/odisha-reporter/media/post_attachments/uploadimage/library/16_9/16_9_0/Trump_1756908611.jpg)
Trump
ବାଣିଜ୍ୟ ସମ୍ପର୍କକୁ ନେଇ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ସେ ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଲାଗୁ କରୁଥିବା ରାଷ୍ଟ୍ର ଭାବେ ଅଭିହିତ କରିଛନ୍ତି। ଚାଇନା ଓ ବ୍ରାଜିଲ ଭଳି ଭାରତ ମଧ୍ୟ ଆମେରିକାକୁ ଟାରିଫ ବଳରେ ହତ୍ୟା କରିଛି ବୋଲି ଟ୍ରମ୍ପ ମତ ରଖିଛନ୍ତି।
ସ୍କଟ ଜେନ୍ନିଙ୍ଗସ ରେଡିଓ ଶୋ’ରେ ଟ୍ରମ୍ପ କହିଛନ୍ତି, “ଚାଇନା ଟାରିଫ ବଳରେ ଆମକୁ ହତ୍ୟା କାଛି। ଭାରତ ଆମକୁ ଟାରିଫ ବଳରେ ହତ୍ୟା କରିଛି। ବ୍ରାଜିଲ ଆମକୁ ଟାରିଫ ବଳରେ ମାରିଛି। ସେମାନଙ୍କ ଅପେକ୍ଷା ମୁଁ ଟାରିଫକୁ ଭଲ ଭାବେ ବୁଝିଛି। ବିଶ୍ୱର ଅନ୍ୟ ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ଟାରିଫକୁ ଭଲ ଭାବେ ବୁଝିଛି।
ବିଶ୍ୱର ସବୁଠାରୁ ଅଧିକ ଟାରିଫ ଲଗାଉଥିବା ଦେଶ ହେଉଛି ଭାରତ। ଏବେ ସେମାନେ ଭାରତରେ ଆଉ କୌଣସି ଟାରିଫ ଲାଗିବ ନାହିଁ ବୋଲି ମୋତେ ପ୍ରସ୍ତାବ ଦେଇଛନ୍ତି। ନୋ ଟାରିଫର ପ୍ରସ୍ତାବ ମିଳିଛି। ଯଦି ମୁଁ ଟାରିଫ ଲଗାଇ ନଥାଆନ୍ତି, ସେମାନେ କେବେ ହେଲେ ଏମିତି ଅଫର ଦେଇ ନଥାଆନ୍ତେ। ତେଣୁ ଆମକୁ ଟାରିଫ ଲଗାଇବାର ଅଛି।”
ଟାରିଫ ଯୋଗୁ ଆମେରିକା ପାଖକୁ ଚମତ୍କାର ବୁଝାମଣାର କ୍ଷମତା ଆସିଥିବା ମଧ୍ୟ ଟ୍ରମ୍ପ କହିଛନ୍ତି। ରୁଷ ସହ ବ୍ୟବସାୟ କରୁଥିବାରୁ ଭାରତ ଉପରେ ୫୦% ଟାରିଫ ଲଗାଇଛି ଆମେରିକା। ଏହାକୁ ଭାରତ ତୀବ୍ର ନିନ୍ଦା କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆଦିଲ୍ଲୀ ସହ ସମସ୍ତ ପ୍ରକାରର ବାଣିଜ୍ୟ ବୁଝାମଣାକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
