Advertisment

ଭାରତ ଉପରେ କାହିଁକି ଚିଡ଼ି ଯାଇଛି ଆମେରିକା? ରୁଷ ଠାରୁ ତେଲ କିଣିବା ଏକମାତ୍ର କାରଣ ନୁହେଁ

ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଜାରି ରଖିବା ପାଇଁ ରୁଷ ଠାରୁ ଭାରତର ତେଲ କିଣା ସହାୟତା କରୁଛି। ଏହା ନିଶ୍ଚିତ ଭାବେ ଚିଡ଼ିବାର ସବୁଠାରୁ ବଡ଼ ଓ ଗୋଟିଏ ପ୍ରମୁଖ କାରଣ। ହେଲେ ଏହା ଚିଡ଼ିବାର କେବଳ ଏକମାତ୍ର କାରଣ ନୁହେଁ ବୋଲି ରୁବିଓ କହିଛନ୍ତି।

Oil

Oil

Advertisment

ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେବାରେ ଲାଗିଛି ଆମେରିକା। ବର୍ତ୍ତମାନ ଭାରତ ଉପରେ ଚିଡ଼ିକି ଅଛି ଆମେରିକା। ଆମେରିକାର ତାଗିଦ ସତ୍ତ୍ୱେ ଭାରତ ନିୟମିତ ଭାବେ ରୁଷ ଠାରୁ ତେଲ କିଣୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୨୫% ଟାରିଫ ଲାଗିଥିଲେ। ଏଥିସହ ଭାରତର ଅର୍ଥନୀତିକୁ ଟ୍ରମ୍ପ ମୃତ ବୋଲି କହିଥିଲେ। ରୁଷ ଠାରୁ ଭାରତ ତେଲ କିଣିବା ଚିଡ଼ିବାର ଏକମାତ୍ର କାରଣ ନୁହେଁ ବୋଲି ଏବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଜାରି ରଖିବା ପାଇଁ ରୁଷ ଠାରୁ ଭାରତର ତେଲ କିଣା ସହାୟତା କରୁଛି। ଏହା ନିଶ୍ଚିତ ଭାବେ ଚିଡ଼ିବାର ସବୁଠାରୁ ବଡ଼ ଓ ଗୋଟିଏ ପ୍ରମୁଖ କାରଣ। ହେଲେ ଏହା ଚିଡ଼ିବାର କେବଳ ଏକମାତ୍ର କାରଣ ନୁହେଁ ବୋଲି ରୁବିଓ କହିଛନ୍ତି।

ଫକ୍ସ ରେଡିଓକୁ ରୁବିଓ ସାକ୍ଷାତକାର ଦେବା ବେଳେ ଦାବି କରିଛନ୍ତି ଯେ “ଅନେକ ତୈଲ ଭେଣ୍ଡର ଉପଲବ୍ଧ ଥିବା ବେଳେ ଭାରତ ନିୟମିତ ଭାବେ ରୁଷ ଠାରୁ ତେଲ କିଣୁଥିବାରୁ ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଛି। ଭାରତ ତେଲ କିଣି ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପାଣ୍ଠି ଯୋଗାଉଛି। ଭାରତକୁ ବିପୁଳ ପରିମାଣର ଶକ୍ତି ଦରକାର। ପ୍ରତିଟି ଦେଶ ଭଳି ନିଜର ଦେଶର ଅର୍ଥନୀତିକୁ ବଳ ଯୋଗାଇବା ପାଇଁ ଭାରତକୁ ତେଲ, ଗ୍ୟାସ ଓ କୋଇଲା କିଣିବାର ଆବଶ୍ୟକତା ରହିଛି।

Advertisment

ରୁଷ ଠାରୁ ସେମାନେ ସବୁ କିଛି କିଣୁଛନ୍ତି। ଏହାର କାରଣ ହେଲା କଟକଣା ଯୋଗୁ ରୁଷର ତେଲ ଶସ୍ତା। ଅନେକ ସମୟରେ ସେମାନେ ଏହାକୁ ପୁନଃ ବିକ୍ରି କରୁଛନ୍ତି। ବିଶ୍ୱସ୍ତରରେ ପ୍ରଚଳିତ ଦର ହିସାବରେ ଏଗୁଡ଼ିକ ବିକ୍ରି କରାଯାଉଛି।

ଦୁର୍ଭାଗ୍ୟଜନକ ଘଟଣା ହେଉଛି ଯେ ଭାରତର ଏପରି ପଦକ୍ଷେପ ଯୋଗୁ ରୁଷର ଯୁଦ୍ଧ ଆଭିମୁଖ୍ୟ ବଳବତ୍ତର ରହିଛି। ନିଶ୍ଚିତ ଭାବେ ଭାରତ ସହ ସମ୍ପର୍କ ଖରାପ ହେବାର ଏହା ଏକ ପ୍ରମୁଖ କାରଣ। କିନ୍ତୁ ଏହା ଏକମାତ୍ର ଚିଡ଼ିବାର କାରଣ ନୁହେଁ। ସେମାନଙ୍କ ସହ ସହଭାଗିତା ପାଇଁ ଆମ ପାଖରେ ଆହୁରି ଅନେକ ବିକଳ୍ପ ରହିଛି।”

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ ପାଇଁ ଆଲୋଚନା ଚାଲିଥିବା ବେଳେ ଏହା ଅଧାରେ ଅଟକି ଯାଇଛି। ଆମେରିକା ତା’ର କୃଷି ଜାତୀୟ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ଏଠାରେ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ହେଲେ ଭାରତ ଏଥିରେ ରାଜି ହେଉ ନାହିଁ। ମକା, ସୋୟାବିନ, ସେଓ, ଆଲମଣ୍ଡ ଭଳି ସମ୍ବେଦନଶୀଳ ଦ୍ରବ୍ୟ ଉପରେ ଭାରତ ଟାରିଫ ହ୍ରାସ କରୁ ବୋଲି ଆମେରିକା ଚାପ ପକାଉଛି।

ଭାରତର କହିବା କଥା ଯେ ଯଦି ଆମେରିକା ଦ୍ରବ୍ୟ ଉପରେ ସବସିଡି ଦିଆଯିବ, ତା’ହେଲେ ଦେଶର ଲକ୍ଷଲକ୍ଷ କ୍ଷୁଦ୍ର ଚାଷୀ ଏହାଦ୍ୱାରା ପ୍ରଭାବିତ ହେବେ। ବର୍ତ୍ତମାନ ପରିସ୍ଥିତିରେ ଦୁଗ୍ଧ, ଚାଉଳ, ଅଟା, ମକା ଓ ସୋୟାବିନ ଭଳି ଦ୍ରବ୍ୟ ଉପରେ ଟାରିଫ ହ୍ରାସ କରିବା ସମ୍ଭବ ନୁହେଁ। ଏହାଦ୍ୱାରା ଭାରତର ୭୦୦ ମିଲିୟନ ଗ୍ରାମାଞ୍ଚଳ ଲୋକ ପ୍ରଭାବିତ ହେବ। ଏମାନଙ୍କ ମଧ୍ୟରେ ୮୦ ନିୟୁତ ଛୋଟ ଦୁଗ୍ଧ ଚାଷୀ ମଧ୍ୟ ରହିଛନ୍ତି। ଭାରତର ଏପରି ଆଭିମୁଖ୍ୟ ଆମେରିକାକୁ କ୍ଷୁବ୍ଧ କରିଛି।

Donald Trump marco-rubio
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe