/odisha-reporter/media/media_files/2026/02/28/israle-2026-02-28-13-21-50.jpg)
ଆକ୍ରମଣର ଦୃଶ୍ୟ
ଇରାନ( Iran) ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ। ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଗୋଟିଏ ସୁରକ୍ଷା ପରାମର୍ଶ ଜାରି କରିଛନ୍ତି ଭାରତ ସରକାର। ସମସ୍ତଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ସହ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି।
ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ପରାମର୍ଶ ସମ୍ପର୍କିତ ପୋଷ୍ଟ କରି କୁହାଯାଇଛି ଯେ ଇସ୍ରାଏଲ ଅଧିକାରୀ ଓ ହୋମ ଫ୍ରଣ୍ଟ କମାଣ୍ଡ ଜାରି କରୁଥିବା ସୁରକ୍ଷା ନିର୍ଦ୍ଦେଶକୁ ଭାରତୀୟମାନେ ଅନୁପାଳନ କରୁଛନ୍ତି। ସମସ୍ତ ଭାରତୀୟ ଚିହ୍ନଟ ଆଶ୍ରୟ ସ୍ଥଳ ନିକଟରେ ରହିବା ସହ ପରବର୍ତ୍ତୀ ନୋଟିସ ଯାଏ ଇସ୍ରାଏଲରେ ଏଣେତେଣେ ବୁଲନ୍ତୁ ନାହିଁ।
ସମସ୍ତ ନାଗରିକଙ୍କୁ ସ୍ଥାନୀୟ ନ୍ୟୁଜ, ଅଧିକାରୀଙ୍କ ଘୋଷଣା ଓ ଏମର୍ଜନ୍ସି ଆଲର୍ଟ ଉପରେ ନିୟମିତ ନଜର ରଖିବାକୁ ଦୂତାବାସ କହିଛି। ଭାରତୀୟଙ୍କୁ ସହାୟତା କରିବା ପାଇଁ ଦୂତାବସ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀ ହେଲପ ଲାଇନ ନମ୍ବର ଜାରି ମଧ୍ୟ କରାଯାଇଛି।
ଦୂତାବାସର କହିବା କଥା ଯେ ସେମାନେ ଇସ୍ରାଏଲ ଅଧିକାରୀଙ୍କ ଯୋଗାଯୋଗରେ ରହିଛନ୍ତି ଓ ସେମାନଙ୍କ ସୂଚନା ଆଧାରରେ ସମସ୍ତ ପଦକ୍ଷେପ ନିଆଯାଉଛି।
ଇସ୍ରାଏଲ ଓ ଆମେରିକା ପକ୍ଷରୁ ଆଜି ଇରାନର ଗୁଇନ୍ଦା ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସୁପ୍ରିମ ଲିଡରଙ୍କ ଅଫିସ, ଇରାନର ଆଟୋମିକ ଏନର୍ଜି ଏଜେନ୍ସି ଓ ଇରାନର ସବୁଠାରୁ ସମ୍ବେଦନଶୀଳନ ସାମରିକ ଅଞ୍ଚଳର ପାରଚିନ ଭଳି ୩୦ଟି ସ୍ଥାନରେ ଆକ୍ରମଣ କରାଯାଇଛି।
ADVISORY
— India in Israel (@indemtel) February 28, 2026
In view of the prevailing security situation in the region, all Indian nationals in Israel are advised to exercise utmost caution and remain vigilant at all times.
2. Indian nationals are strongly advised to strictly adhere to the safety guidelines and instructions… pic.twitter.com/SBWmNLgIsS
ଇସ୍ରାଏଲ ଓ ଆମେରିକା ମିସାଇଲ ମାଡ଼ କରିଥିବାରୁ ଇରାନ ମଧ୍ୟ ପାଲଟା ଆକ୍ରମଣ କରିପାରେ। ଏଥିପାଇଁ ଇସ୍ରାଏଲ ସେନା ଦେଶର ବିଭିନ୍ନ ସହରରେ ଯୁଦ୍ଧ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଇଛି। ଲୋକଙ୍କ ନିକଟସ୍ଥ ବଙ୍କରରେ ସୁରକ୍ଷିତ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ଇସ୍ରାଏଲ ପକ୍ଷରୁ ଷ୍ଟେଟ ଅଫ ଏମର୍ଜେନ୍ସି ମଧ୍ୟ ଘୋଷଣା କରାଯାଇଛି। ବେସାମରିବ ବିମାନ ଉଡ଼ାଣ ବନ୍ଦ ରହିଛି। ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଥିବା ବେଳେ ବିଭିନ୍ନ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
