Advertisment

ପୁଟିନଙ୍କ ବଡ଼ ବୟାନ: ରୁଷ-ୟୁକ୍ରେନ ଶାନ୍ତି ଆଲୋଚନାରେ ଭାରତ ସାଜି ପାରିବ ମଧ୍ୟସ୍ଥି

ରୁଷ ଓ ୟୁକ୍ରେନ ଶାନ୍ତି ଆଲୋଚନାରେ ଭାରତ ମଧ୍ୟସ୍ଥି କରିପାରିବ ବୋଲି ଆଜି ପୁଟିନ କହିଛନ୍ତି।

Putin

Putin

Advertisment

ଦୀର୍ଘ ୩୨ ମାସ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ବଡ଼ବୟାନ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଥମଥର ପାଇଁ ତାଙ୍କ ମୁହଁରୁ ୟୁକ୍ରେନ ସହ ଶାନ୍ତି ଆଲୋଚନାର ଶବ୍ଦ ବାହାରିଛି। ସେ ଏବେ ଶାନ୍ତି ଆଲୋଚନା ସପକ୍ଷରେ ଥିବା ସଙ୍କେତ ଦେଇଛନ୍ତି। 

Advertisment

ରୁଷ ଓ ୟୁକ୍ରେନ ଶାନ୍ତି ଆଲୋଚନାରେ ଭାରତ ମଧ୍ୟସ୍ଥି କରିପାରିବ ବୋଲି ଆଜି ପୁଟିନ କହିଛନ୍ତି। ଭାରତ ସହ ସେ ଚାଇନା ଓ ବ୍ରାଜିଲ ନାଁ ମଧ୍ୟ ନେଇଛନ୍ତି। ଏହି ୩ ଦେଶ ଛଡ଼ା ଆଉ କେହି ବି ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଶାନ୍ତି ଆଲୋଚନାର ମଧ୍ୟସ୍ଥି ସାଜି ପାରିବେ ନାହିଁ ବୋଲି ପୁଟିନ କହିଛନ୍ତି।

ସେ କହିଛନ୍ତି, ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ରୁଷ ଓ ୟୁକ୍ରେନର ବୁଝାମଣାରେ ସାମିଲ ଥିବା ଅଧିକାରୀ ମଧ୍ୟରେ ଗୋଟିଏ ଚୁକ୍ତି କରାଯାଇଥିଲା। ହେଲେ ଏହା କେବେ ବି କାର୍ଯ୍ୟକାରୀ ହୋଇପାରିନି।

Advertisment

ଉକ୍ତ ବୁଝାମଣା ପତ୍ରରେ ଥିବା ବିଷୟବସ୍ତୁକୁ ଏବେ ଆଲୋଚନାର ମୂଳଢାଞ୍ଚା ଭାବେ ନିଆଯାଇ ପାରେ। ଭାରତ, ଚାଇନା ଓ ବ୍ରାଜିଲ ଏହି ସମ୍ଭାବ୍ୟ ଶାନ୍ତି ଆଲୋଚନାର ମଧ୍ୟସ୍ଥି ବି ସାଜି ପାରିବେ ବୋଲି ପୁଟିନ ମତ ରଖିଛନ୍ତି।

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରି ପୁଟିନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ରୁଷରୁ ଫେରିବା ପରେ ମୋଦି ୟୁକ୍ରେନ ମଧ୍ୟ ଯାଇଥିଲେ। ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହାପରେ ଭାରତ ସବୁବେଳେ ଶାନ୍ତି ପକ୍ଷରେ ଥିବା ମୋଦି କହିଥିଲେ। ଏହାବାଦ ଉଭୟ ରୁଷ ଓ ୟୁକ୍ରେନକୁ କୂଟନୀତିକ ସ୍ତରରେ ଆଲୋଚନା ଦ୍ୱାରା ବିବାଦ ସାମାଧାନ କରିବାକୁ ଆହ୍ୱାନ ଦେଇଥିଲେ।

Ukraine Russia-Ukraine War Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe