India Evacuates Nationals
ଅଶାନ୍ତ ସିରିଆରୁ ଉଦ୍ଧାର ହେଲେ ୭୫ ଭାରତୀୟ। ଲେବାନନ ରାସ୍ତା ଦେଇ ଏମାନେ ସମସ୍ତେ ଭାରତ ଫେରୁଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ସିରିଆରେ ଜଟିଳ ସ୍ଥିତିକୁ ନଜରରେ ରଖି ସେଠାରୁ ୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।
ଭାରତୀୟମାନେ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚି ସାରିଛନ୍ତି। ସେଠାରୁ ସମସ୍ତେ ବିମାନରେ ଭାରତ ଆସିବେ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସିରିଆରେ ଥିବା ବାକି ଭାରତୀୟମାନେ ଭାରତୀୟ ଦୂତାବାସ ସହ ସଂପର୍କରେ ରହିବା ଲାଗି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ରବିବାର ସିରିଆ ରାଜଧାନୀ ଡାମସକସକୁ ନିଜ ଦଖଲକୁ ନେଇଥିଲେ ବିଦ୍ରୋହୀ ସେନା। ଏଥିସହ ସିରିଆରେ ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଥିଲା। ରାଜଧାନୀକୁ ବିଦ୍ରୋହୀ କବଜା କରିବା ପରେ ସିରିଆ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡ଼ି ଚାଲିଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us