Advertisment

ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇମ୍ରାନଙ୍କ ଲାହୋର ବାସଭବନରେ ପୁଲିସ ପହଞ୍ଚିବା ପରେ ଏମିତି ଚର୍ଚ୍ଚା ହେଉଛି ।

ଅଦ୍ୟତନ ହୋଇଛି
Imran Khan

Imran Khan

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୁଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୁଲିସ ପହଞ୍ଚିବା ପରେ ଏମିତି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୁଲିସ ଗିରଫ ପରୱାନା ନେଇଇମ୍ରାନଙ୍କ ଘରକୁ ଯାଇଛି। କିଛି ଦିନ ଆଗରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟ ଆରେଣ୍ଟ ୱାରେଣ୍ଟ ଜାରି କରିଥିଲେ ।

Advertisment

ତୋଷଖାନା ମାମଲାରେ କୋର୍ଟରେ ହାଜର ନ ହେବାରୁ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିବାର ସୂଚନା ମିଳିଛି । ସବୁ ଫର୍ମାଲିଟି ପରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁମିଳିଥିବା ଉପହାରକୁ ଇମ୍ରାନ ବିକି ଦେଇଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ତାଙ୍କନାଁରେ ହୋଇଛି ମାମଲା । ତାଙ୍କ ଓକିଲ କହିଛନ୍ତି, ଆରେଷ୍ଟ ୱାରେଣ୍ଟ ବାତିଲ ପାଇଁ ଉପରକୋର୍ଟକୁ ଯିବେ । ସେପଟେ ଇମ୍ରାନଙ୍କ ଘରେ ପୁଲିସ ପହଞ୍ଚିବାର ଖବର ପରେ ତାଙ୍କର ସମର୍ଥକମାନେ ସେଠାରେ ଜମା ହେଲେଣି ।

Advertisment

ପୁଲିସ ସହ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଫୱାଦ ଖାନ କହିଛନ୍ତି ଯେ, ପୁଲିସ ଏବଂ ସରକାର ପରିସ୍ଥିତିକୁ ଠିକ ଭାବରେ ବୁଝିବା ଉଚିତ। ଇମ୍ରାନଙ୍କ ଗିରଫ ହେଲେ ପରିସ୍ଥିତି ଭୟଙ୍କର ହୋଇପାରେ।

ସେ ଆହୁରି କହିଛନ୍ତି ମୁଁ ପାକିସ୍ତାନ ବିରୋଧୀ ସରକାରଙ୍କୁ ଚେତାବନୀ ଦେଇଛି। ସରକାର ଏବଂ ପ୍ରଶାସନ ପାକିସ୍ତାନକୁ ଅସୁବିଧାରେ ପକାଇବା ଉଚିତ ନୁହେଁ। ଜମାନ ପାର୍କରେ ପହଞ୍ଚିବା ପାଇଁ ସେ ଦଳର କର୍ମୀଙ୍କୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ପାକିସ୍ତାନୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତୋଷଖାନା କ୍ୟାବିନେଟର ଏକ ବିଭାଗ । ଯେଉଁଠାରେ ଅନ୍ୟ ଦେଶର ସରକାର, ଓ ବିଦେଶୀ ଅତିଥିଙ୍କ ଦ୍ୱାରା ଦିଆଯାଉଥିବା ପୁରସ୍କାରକୁ ରଖାଯାଇଥାଏ । ନିୟମ ମୁତାବକ କୌଣସି ଅନ୍ୟଦେଶ କିମ୍ବା ପ୍ରମୁଖଙ୍କ ଦ୍ୱାରା ମିଳିଥିବା ପୁରସ୍କାର ତୋଷଖାନାରେ ରଖାଯିବା ଜରୁରୀ ।

ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା। ଏହାସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ୍ ତୋଷଖାନାରେ ଜମା କରିଥିଲେ । କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ । ଏସବୁ କରିବା ପାଇଁ ଇମ୍ରାନ ଖାନ ସରକାର ତାଙ୍କୁ ପୂର୍ଣ୍ଣ ଅନୁମତି ଦେଇଥିଲା ।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe