Advertisment

ଇମ୍ରାନ ଖାନ ଓ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଜେଲ୍‌

ମଙ୍ଗଳବାର ଇମ୍ରାନ ଖାନଙ୍କୁ ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଘଟଣାରେ ୧୦ ବର୍ଷର ଜେଲଦଣ୍ଡ ମିଳିଥିଲା।

author-image
Hemant Lenka
Imran Khan

Imran Khan

ତୋଷଖାନା ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟଙ୍କୁ ଇସଲାମାବାଦରେ ଥିବା ଦୁର୍ନୀତି ନିରୋଧ କୋର୍ଟ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଇମ୍ରାନଙ୍କ ଲିଗାଲ ଟିମ କହିଛି ଯେ ବୁଶରା ବିବି ଦଣ୍ଡାଦେଶ ପରେ ଜେଲରେ ଆତ୍ମସମର୍ପଣ କରିବେ।

Advertisment

ମଙ୍ଗଳବାର ଇମ୍ରାନ ଖାନଙ୍କୁ ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଘଟଣାରେ ୧୦ ବର୍ଷର ଜେଲଦଣ୍ଡ ମିଳିଥିଲା। ପାକିସ୍ତାନର ଗୋଟିଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଥିଲେ।

ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ସମେତ ତାଙ୍କ ଉପାଧ୍ୟକ୍ଷ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ସାଇଫର୍ ମାମଲାରେ ଉଭୟଙ୍କୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ରାୟ ଶୁଣାଇଥିଲେ।

Advertisment

ଏହି ଦଣ୍ଡାଦେଶର ଦିନକ ପରେ ଆଜି ତୋଷଖାନା ମାମଲାରେ ଇମ୍ରାନଙ୍କୁ ୧୪ ବର୍ଷର ଜେଲଦଣ୍ଡ ମିଳିଛି। ଆଜିର ରାୟ ପରେ ଇମ୍ରାନ ଖାନଙ୍କ ଟିମ କ୍ଷୋଭ ପ୍ରକାଶ କରିଛି। ତାଙ୍କ ମିଡିଆ ଟିମ କହିଛି, “ଆମ ନ୍ୟାୟିକ ବ୍ୟବସ୍ଥାରେ ଆଉ ଏକ ଦୁଃଖଦ ଦିନ। ନ୍ୟାୟିକ ବ୍ୟବସ୍ଥା ଧ୍ୱଂସ ହୋଇଗଲାଣି। ବିଚାର ବେଳେ କୌଣସି ପ୍ରଶ୍ନ ପଚରା ଗଲାଣି। ଚୂଡ଼ାନ୍ତ ଯୁକ୍ତି ଉପସ୍ଥାପନ ପାଇଁ ଅନୁମତି ମିଳିଲା ନାହିଁ। ନିଷ୍ପତ୍ତି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଶୁଣାଇ ଦିଆ ଗଲା ଭଳି ଲାଗୁଛି। ଏହା ଏକ ଅତ୍ୟନ୍ତ ଖରାପ ରାୟ। ଏହାକୁ ଆମେ ଚ୍ୟାଲେଞ୍ଜ କରିବୁ।”

ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏହାପୂର୍ବରୁ ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡ ପରେ ଜେଲ ଦଣ୍ଡ ମିଳି ଚାଲିଛି। ତୋଷଖାନା ମାମଲାରେ ପୂର୍ବରୁ ମଧ୍ୟ ଜିଲ୍ଲା କୋର୍ଟ ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ। ଏବେ କିନ୍ତୁ ସ୍ୱତନ୍ତ୍ର ଦୁର୍ନୀତି ନିରୋଧ କୋର୍ଟ ଇମ୍ରାନ ଓ ବୁଶରା ବିବିଙ୍କୁ ତୋଷଖାନା ମାମଲାରେ ୧୪ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଶବିଦେଶରୁ ମିଳିଥିବା ଉପହାର ଗୁଡ଼ିକୁ ଇମ୍ରାନ ଖାନ୍‌ ବିକ୍ରି କରିଦେଇଥିଲେ। ଏ ବାବଦରେ ସେ ପ୍ରାୟ ୧୪ କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏସବୁ ଉପହାର ପାକିସ୍ତାନ ସରକାରଙ୍କର ହୋଇଥିବାବେଳେ ଇମ୍ରାନ ସେଗୁଡ଼ିକୁ ବେଆଇନ ଭାବେ ନିଜର କରିଥିଲେ। ଏହାପରେ ସେଗୁଡ଼ିକ ଅଧିକ ଦାମରେ ବିକ୍ରି କରିଦେଇଥିଲେ।

Imran Khan Toshakhana Case Toshakhana Corruption