Advertisment

ପାଲେଷ୍ଟାଇନରୁ ଇସ୍ରାଏଲ ଜବରଦଖଲ ଉଚ୍ଛେଦ ପ୍ରସ୍ତାବ, ଜାତିସଙ୍ଘ ଭୋଟଦାନରୁ ବିରତ ରହିଲା ଭାରତ

ପାଲେଷ୍ଟାଇନରେ ଇସ୍ରାଏଲର ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ (UNGA) ହୋଇଥିବା ପ୍ରସ୍ତାବରୁ ନିଜକୁ ବିରତ ରଖିଛି ଭାରତ।

author-image
Debibandita Barick
ଅଦ୍ୟତନ ହୋଇଛି
UNGA

UNGA

ପାଲେଷ୍ଟାଇନରେ ଇସ୍ରାଏଲର ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ (UNGA) ହୋଇଥିବା ପ୍ରସ୍ତାବରୁ ନିଜକୁ ବିରତ ରଖିଛି ଭାରତ। ଏଥିସହ କିଛି ରାଷ୍ଟ୍ର ମଧ୍ୟ ଏହି ପ୍ରସ୍ତାବରୁ ନିଜକୁ ନିବୃତ୍ତ ରଖି ଥିବାବେଳେ ଅନେକ ସପକ୍ଷରେ ଭୋଟ୍ ଦେଇଛନ୍ତି।

Advertisment

ବୁଧବାର ଜାତିସଙ୍ଘର ୧୯୩ ସଦସ୍ୟ ବିଶିଷ୍ଟ ରାଷ୍ଟ୍ର ଏକ ସଂକଳ୍ପ ପାରିତ କରି ଦାବି କରିଥିଲେ ଯେ, ଇସ୍ରାଏଲ ଗୋଟିଏ ବର୍ଷ ମଧ୍ୟରେ ପାଲେଷ୍ଟାଇନରେ ବେଆଇନ ଭାବେ ଅଧିକୃତ କରିଥିବା ଅଞ୍ଚଳକୁ ଛାଡ଼ିବ। ଏହି ସଂକଳ୍ପ ସପକ୍ଷରେ ୧୨୪ ଭୋଟ୍ ପଡ଼ି ଥିବାବେଳେ ବିପକ୍ଷରେ ୧୪ଟି ଭୋଟ୍ ପଡ଼ିଥିଲା ଏବଂ ୪୩ଟି ଦେଶ ଏଥିରୁ ନିଜକୁ ନିବୃତ୍ତ ରଖିଥିଲେ, ଯେଉଁଥିରେ ଭାରତ ସାମିଲ ରହିଛି।

ଏଥିରୁ ନିବୃତ୍ତ ରହିଥିବା ଦେଶମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଇଟାଲୀ, ନେପାଳ, ୟୁକ୍ରେନ ଏବଂ ବ୍ରିଟେନ ଭଳି ପ୍ରମୁଖ ଦେଶ ଅଛନ୍ତି। ଇସ୍ରାଏଲ୍ ଏବଂ ଆମେରିକା ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ।

Advertisment

ଜାତିସଂଘର ଏହି ସଭାରେ ପାଲେଷ୍ଟାଇନ ପ୍ରତିନିଧିତ୍ୱ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇ କହିଥିଲେ, "ଯେତେବେଳେ ଅନ୍ତର୍ଜାତୀୟ ନିୟମକୁ ବାରମ୍ବାର ଉଲ୍ଲଂଘନ କରାଯାଉଛି ସେତେବେଳେ ଅନ୍ତର୍ଜାତୀୟ ସମୁଦାୟ ଆଖି ବୁଜି ପାରିବ ନାହିଁ।" 

ଜାତିସଂଘର ଏହି ରିଜୋଲୁସନ ମଧ୍ୟ ଇସ୍ରାଏଲର ଅବମାନନାକୁ ପ୍ରତ୍ୟାଖ୍ୟାନ କରିବା ସହ ଏପରି ଉଲ୍ଲଂଘନ ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଛି।

ସେପଟେ, ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଇସ୍ରାଏଲର ବୈଧତାକୁ କ୍ଷୁର୍ଣ୍ଣ କରିବା ପାଇଁ ପରିକଳ୍ପିତ ଅନ୍ୟ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ବୋଲି କହିଛନ୍ତି। ଆମେରିକା ମଧ୍ୟ ଉଦବେଗ ପ୍ରକାଶ କରି କହିଛି ଯେ, ଏହି ସଂକଳ୍ପ ଶାନ୍ତିରେ ସହାୟକ ହେବ ନାହିଁ ବରଂ ଉତ୍ତେଜନାକୁ ଆହୁରି ବଢାଇବ।

India Israel Palestine United Nations UN Resolution