Advertisment

ଇରାନ୍‌ ରାଷ୍ଟ୍ରପତିଙ୍କ ମୃତ୍ୟୁ, ଭାରତରେ ଦିନିକିଆ ଶୋକ ଘୋଷଣା

ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ebrahim and Modi

Ebrahim and Modi

ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ। ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତା’ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ରବିବାର ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ପ୍ରାଣ ହରାଇଥିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବଦୁଲ୍ଲାହିଆନ୍। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜରବାଇଜାନ ସୀମା ନିକଟରେ ଇରାନର ଉତ୍ତର-ପଶ୍ଚିମର ତବ୍ରେଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଏହି ଖବର ପରେ ଇରାନର ରିଭୋଲ୍ୟୁସନରୀ ଗାର୍ଡ, ସେନା ଏବଂ ରେଡ୍ କ୍ରିସେଣ୍ଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଅଂଚଳରେ ଘନ କୁହୁଡ଼ି ଥିଲା ବୋଲି ଜଣାପଡ଼ିଛି। ଇରାନ ସରକାରଙ୍କୁ ପକ୍ଷରୁ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ଜାରି ରହିଛି।

India Iran President Ebrahim Raisi Mourning