Advertisment

ପରମାଣୁ ଅସ୍ତ୍ର ରେସ୍‌: ପାକିସ୍ତାନକୁ ପଛରେ ପକାଇଲା ଭାରତ

ଗତ ଏକ ବର୍ଷ ମଧ୍ୟରେ ଭାରତ ୮ଟି ନୂତନ ପରମାଣୁ ଅସ୍ତ୍ର ତିଆରି କରିଛି।

Nuclear Weapon

Nuclear Weapon

Advertisment

ଶତ୍ରୁକୁ ମାତ୍‌ ଦେବା ପାଇଁ ସାରା ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଜାରି ରହିଛି ରେସ୍‌। କାହା ପାଖରେ କେତେ ଅଧିକ ରହିଛି ପରମାଣୁ ବୋମା। କିଏ ଶକ୍ତିଶାଳୀ ଦେଶ? ପରମାଣୁ ଅସ୍ତ୍ରଶସ୍ତ୍ରକୁ ମଜବୁଜ କରିବାରେ ଲାଗି ପଡିଛନ୍ତି ଅନେକ ଦେଶ। ଏହାରି ଭିତରେ ଏବେ ଭାରତ ପରମାଣୁ ଅସ୍ତ୍ର ମାମଲାରେ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏହାକୁ ନେଇ ସ୍ୱିଡେନ୍‌ର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ ସୂଚନା ଦେଇଛି।

Advertisment

ସମଗ୍ର ବିଶ୍ୱରେ ପରମାଣୁ ବୋମା ଉପରେ ନଜର ରଖୁଥିବା ସଂସ୍ଥା ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ SIPRI ଏକ ନୂଆ ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁସାରେ ସାରା ବିଶ୍ୱରେ ଲଗାତର ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା, ରୁଷ, ଫ୍ରାନ୍ସ, ଚୀନ୍, ଭାରତ ଏବଂ ପାକିସ୍ଥାନ ସମେତ ନଅଟି ଆଣବିକ ସକ୍ଷମ ରାଷ୍ଟ୍ର ସେମାନଙ୍କର ଆଣବିକ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ୨୦୨୩ ମସିହାରେ ନୂତନ ଆଣବିକ କ୍ଷମତା ବିଶିଷ୍ଟ ଅସ୍ତ୍ର ପ୍ରଣାଳୀ ନିୟୋଜିତ କରିଛନ୍ତି।

SIPRI ଅନୁଯାୟୀ ଭାରତ ପାଖରେ ୨୦୨୩ରେ ୧୬୪ଟି ପରମାଣୁ ଅସ୍ତ୍ର ଥିଲା। ଏବେ ଏହି ସଂଖ୍ୟା ୧୭୨କୁ ବୃଦ୍ଧି ପାଇଛି। ସେପଟୋ ପାକିସ୍ତାନ ପାଖରେ ୨୦୨୩ରୁ ୧୭୦ଟି ଆଣବିକ ଅସ୍ତ୍ର ଅଛି। ଗତ ଏକ ବର୍ଷ ମଧ୍ୟରେ ଭାରତ ୮ଟି ନୂତନ ପରମାଣୁ ଅସ୍ତ୍ର ତିଆରି କରିଥିବାବେଳେ ପାକିସ୍ତାନ କୌଣସି ନୂତନ ଆଣବିକ ବୋମା ତିଆରି କରି ନାହିଁ।

Advertisment

ସେହିପରି ଭାରତର ସବୁଠୁ ବଡ଼ ଶତ୍ରୁ ଚାଇନା ଗତ ଏକ ବର୍ଷ ମଧ୍ୟରେ ୯୦ଟି ନୂଆ ଆଣବିକ ଅସ୍ତ୍ର ତିଆରି କରିଛି। ଏହାକୁ ମିଶାଇ ଚୀନ୍‌ରେ ଆଣିବିକ ଅସ୍ତ୍ର ସଂଖ୍ୟା ବର୍ତ୍ତମାନ ୪୧୦ ରୁ ୫୦୦କୁ ବୃଦ୍ଧି ପାଇଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। SIPRIର ତଥ୍ୟ ଅନୁଯାୟୀ, ଆମେରିକା, ରୁଷ, ଫ୍ରାନ୍ସ, ବ୍ରିଟେନ, ଚାଇନା, ପାକିସ୍ତାନ, ଭାରତ, ଉତ୍ତର କୋରିଆ ଏବଂ ଇସ୍ରାଏଲ ଗତ ବର୍ଷରେ ଆଣବିକ ଅସ୍ତ୍ରକୁ ଆଧୁନିକୀକରଣ କରିଛନ୍ତି।

୨୦୨୪ ବର୍ଷର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ବିଶ୍ୱରେ ୧୨,୧୨୧ ପରମାଣୁ ଅସ୍ତ୍ର ଅଛି। ସେଥିମଧ୍ୟରୁ ୯,୫୮୫ ପରମାଣୁ ବୋମା ସାମରିକ ଭଣ୍ଡାରରେ ରଖାଯାଇଛି, ଯାହା ଆବଶ୍ୟକ ହେଲେ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ରରେ ୩୯୦୪ ପରମାଣୁ ବୋମା ନିୟୋଜିତ କରାଯାଇଛି। ସମଗ୍ର ବିଶ୍ୱରେ ୨୧୦୦ ପରମାଣୁ ବୋମା କ୍ଷେପଣାସ୍ତ୍ରରେ ହାଇଆଲର୍ଟ ମୋଡ୍‌ରେ ରଖାଯାଇଛି। ରୁଷିଆ ଏବଂ ଆମେରିକା ସର୍ବାଧିକ ସଂଖ୍ୟକ ଆଣବିକ ଅସ୍ତ୍ରକୁ ଆଲର୍ଟ ମୁଡ୍‌ରେ ରଖିଥିବାବେଳେ ବର୍ତ୍ତମାନ ଚାଇନା ମଧ୍ୟ ୨୪ଟି ଆଣବିକ ଅସ୍ତ୍ରକୁ ଆଲର୍ଟ ମୁଡ୍‌ରେ ରଖିଛି। ରୁଷିଆ ଏବଂ ଆମେରିକା ପାଖରେ ୯୦ ପ୍ରତିଶତ ପରମାଣୁ ବୋମା ଅଛି। 

Nuclear-Armed Nations Nuclear Arsenals Nuclear Weapon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe