Advertisment

ଆମେରିକାର ବଡ଼ ଦାବି: ରୁଷକୁ ଅଟକାଇ ପାରିବେ ଭାରତ ଓ ଚାଇନା

ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବାକୁ ଥିବା ବ୍ଲିନକେନ କହିଛନ୍ତି, ବର୍ତ୍ତମାନ ସମୟରେ ରୁଷ ସହ ଭାରତ ଓ ଚାଇନାର ଭଲ ସମ୍ପର୍କ ରହିଛି।

author-image
Hemant Lenka
Russia

Russia

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ବଡ଼ ବୟାନ ଦେଇଛନ୍ତି। ଗୋଟିଏ ବର୍ଷ ହେଲାଣି ୟୁକ୍ରେନ ଉପରେ ଘନଘନ ହମଲା କରୁଥିବା ରୁଷକୁ ପରମାଣୁ ଯୁଦ୍ଧ ବ୍ୟବହାର କରିବା ଦିଗରେ କେବଳ ଭାରତ ଓ ଚାଇନା ହିଁ ଅଟକାଇ ପାରିବେ ବୋଲି ସେ କହିଛନ୍ତି। ଏଥିସହ ଯୁଦ୍ଧ ଶେଷ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବେ ଠାରୁ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ମାଡ଼ କରିସାରନ୍ତେଣି। ହେଲେ ଏହା ଭାରତ ଓ ଚାଇନା ପାଇଁ ଅଟକିଛି ବୋଲି ସେ ଦାବି କରିଛନ୍ତି।

Advertisment

ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବାକୁ ଥିବା ବ୍ଲିନକେନ କହିଛନ୍ତି, ବର୍ତ୍ତମାନ ସମୟରେ ରୁଷ ସହ ଭାରତ ଓ ଚାଇନାର ଭଲ ସମ୍ପର୍କ ରହିଛି। ସେମାନଙ୍କ ପାଇଁ ରୁଷ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିନି। ତେଣୁ ଆଗକୁ ମଧ୍ୟ ଭାରତ ଓ ଚାଇନା ହିଁ ରୁଷକୁ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ଦିଗରେ ଅଟକାଇ ପାରିବେ ବୋଲି ସେ ଆଶା କରିଛନ୍ତି।

ଦି ଆଣ୍ଟଲାନଟିକୁ ସାକ୍ଷାତକାର ଦେଇ ବ୍ଲିନକେନ କହିଛନ୍ତି, “ପୁଟିନ ସମ୍ଭବତଃ ଅଧିକ ପ୍ରତିକ୍ରିୟାଶୀଳ ହୋଇସାରନ୍ତେଣି। ସେ ଅଧିକ ହିଂସ୍ର ବି ହୋଇଯାଇଥିଲେ। ମସ୍କୋରୁ ଆସୁଥିବା ବୟାନରୁ ଜଣପଡ଼ୁଥିଲା ଯେ ସେମାନେ ବେଶ ଯୋଜନାବଦ୍ଧ ଭାବେ ୟୁକ୍ରେନ ବିରୋଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବେ। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା।

Advertisment

ହେଲେ ସେମିତି କିଛି ହୋଇନି। ଭାରତ ଓ ଚାଇନା ଭଳି ଦେଶ ପାଇଁ ରୁଷ ଅଟକି ରହିଛି। ରୁଷ ସହ ବର୍ତ୍ତମାନ ସମୟରେ ଭଲ ସମ୍ପର୍କ ରଖିଥିବା ଦେଶ ମଧ୍ୟରେ କେବଳ ଚାଇନା ନାହିଁ। ଭାରତ ମଧ୍ୟ ରୁଷ ସହ ଭଲ ସମ୍ପର୍କ ରଖିଛି। ଆମେ ସେଭଳି ଦେଶକୁ ଅନୁରୋଧ କରୁଛୁ ଯେ ସେମାନେ ପୁଟିନକୁ ଅଧିକ ଭଲ ଭାବେ ବୁଝାଇ ପରମାଣୁ ଅସ୍ତ୍ରର ବ୍ୟବହାର ଯେମିତି ନ ହେବ, ତା’କୁ ନିଶ୍ଚିତ କରନ୍ତୁ। ଆମେ ଜାଣିଛୁ ଯେ ସେମାନେ ଏହି ବାର୍ତ୍ତା ମଧ୍ୟ ପୂର୍ବରୁ ଦେଇ ସାରିଛନ୍ତି। ଏହାର ପ୍ରଭାବ ମଧ୍ୟ ରୁଷ ଉପରେ ପଡ଼ିଛି।”

ଆଣ୍ଟୋନୀ ବ୍ଲିନକେନ ଏହା ମଧ୍ୟ କହିଛନ୍ତି ଯେ ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଥିବା କଥା ଆମେରିକା ଭଲ ଭାବେ ଜାଣିଛି। କିନ୍ତୁ ଏବେ ଭାରତ ଓ ଆମେରିକା ମଧ୍ୟରେ ମଧ୍ୟ ସୁସମ୍ପର୍କ ଗଢ଼ି ଉଠିଛି।

ସେ କହିଛନ୍ତି,“ଭାରତକୁ ଦୀର୍ଘ ଦଶନ୍ଧି ଧରି ରୁଷ ହିଁ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଆସୁଛି। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। କିନ୍ତୁ ବିଗତ କିଛି ବର୍ଷ ହେଲା ଆମେ ଦେଖିବାକୁ ପାଉଛୁ ଯେ ଭାରତ ଆଉ ରୁଷ ଉପରେ ସଂପୂର୍ଣ୍ଣ ନିର୍ଭର କରୁନାହିଁ। ଭାରତ ଏବେ ଆମେରିକା ସହ ସମ୍ପର୍କ ଗଢ଼ିଛି। ଫ୍ରାନ୍ସ ସହ ମଧ୍ୟ ଭାରତର ଭଲ ସମ୍ପର୍କ ରହିଛି।”

USA China India Russia