Anupama Singh
ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୫ତମ ଅଧିବେଶନରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ। ଜାତିସଂଘ ମାନବ ଅଧିକାର ପରିଷଦର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛନ୍ତି।
ଏଥିସହ ସେ ଆହୁରି କହିଛନ୍ତି, "ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅବସ୍ଥା ଖୁବ୍ ଖରାପ। ଯେଉଁ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ହଇରାଣ କରାଯାଉଛି, ଯାହାର ମାନବିକ ଅଧିକାର ରେକର୍ଡ ଅତ୍ୟନ୍ତ ଖରାପ, ସେହି ଦେଶର ଭାରତ ଉପରେ ମନ୍ତବ୍ୟ ଦେବାର ଅଧିକାର ନାହିଁ।"
ପାକିସ୍ତାନ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଅନୁପମା ସିଂହ କହିଥିଲେ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ପାକିସ୍ତାନ ପୁଣି ଥରେ ପରିଷଦର ପ୍ଲାଟଫର୍ମ ବ୍ୟବହାର କରି ଭାରତ ସମ୍ବନ୍ଧରେ ମିଥ୍ୟା ଅଭିଯୋଗ ଆଣିଛି। ଜମ୍ମୁ କଶ୍ମୀର ଏବଂ ଲଦାଖର ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜମ୍ମୁ କଶ୍ମୀରର ସାମାଜିକ ତଥା ଅର୍ଥନୈତିକ ବିକାଶ ତଥା ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ପାଇଁ ଭାରତ ସରକାର ସାମ୍ବିଧାନିକ ପଦକ୍ଷେପ ନେଇଛନ୍ତି, ଯାହା ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ କଥାବାର୍ତ୍ତା କରିବା ପାଇଁ ପାକିସ୍ତାନର କୌଣସି ଅଧିକାର ନାହିଁ।
ପାକିସ୍ତାନ ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରୁଛି, ସେ ପ୍ରଥମେ ନିଜକୁ ଦେଖୁ। ଭାରତ ବିରୋଧରେ ମନ୍ତବ୍ୟ ନଦେଇ ନିଜ ଦେଶରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଅବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରୁ ଏବଂ ସେମାନଙ୍କୁ ଅଧିକାର ଦେଉ ବୋଲି ଅନୁପମା କହିଥିଲେ। ସେ ଆହୁରି କହିଥିଲେ, "ପାକିସ୍ତାନ ସାରା ବିଶ୍ୱରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଯେଉଁ ଦେଶ ସମଗ୍ର ବିଶ୍ୱରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି, ସେହି ଦେଶ ପ୍ରତି ଆମେ ଦୃଷ୍ଟି ଆକର୍ଷଣ କରିପାରିବୁ ନାହିଁ।"
India exercises Right of Reply against Pakistan at #HRC55pic.twitter.com/rdTMVWYmFT
— India at UN, Geneva (@IndiaUNGeneva) February 28, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
