Advertisment

ପାକିସ୍ତାନ ଆର୍ମି ମୁଖ୍ୟାଳୟରେ ଧସେଇ ପଶିଲେ ବିକ୍ଷୋଭକାରୀ, କମାଣ୍ଡରଙ୍କ ଘରେ ଲଗାଇଲେ ନିଆଁ

ସ୍ଥିତି ଏପରି ହୋଇଛି ଯେ ଆର୍ମି ମୁଖ୍ୟାଳୟ ବାହାରେ ଶତାଧିକ ବିକ୍ଷୋଭକାରୀ ଏକାଠି ହେବା ସହ ପଥର ମାଡ଼ କରିଛନ୍ତି। ସେମାନେ ଏହା ଭିତରକୁ ମଧ୍ୟ ଧସେଇ ପଶିଛନ୍ତି।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇ ପଡ଼ିଛି ପୂରା ଦେଶ। ଇମ୍ରାନ ଖାନଙ୍କ ଦଳ ପିଟିଆଇର ଶତାଧିକ କର୍ମୀ ଓ ନେତା ପୂରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥିତିକୁ ଦେଖି ସରକାର ୧୪୪ ଧାରା ଲାଗୁ କରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି।

Advertisment

ସ୍ଥିତି ଏପରି ହୋଇଛି ଯେ ଆର୍ମି ମୁଖ୍ୟାଳୟ ବାହାରେ ଶତାଧିକ ବିକ୍ଷୋଭକାରୀ ଏକାଠି ହେବା ସହ ପଥର ମାଡ଼ କରିଛନ୍ତି। ସେମାନେ ଏହା ଭିତରକୁ ମଧ୍ୟ ଧସେଇ ପଶିଛନ୍ତି। ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ବାହାର କରିବା ପାଇଁ ଲୁହ ବୁହା ଗ୍ୟାସ ଠାରୁ ଆରମ୍ଭ କରି ପାଣି ମାଡ଼ କରିଥିଲେ ମଧ୍ୟ କିଛି ବି ଲାଭ ମିଳିନି। ସମୟ ବିତିବା ସହ ବିକ୍ଷୋଭ ଅଧିକ ତୀବ୍ର ହେବାରେ ଲାଗିଛି।

ସେହିପରି ଲାହାରୋ କ୍ୟାଣ୍ଟନମେଣ୍ଟରେ ଥିବା କ୍ରପ୍ସ କମାଣ୍ଡମାନଙ୍କ ଘର ଭିତରକୁ ମଧ୍ୟ ବିକ୍ଷୋଭକାରୀ ପ୍ରବେଶ କରି ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ସେଠାରେ ଥିବା କମାଣ୍ଡରଙ୍କ ଘରେ ନିଆଁ ଲଗାଇ ଦେବା ସହ ପଥର ମାଡ଼ କରିଛନ୍ତି। ଏଥିସହ ଇମ୍ରାନ ଖାନଙ୍କ ସପକ୍ଷରେ ନାରା ବାଜି କରି ତାଙ୍କୁ ହଇରାଣ ନ କରିବାକୁ ଚେତାବନୀ ଦେଇଛନ୍ତି। ଏହାବାଦ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀ ମୁହାମୁହିଁ ମଧ୍ୟ ହେବାର ଖବର ଆସିଛି। 

Advertisment

ବିକ୍ଷୋଭକାରୀମାନେ ପେଶାୱରରେ ଥିବା ରେଡିଓ ପାକିସ୍ତାନରରେ ନିଆଁ ଲଗାଇ ଦେଇଛନ୍ତି। ଏହା ହୁତୁହୁତୁ ହୋଇ ଜଳୁଥିବାର ଭିଡିଓ ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ପୁଲିସ୍‌କୁ ଆକ୍ରମଣ କରିଥିବା ବେଳେ ସେମାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଛି। ସ୍ଥିତି ଧୀରେଧୀରେ ଅଣାୟାତ୍ତ ହେଉଥିବାରୁ ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳି ଚଳାନା କରିଥିବା ରିପୋର୍ଟ ପ୍ରକାଶ ପାଇଛି। 

ଆଜି ଇମ୍ରାନ ଖାନ ଗୋଟିଏ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ପରିସରରୁ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି।

ପାକିସ୍ତାନ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ଏପରି ଗିରଫଦାରୀ ହୋଇଛି। ଇମ୍ରାନ ଖାନଙ୍କ ନାଁରେ ଏକାଧିକ ଏଫଆଇଆର ରୁଜୁ ହୋଇଥିଲା। ଏହି ଘଟଣାରେ ସେ ଜାମିନ ପାଇବା ପାଇଁ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଇଥିଲେ। ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟର ବାୟୋମେଟ୍ରିକ ରୁମରେ ରହିଥିଲେ। ଏହି ସମୟରେ ହଠାତ୍‌ ରେଞ୍ଜର୍ସମାନେ ଧସେଇ ପଶିଥିଲେ। ଏହାପରେ ତାଙ୍କ ଓକିଲଙ୍କୁ ମାଡ଼ ମାରି ଇମ୍ରାନ ଖାନଙ୍କୁ ଟେକି ନେଇ ଯାଇଥିଲେ।

କୋର୍ଟ ରୁମର କାଚ ଓ ଇମ୍ରାନ ଖାନଙ୍କ ଗାଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିବା ପିଟିଆଇ ଅଭିଯୋଗ କରିଛି।

ଗିରଫଦାରୀ ଖବରକୁ ନିଶ୍ଚିତ କରି ପିଟିଆଇ ନେତା ମୁସାରତ ଚୀମା କହିଛନ୍ତିଳ “ସେମାନେ ଏବେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି। ସେମାନେ ଖାନ ସାହେବଙ୍କୁ ମାଡ଼ ମାରୁଛନ୍ତି। ସେମାନେ ନିଶ୍ଚିତ ଭାବେ ଖାନ ସାହେବଙ୍କ ସହ କିଛି କରିବେ।”

ଗତବର୍ଷ ଏପ୍ରିଲ ମାସରେ ଆସ୍ଥା ଭୋଟ ଜରିଆରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ଏହାପରେ ତାଙ୍କ ନାଁରେ ଏକାଧିକ ଦୁର୍ନୀତି ଠାରୁ ଆରମ୍ଭ କରି ପଦର ଅପବ୍ୟହାର ଓ ଉପହାର ଲୁଟ ଭଳି ମାମଲା ରୁଜୁ କରାଯାଇଛି। ବିଭିନ୍ନ ମାମଲାରେ ସେ ଜାମିନ ମଧ୍ୟ ପାଇଛନ୍ତି। ତେବେ ଏସବୁ ଘଟଣା ପଛରେ ଇମ୍ରାନ ଖାନ ଆମେରିକାର ଷଡ଼ଯନ୍ତ୍ର ରହିଥିବା କହିଛନ୍ତି।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe