Advertisment

ତୁର୍କୀରୁ ଭାରତ ଆସୁଥିବା ଜାହାଜ ହାଇଜ୍ୟାକ୍‌

ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ କ୍ରୁ ସଦସ୍ୟ ଅଛନ୍ତି। ସେମାନଙ୍କୁ ମଧ୍ୟ ପଣବନ୍ଦୀ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Cargo Ship

Cargo Ship

ହାଇଜ୍ୟାକ୍‌ ହେଲା ତୁର୍କୀରୁ ଭାରତ ଆସୁଥିବା ଜାହାଜ। ଭାରତ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଜାହାଜକୁ ୟେମେନର ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ଅପହରଣ କରି ନେଇଛନ୍ତି। ଏନେଇ ଇସ୍ରାଏଲ ଅଭିଯୋଗ କରିଛି। ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ କ୍ରୁ ସଦସ୍ୟ ଅଛନ୍ତି। ସେମାନଙ୍କୁ ମଧ୍ୟ ପଣବନ୍ଦୀ କରାଯାଇଛି।

Advertisment

ଜାହଜକୁ ହାଇଜ୍ୟାକ୍ କରାଯାଇଥିବା ନେଇ ଇସ୍ରାଏଲ ସେନା ଦାବି କରିଛି। "ଦକ୍ଷିଣ ଲୋହିତ ସାଗରରେ ୟେମେନ ନିକଟରେ ହାଉତିମାନଙ୍କ ଦ୍ୱାରା ଏକ ମାଲବାହୀ ଜାହାଜକୁ ହାଇଜ୍ୟାକ୍ କରିବା ବିଶ୍ୱ ପାଇଁ ଏକ ଗୁରୁତର ଘଟଣା। ଜାହାଜଟି ତୁର୍କୀ ଛାଡି ଭାରତକୁ ଯାଇଥିଲା। ଏଥିରେ ବିଭିନ୍ନ ଦେଶର ନାଗରିକ କାର୍ଯ୍ୟରତ ଅଛନ୍ତି। ଏଥିରେ କୌଣସି ଇସ୍ରାଏଲ୍ ବାସିନ୍ଦା ନାହାଁନ୍ତି। ଏହା ଏକ ଇସ୍ରାଏଲ୍ ଜାହାଜ ନୁହେଁ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଟ୍ୱିଟରରେ ପୋଷ୍ଟ କରି କହିଛି। ସେପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଲାକ୍ସି ଲିଡର୍(ଜାହାଜର ନାଁ) ରେ କୌଣସି ଭାରତୀୟ ନଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଗୋଟାଏ ହେଲିକପ୍ଟର୍‌ରୁ ଲଢୁଆ ଉଗ୍ରବାଦୀମାନଙ୍କୁ ସେ ଜାହାଜରେ ଓହ୍ଲାଇ ହାଉତି ଏହାକୁ ଅପହରଣ କରିନେଇଛି। ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି ଯେ, ବ୍ରିଟିସ୍‌ ମାଲିକାନା ଥିବା ଏବଂ ଜାପାନ ଦ୍ୱାରା ପରିଚାଳିତ ହେଉଥିବା ଉକ୍ତ ପଣ୍ୟବାହୀ ଜାହାଜକୁ ତେହେରାନ୍‌ର ମିତ୍ର ହାଉତି ଜବତ କରିଛନ୍ତି। କିନ୍ତୁ, ସେଥିରେ ଇସ୍ରାଏଲ୍‌ର କୌଣସି ନାଗରିକ ନାହାନ୍ତି।

Advertisment

ପଣ୍ୟବାହୀ ଜାହାଜ ଅପହରଣ କରି ନେଇଥିବା କଥା ମଧ୍ୟ ହାଉତି ସଙ୍ଗଠନ ସ୍ୱୀକାର କରିଛି । ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ସେ ଜାହାଜକୁ ୟେମେନ୍‌ର ଏକ ବନ୍ଦରକୁ ନିଆଯାଇଛି। ଜାରି କରିଥିବା ବିବୃତିରେ ଉଗ୍ରବାଦୀ ସଙ୍ଗଠନ ହାଉତି କହିଛି, ଇସ୍‌ଲାମୀୟ ନୀତି ଓ ମୂଲ୍ୟବୋଧ ଅନୁଯାୟୀ ଆମେ ସେ ଜାହାଜର କର୍ମଚାରୀମାନଙ୍କର ଚର୍ଚ୍ଚା କରୁଛୁ। ତୁର୍କୀରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ଜାହାଜରେ ୟୁକ୍ରେନ୍‌, ବୁଲ୍‌ଗେରିଆ, ଫିଲିପ୍ପିନ୍‌ସ୍‌ ଓ ମେକ୍‌ସିକୋ ଆଦି ଦେଶର ୨୫ ଜଣ କର୍ମଚାରୀ ଥିଲେ। କିନ୍ତୁ, ଏଥିରେ କୌଣସି ଇସ୍ରାଏଲ୍‌ର କର୍ମଚାରୀ ନାହାନ୍ତି ବୋଲି ତେଲ୍‌ ଆଭିଭ୍‌ କହିଛି।

ଉଲ୍ଲେଖଯୋଗ୍ୟ, ହୁତିମାନେ ୨୦୧୪ରେ ୟେମେନର ରାଜଧାନୀ ସାନାକୁ କବଜା କରି ଦେଶର ବଡ଼ ଅଂଶକୁ ନିୟନ୍ତ୍ରଣ କରିଥିଲେ। ଏହାପୂର୍ବରୁ ସେମାନେ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଆକ୍ରମଣ କରିଥିଲେ, ପରେ ବିଦ୍ରୋହୀମାନଙ୍କ ବିରୋଧରେ ସୈନ୍ୟ ଅଭିଯାନ ଆରମ୍ଭ କରାଯାଇଥିଲା।

Cargo Ship Houthi Rebels Yemen