Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ଼; ହିଂସା ନେଲାଣି ୭ ଜୀବନ, ୩ଶହ ଗୁରୁତର

ଗତକାଲି ପ୍ରାୟ ୫ଶହରୁ ଅଧିକ ଇମ୍ରାନଙ୍କ ସମର୍ଥକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଲାହୋରସ୍ଥିତ ଘର ଉପରକୁ ୩ଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ଇମ୍ରାନ ଖାନଙ୍କ ଗିରଫଦାରୀ ପରଠୁ ବିଦ୍ରୋହ ନିଆଁରେ ଜଳୁଛି ପାକିସ୍ତାନ। ଇମ୍ରାନଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଜାତୀୟ ସମ୍ପତ୍ତିରେ ନିଆଁ ଲଗାଇବାକୁ ପଛାଉ ନାହାନ୍ତି। ଗତକାଲି ପ୍ରାୟ ୫ଶହରୁ ଅଧିକ ପିଟିଆଇ ସମର୍ଥକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଘର ଉପରକୁ ବୋମା ପକାଇଥିବା ଜଣାଯାଇଛି। ଏ ଯାବତ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ଯୋଗୁ ୭ ଜୀବନ ଯାଇ ସାରିଥିବା ବେଳେ ୩ଶହ ଜଣ ଗୁରୁତର ହୋଇଛନ୍ତି। ପାକିସ୍ତାନ ସେନାର ମିଡିଆ ସେଲ୍‌ (ISPR) ଗତ ୯ ତାରିଖରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଦେଖାଦେଇଥିବା ବିଦ୍ରୋହ ପାକିସ୍ତାନ ଇତିହାସରେ ଏକ କଳା ଅଧ୍ୟାୟ ବୋଲି ଉଲ୍ଲେଖ କରିଛି।

Advertisment

ଗତକାଲି ପ୍ରାୟ ୫ଶହରୁ ଅଧିକ ଇମ୍ରାନଙ୍କ ସମର୍ଥକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଲାହୋରସ୍ଥିତ ଘର ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହ କ୍ୟାମ୍ପସ୍‌ ଭିତରକୁ  ୩ଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉକ୍ତ ବାସଗୃହରେ ଉପସ୍ଥିତ ନ ଥିବା ବେଳେ କେବଳ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଏକ ପୁଲିସ୍‌ ପୋଷ୍ଟକୁ ଜାଳି ଦେଇଛନ୍ତି।

ଖବର ପାଇ ବହୁ ସଂଖ୍ୟାରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବାରୁ ଘଟଣାସ୍ଥଳରୁ  ପିଟିଆଇ କର୍ମୀ ସେଠାରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ବିକ୍ଷୋଭକାରୀମାନେ ଏଯାବତ ୧୪ ସରକାରୀ ପ୍ରତିଷ୍ଠାନକୁ ଜାଳି ସାରିଥିବା ବେଳେ ୨୧ଟି ପୁଲିସ୍‌ ଗାଡ଼ିକୁ ଜାଳି ସାରିଛନ୍ତି।

Advertisment

ଦେଶରେ ଶାନ୍ତି ଫେରାଇ ଆଣିବାକୁ ପାକିସ୍ତାନ ରାଜଧାନୀ ଇସଲାମବାଦ, ପଞ୍ଜାବ, ବାଲୁଚିସ୍ତାନ, ରାଓଲପିଣ୍ଡି, କରାଚୀ, କ୍ୱେଟା ଆଦି ବହୁ ସ୍ଥାନରେ ସେନା ମୁତୟନ ହୋଇଥିବା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସିନି।

ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିବା ପରଠୁ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନେ ମୁଖ୍ୟତଃ ସେନାର ସମ୍ପତ୍ତିକୁ ଟାର୍ଗେଟ କରୁଛନ୍ତି। ହେଲେ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବନି ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ସେନା ଅତ୍ୟନ୍ତ ଧୈର୍ଯ୍ୟ, ସହନଶୀଳତାର ସହ କାମ କରୁଛି। ତେଣୁ ସେନାର ଧୈର୍ଯ୍ୟର ପରୀକ୍ଷା ନ ନେବାକୁ ବିକ୍ଷୋଭକାରୀଙ୍କୁ ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ସେନା ଉପରେ ତଥା ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରଠୁ ତାଙ୍କ ରାଜନୀତିକ ଦଳ ପିଟିଆଇ ସମଗ୍ର ଦେଶରେ ଲଙ୍କାକାଣ୍ଡ ଘଟାଇଛି। ତାଙ୍କ ହଜାର ହଜାର ସମର୍ଥକ ଆର୍ମି ମୁଖ୍ୟାଳୟକୁ ପଥର ମାଡ଼ କରିବା ସହ ଲାହାରୋ କ୍ୟାଣ୍ଟନମେଣ୍ଟରେ ଥିବା କ୍ରପ୍ସ କମାଣ୍ଡମାନଙ୍କ ଘର ଭିତରକୁ ପ୍ରବେଶ କରି ଲଙ୍କାକାଣ୍ଡ ଘଟାଇଥିଲେ।  ଏପରିକି ସେମାନେ  ଲାହୋରଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି।  ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। 

Pakistan Political Violence Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe