ଅଶାନ୍ତ ସିରିଆରୁ ଉଦ୍ଧାର ହେଲେ ୭୫ ଭାରତୀୟ। ଲେବାନନ ରାସ୍ତା ଦେଇ ଏମାନେ ସମସ୍ତେ ଭାରତ ଫେରୁଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ସିରିଆରେ ଜଟିଳ ସ୍ଥିତିକୁ ନଜରରେ ରଖି ସେଠାରୁ ୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।
ଭାରତୀୟମାନେ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚି ସାରିଛନ୍ତି। ସେଠାରୁ ସମସ୍ତେ ବିମାନରେ ଭାରତ ଆସିବେ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସିରିଆରେ ଥିବା ବାକି ଭାରତୀୟମାନେ ଭାରତୀୟ ଦୂତାବାସ ସହ ସଂପର୍କରେ ରହିବା ଲାଗି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Also Read
ରବିବାର ସିରିଆ ରାଜଧାନୀ ଡାମସକସକୁ ନିଜ ଦଖଲକୁ ନେଇଥିଲେ ବିଦ୍ରୋହୀ ସେନା। ଏଥିସହ ସିରିଆରେ ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଥିଲା। ରାଜଧାନୀକୁ ବିଦ୍ରୋହୀ କବଜା କରିବା ପରେ ସିରିଆ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡ଼ି ଚାଲିଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ମାର୍ଶଲ ଲ'କୁ ନେଇ ହଙ୍ଗାମା, ରାଷ୍ଟ୍ରପତିଙ୍କ ଅଫିସ୍ରେ ପଶିଲା ପୁଲିସ୍
ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଯାଞ୍ଚ ପାଇଁ ତାଙ୍କ ଅଫିସ୍ରେ ଚଢ଼ାଉ କରିଛି ପୁଲିସ।
International
କିଭଳି ହେବ ୨୦୨୫! ଡରାଇଲାଣି ନସ୍ତ୍ରାଦମସଙ୍କ ଭବିଷ୍ୟବାଣୀ
୧୫୦୩ରେ ଫ୍ରାନ୍ସରେ ଜନ୍ମିତ ନସ୍ତ୍ରାଦମସ୍ ସାରା ବିଶ୍ୱରେ ମୁଖ୍ୟତଃ ନିଜ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ। ୧୫୬୬ରେ ତାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ସେ କରିଥିବା ଭବିଷ୍ୟବାଣୀ ଆଜି ବି ଲୋକଙ୍କ ମଧ୍ୟରେ ବେଶ୍ ମହତ୍ୱ ରଖେ।
International
ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟ, ହରମିତ ଧିଲୋନଙ୍କୁ ବଡ଼ ଦାୟିତ୍ୱ
ଧିଲୋନଙ୍କୁ ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ଟ୍ରମ୍ପ ମନୋନୀତ କରିଛନ୍ତି।
International
ପୁଣି ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ଭିଡିଓ
କାନାଡାର ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍ ଜବ୍ କରୁଥିଲେ।
International
ରୁଷ ଶରଣରେ ସିରିଆ ରାଷ୍ଟ୍ରପତି, କଡ଼ା ଚେତାବନୀ ଦେଲେ ଟ୍ରମ୍ପ
ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।