MicroSoft
ଶୁକ୍ରବାର ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟର କ୍ଲାଉଡ୍ ସେବାରେ ସାଂଘାତିକ ସମସ୍ୟା ଦେଖିବାକୁ ମିଳିଛି। ମାଇକ୍ରୋସଫ୍ଟ ସର୍ଭର ଦୁର୍ବଳ ହେବାରୁ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ବିମାନ ଠାରୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ଷ୍ଟକ ଏକ୍ସଚେଞ୍ଜ ମଧ୍ୟ ଅଚଳ ହୋଇଯାଇଛି।
ସ୍ଥିତି ଏପରି ହୋଇଛି ଯେ ଏକାଧିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ନିଜ ଉଡ଼ାଣକୁ ବାତିଲ କରି ଦେଇଛନ୍ତି। ପୂରା ବିଶ୍ୱରେ ଏହାକୁ ନେଇ ଅଚଳାବସ୍ଥା ଲାଗି ରହିଥିବା ବେଳେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି CrowdSrike ସିଇଓ।
ଫାଲକନ ସେନସନରେ ଅପଡେଟ୍ ହେତୁ ଏପରି ସମସ୍ୟା ଦେଖିବାକୁ ମିଳିଛି। ଏହା କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ଓ ଏହାକୁ ବର୍ତ୍ତମାନ ଠିକ କରାଯାଇଛି ବୋଲି ସିଇଓ କହିଛନ୍ତି। CrowdSrike ହେଉଛି ଗୋଟିଏ ସାଇବର ସୁରକ୍ଷା ପ୍ଲାଟଫର୍ମ, ଯାହା ଉପଭୋକ୍ତାମାନଙ୍କ ତଥ୍ୟକୁ ସୁରକ୍ଷା କରିଥାଏ।
କ୍ରାଉଡ୍ ଷ୍ଟ୍ରାଇକ୍ ସିଇଓ ଜର୍ଜ କୁର୍ଟ ଏକ୍ସ ମାଧ୍ୟମରେ କହିଛନ୍ତି, “କ୍ରାଉଡ ଷ୍ଟ୍ରାଇକ ପ୍ରଭାବିତ ହୋଇଥିବା ଗ୍ରାହକମାନଙ୍କ ସହ ସକ୍ରିୟ ଭାବେ କାମ କରୁଛି। ୱିଣ୍ଡଜ ହୋଷ୍ଟସର ସିଗ୍ନାଲ କଣ୍ଟେଣ୍ଟ ଅପଡେଟ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଯେଉଁମାନେ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ଯୋଗାଯୋଗ କରାଯାଇଛି।
ମ୍ୟାକ ଓ ଲିନୁକ୍ସ ହୋଷ୍ଟସ ଏଥିରେ ପ୍ରଭାବିତ ହୋଇ ନାହାନ୍ତି। ଏହା କୌଣସି ସୁରକ୍ଷା ତ୍ରୁଟି କିମ୍ବା ସାଇବର ଆଟାକ ନୁହେଁ। ସମସ୍ୟାକୁ ଚିହ୍ନଟ କରାଯାଇଛି। ଏହାକୁ ଅଲଗା କରାଯାଇଛି ଓ ସମାଧାନ କରାଯାଇଛି। ଆମେ ଗ୍ରାହକମାନଙ୍କୁ ନୂଆ ଅପଡେଟ ପାଇଁ ପୋର୍ଟାଲକୁ ସମର୍ଥନ କରନ୍ତୁ।
ଆମେ ଆମ ୱେବସାଇଟରେ ସଂପୂର୍ଣ୍ଣ ଓ ନିୟମିତ ଅପଡେଟ ଦେବୁ। ଅଫିସିଆଲ ଚ୍ୟାନେଲ ମାଧ୍ୟରେ କ୍ରାଉଡଷ୍ଟ୍ରାଇକ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବାକୁ ଆମେ ବିଭିନ୍ନ ପ୍ରଭାବିତ ସଂସ୍ଥାକୁ ଅନୁରୋଧ କରୁଛୁ। କ୍ରାଉଡଷ୍ଟ୍ରାଇକ ଗ୍ରାହକଙ୍କୁ ସୁରକ୍ଷା ଓ ସ୍ଥିରତା ଦେବା ପାଇଁ ଆମ ଟିମ ସଂପୂର୍ଣ୍ଣ ଭାବେ ମୁତୟନ ରହିଛନ୍ତି।”
ଅନ୍ୟପକ୍ଷରେ ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ(CERT-In) କ୍ରାଉଡ୍ ଷ୍ଟ୍ରାଇକ୍ ୱିଣ୍ଡୋଜ୍ 10 BSOD ସମସ୍ୟାର ସମାଧାନ ପାଇଁ ୪ ସ୍ତରୀୟ ମାନୁଆଲର ପରାମର୍ଶ ଦେଇଛି।
୧- ୱିଣ୍ଡଜକୁ ସେଫ ମୋଡ କିମ୍ବା WREରେ ବୁଟ୍ କରନ୍ତୁ।
୨- C: \ Windows \ System32 \ ଡ୍ରାଇଭର \ CrowdStrike କୁ ଯାଆନ୍ତୁ।
୩- "C-00000291 * .sys"ରେ ମେଳ ଖାଉଥିବା ଫାଇଲକୁ ଖୋଜି ଡିଲେଟ କରନ୍ତୁ।
୪- ସାଧାରଣ ଭାବରେ ବୁଟ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MicroSoft_1721395498.jpg)