Advertisment

ଭାରତ ବିରୋଧରେ ପୁଣି ବିଷ ଉଗାରିଲା କାନାଡା, ଆଣିଲା ନୂଆ ଅଭିଯୋଗ

ନୂଆ ଢ଼ଙ୍ଗରେ ପୁଣି ଭାରତକୁ ବଦ୍‌ନାମ କରିବାକୁ ଉଦ୍ୟମ କରିଛି କାନାଡା।

author-image
Madhupriya Mistry
Indian Vs Canada

Indian Vs Canada

ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା ବିବାଦ ଶେଷ ହେବା ନାଁ ଧରୁନାହିଁ। ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ପୁଣି ଥରେ ଭାରତ ବିରୋଧରେ ବିଷ ଉଗାରିଛି କାନାଡା। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଭିତ୍ତିହୀନ ଅଭିଯୋଗର ମାସକ ପରେ ନୂଆ ଢ଼ଙ୍ଗରେ ଭାରତକୁ ବଦ୍‌ନାମ କରିବାକୁ ଉଦ୍ୟମ କରିଛି କାନାଡା।

Advertisment

ଭାରତକୁ ଏକ ବିଦେଶୀ ବିପଦ ବୋଲି କହି କାନାଡା ଗୁରୁତର ଅଭିଯୋଗ ଆଣିଛି। ଭାରତ ଆଗକୁ ଥିବା ନିର୍ବାଚନରେ ​​ହସ୍ତକ୍ଷେପ କରିପାରେ ବୋଲି କାନାଡା କହିଛି। ଗ୍ଲୋବାଲ୍ ନ୍ୟୁଜ୍ ଦ୍ୱାରା ମିଳିଥିବା ଏକ ଗୁପ୍ତଚର ରିପୋର୍ଟରେ କାନାଡିଆନ୍ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ ଦ୍ୱାରା ଏହି ଅଭିଯୋଗ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, କାନାଡାର ଗଣତନ୍ତ୍ରକୁ ବିଦେଶୀ ହସ୍ତକ୍ଷେପ ଦୁର୍ବଳ କରୁଛି। ବିଦେଶୀ ହସ୍ତକ୍ଷେପ ପାରମ୍ପାରିକ କୂଟନୈତିକଠାରୁ ଭିନ୍ନ। କାରଣ ଏହା ଜନସାଧାରଣଙ୍କ କାହାଣୀ ତଥା ନୀତି ନିର୍ଘଣ୍ଟକୁ ପ୍ରଭାବିତ କରିବା ପାଇଁ ଗୋପନୀୟତା ଏବଂ ଧୋକା ଦେଇଥାଏ ବୋଲି ଗ୍ଲୋବାଲ୍ ନ୍ୟୁଜ୍ ରିପୋର୍ଟରେ ଦର୍ଶାଇଛି। ତେବେ କାନାଡାର ଏହି ନୂଆ ଅଭିଯୋଗକୁ ନେଇ ଭାରତ କୌଣସି ଉତ୍ତର ଦେଇନାହିଁ।

Advertisment

ପ୍ରଥମ ଥର ପାଇଁ ଭାରତ ବିରୋଧରେ କାନାଡା ନିର୍ବାଚନରେ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ଆଣିଛି। ପୂର୍ବରୁ ଚୀନ୍‌ ଓ ରୁଷ ଏହି ଅଭିଯୋଗର ସମ୍ମଖୀନ ହୋଇସାରିଛନ୍ତି। ସଦ୍ୟତମ ରିପୋର୍ଟ ବ୍ରିଫିଙ୍ଗ ଟୁ ଦ ମିନିଷ୍ଟର ଅଫ୍‌ ଡେମୋକ୍ରେଟିକ ଇନ୍‌ଷ୍ଟିଟ୍ୟୁଶଂସ ଅନ୍‌ ଫରେନ୍‌ ଇଣ୍ଟରଫେରେନ୍ସ'ରେ ଚୀନ୍‌କୁ ଏପର୍ଯ୍ୟନ୍ତ ସବୁଠାରୁ ବଡ ବିପଦ ବୋଲି ବର୍ଣ୍ଣନା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ବ୍ରିଟିଶ କଲମ୍ବିଆରେ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିବା ସହ ଭିତ୍ତିହୀନ ବୋଲି କହିସାରିଛି। ଏହା ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତତା ହୋଇପଡିଛି।

Canada Canada Against India Foreign Threat