Advertisment

ଜାମିନ ପାଇବା ପରେ ଦେଶବାସୀଙ୍କୁ ଇମ୍ରାନଙ୍କ ସମ୍ବୋଧନ, ଆର୍ମି ଅଫିସରଙ୍କୁ କଲେ ଟାର୍ଗେଟ

ଦେଶର ସେନା ବାହାନୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ଓ ଏହାର ନେତାମାନଙ୍କୁ ଟାର୍ଗେଟ କରି ଗିରଫ କରିବାରେ ଲାଗିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Imran Khan

Imran Khan

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମିନରେ ମୁକୁଳିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଜେଲରୁ ମୁକୁଳିବା ପରେ ପ୍ରଥମଥର ପାଇଁ ଭାଷଣ ଦେଉଥିବା ଇମ୍ରାନ ସିଧାସଳଖ ଆର୍ମ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି। ସେ ଦେଶରେ ସେନା ବାହିନୀକୁ ନିଜସ୍ୱ ଦଳ ଗଠନ କରି ସିଧାସଳଖ ରାଜନୀତିକୁ ଆସିବା ପାଇଁ ବି ପରାମର୍ଶ ଦେଇଛନ୍ତି। 

Advertisment

ଦେଶର ସେନା ବାହାନୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ଓ ଏହାର ନେତାମାନଙ୍କୁ ଟାର୍ଗେଟ କରି ଗିରଫ କରିବାରେ ଲାଗିଛି। ଇମ୍ରାନଙ୍କୁ ମଧ୍ୟ ପାକ୍‌ ରେଞ୍ଜର୍ସମାନେ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ଟେକି ନେଇ ଗିରଫ କରିଥିଲେ। ଏହାକୁ ନେଇ ଇମ୍ରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ସେନା ବାହିନୀରେ ଥିବା ନେତୃବୃନ୍ଦ ନିଜର ପିଟିଆଇ ବିରୋଧୀ ଆଭିମୁଖ୍ୟକୁ ପାକିସ୍ତାନର ସୁରକ୍ଷା ପାଇଁ ବଦଳାନ୍ତୁ। ଦେଶକୁ ବିପର୍ଯ୍ୟୟ ମଧ୍ୟକୁ ଠେଲିବା ପାଇଁ ଯୋଜନା ହୋଇ ସାରିଛି।” ୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ ଦେବା ପରେ ସେ ଲାହୋର ସ୍ଥିତ ନିଜ ବାସଭବନକୁ ଯାଇଛନ୍ତି। ସେଠାରୁ ସେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି।

Advertisment

ପାକିସ୍ତାନର ଆଇଏସପିଆର ନିର୍ଦ୍ଦେଶକ ମେଜର ଜେନେରାଲ ଅହମଦ ଶରିଫ ଚୌଧୁରୀ ନିଜର ବିବୃତିରେ ଇମ୍ରାନ ଖାନଙ୍କୁ ଠକ, ମିଛୁଆ ଓ ଆର୍ମି ବିରୋଧୀ ବୋଲି କହିଥିଲେ। ଏହାକୁ ନେଇ ସେ ମେଜର ଜେନେରାଲଙ୍କୁ ଟାର୍ଗେଟ କରିଛନ୍ତି।

ଇମ୍ରାନ ଖାନ କହିଛନ୍ତି, “ମିଷ୍ଟର ଡିଜି ଆଇଏସପିଆର ମୋତେ ଶୁଣନ୍ତୁ- ମୁଁ ଯେତେବେଳେ ମୋ ଦେଶକୁ ବିଶ୍ୱସ୍ତରରେ ପ୍ରତିନିଧିତ୍ୱ କରୁଥିଲି ସେତେବେଳେ ତମେ ଜନ୍ମ ବି ହୋଇ ନଥିଲ। ମୋତେ ଠକ ଓ ଆର୍ମି ବିରୋଧୀ କହିବାକୁ ପୂର୍ବରୁ ତୁମକୁ ଲଜ୍ଜାବୋଧ ହେବା ଦରକାର। ମିଲିଟାରୀର ମିଡିଆ ୱିଙ୍ଗ ଆଇଏସପିଆର କେବେ ହେଲେ ଜଣେ ରାଜନେତାଙ୍କ ବିରୋଧରେ ଏପରି ବୟାନ ଦେବାର ନଜିର ନଥିଲା। ତମେ ରାଜନୀତିକୁ ଡେଇଁଛ। କାହିଁକି ତମେ ନିଜର ଗୋଟିଏ ରାଜନୀତିକ ଦଳ ଗଠନ କରୁନ? ରାଜନୀତିକ ଦଳରେ ରହି ଏପରି ମନଗଢ଼ା କଥା କହିପାରିବ।”

ନିଜର ଭାଷଣ ବେଳେ ଇମ୍ରାନ ଆହୁରି କହିଛନ୍ତି, “ପାକିସ୍ତାନ ଆର୍ମିର ଛବି ମୁଁ ପ୍ରଧାନମନ୍ତ୍ରୀ ଥିବା ବେଳେ ଭଲ ଥିଲା ନା ଏବେ ଭଲ ରହିଛି? ମୋ ଶାସନ ସମୟରେ ଲୋକମାନେ ଆର୍ମିକୁ ପସନ୍ଦ କରୁଥିଲେ। ଯେତେବେଳେ ଜଣେ ଆର୍ମି ମୁଖ୍ୟ (ଅବସର ପ୍ରାପ୍ତ ଜେନେରାଲ କମାର ଜାଭେଦ ବାଜୱା) ମୋତେ ପଛପଟୁ ଛୁରା ମାରିଲେ ଓ ପାକିସ୍ତାନର କ୍ଷମତା ଡୋରି ସବୁଠାରୁ ଦୁର୍ନୀତି ଖୋର ଅପରାଧୀମାନଙ୍କୁ ଦେଇଦେଲେ ସେତେବେଳେ ଲୋକମାନେ ଆର୍ମିକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏସବୁ ମୋ ପାଇଁ ନୁହେଁ, ଆର୍ମିକ ମୁଖ୍ୟଙ୍କ କାର୍ଯ୍ୟକଳାପ ଯୋଗୁ ହୋଇଛି। ଲୋକମାନେ ଆର୍ମିକୁ ଟାର୍ଗେଟ କରୁଛନ୍ତି ଓ ସମାଲୋଚନା କରୁଛନ୍ତି।”

Pakistan Imran Khan