisment

ସେ ଗୃହରେ କହିଛନ୍ତି, “ଇମ୍ରାନ ଖାନଙ୍କୁ ସର୍ବସମ୍ମୁଖରେ ଫାଶୀ ଦେବା କଥା। କିନ୍ତୁ କୋର୍ଟ ତାଙ୍କୁ ସ୍ୱାଗତ କରୁଛନ୍ତି। ସତେ ଯେମିତି ଇମ୍ରାନ ତାଙ୍କ ଜ୍ୱାଇଁ। ଯଦି ଏହି ଇହୁଦି ଏଜେଣ୍ଟଙ୍କ ପାଇଁ ବିଚାରପତିମାନେ ଏତେ ଖୁସି, ତା’ହେଲେ ସେମାନେ ପାକିସ୍ତାନ ତେହରିକ-ଇ ଇନସାଫରେ ସାମିଲ ହୋଇଯାଆନ୍ତୁ।

ଦଳରେ ଅନେକ ପଦ ଖାଲି ରହିଛି। ପିଟିଆଇ ଟିକେଟରେ ସେମାନେ ନିର୍ବାଚନ ଲଢ଼ନ୍ତୁ। ସେମାନଙ୍କ ସ୍ଥାନରେ ଗିରବ ଲୋକଙ୍କୁ ନ୍ୟାୟ ଦେଉଥିବା ବିଚାରପତିମାନେ ଆସିବେ।”

Advertisment

ଇମ୍ରାନ ଖାନଙ୍କ ପିଟିଆଇର କର୍ମୀମାନେ ପୂରା ଦେଶରେ ଭଙ୍ଗାରୁଜା ସହ ପୋଡ଼ାଜଳା କରିବା ଘଟଣାରେ ରାଜା ରିୟାଜ କହିଛନ୍ତି, “ପୂରା ସଂସଦ ଏଥିପାଇଁ ଲଜ୍ଜିତ। ପୂରା ଦେଶ ମଧ୍ୟ ଲଜ୍ଜିତ।”

ଅନ୍ୟପକ୍ଷରେ ଆଜି ପାକିସ୍ତାନରେ କ୍ଷମତାସୀନ ମେଣ୍ଟ ସରକାରର ସଦସ୍ୟମାନେ ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇମ୍ରାନ ଖାନଙ୍କୁ କୋର୍ଟ ଗିରଫଦାରୀରୁ ସୁରକ୍ଷା ଦେଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି।

Pakistan Imran Khan