Advertisment

Bangladesh: ଭାରତକୁ ଖଣ୍ଡଖଣ୍ଡ କରିବା ପାଇଁ ଆହ୍ୱାନ ଦେଲେ ବାଂଲାଦେଶର ପୂର୍ବତନ ଆର୍ମି ଜେନେରାଲ

ହିନ୍ଦୁ ଓ ୧୯୭୧ ମୁକ୍ତି ଯୁଦ୍ଧର ସପକ୍ଷବାଦୀଙ୍କ ନରସଂହାର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁଲାମ ଆଜମଙ୍କ ପୁଅ ଅଜମିଙ୍କ ଏପରି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

azmi

ଅଜମି

Advertisment

ବାଂଲାଦେଶ(Bangladesh) ଆର୍ମିର ଜଣେ ପୂର୍ବତନ ଜେନେରାଲ ଭାରତ ବିରୋଧରେ ଉସକାଇବା ଭଳି ବୟାନ ଦେଇଛନ୍ତି। ଭାରତ ଖଣ୍ଡ ବିଖଣ୍ଡିତ ନ ହେବା ଯାଏ ବାଂଲାଦେଶରେ ସଂପୂର୍ଣ୍ଣ ଶାନ୍ତି ଅସମ୍ଭବ ବୋଲି ସେ କହିଛନ୍ତି। ବ୍ରିଗେଡିୟର ଜେନାରାଲ(ଅବସରପ୍ରାପ୍ତ) ଅବଦୁଲ୍ଲାହିଲ ଅମନ ଅଜମି ଏପରି ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି। ଅଜମି ହେଉଛନ୍ତି ଜମାତ ଇ ଇସଲାମୀର ପୂର୍ବତନ ମୁଖ୍ୟ ଗୁଲାମ ଆଜମଙ୍କ ପୁଅ। 

Advertisment

ଢାକାରେ ଥିବା ଜାତୀୟ ପ୍ରେସ କ୍ଲବରେ ଭାଷଣ ଦେବା ବେଳେ ଅଜମି କହିଛନ୍ତି, “ଭାରତ ଖଣ୍ଡ ଖଣ୍ଡ ନ ହେବା ଯାଏ ବାଂଲାଦେଶ କେବେ ହେଲେ ବି ସଂପୂର୍ଣ୍ଣ ଶାନ୍ତି ଦେଖିପାରିବ ନାହିଁ। ବାଂଲାଦେଶରେ ଅଶାନ୍ତିକୁ ଜୀବନ୍ତ ରଖିବା ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଚାଲିଛି।”

ହିନ୍ଦୁ ଓ ୧୯୭୧ ମୁକ୍ତି ଯୁଦ୍ଧର ସପକ୍ଷବାଦୀଙ୍କ ନରସଂହାର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁଲାମ ଆଜମଙ୍କ ପୁଅ ଅଜମିଙ୍କ ଏପରି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। 

Advertisment

ଅଜମି ଅଭିଯୋଗ କରିଛନ୍ତି ଯେ ୧୯୭୫ରୁ ୧୯୯୬ ଯାଏ ଭାରତ ଚିତ୍ତଗଙ୍ଗ ହିଲ ଟ୍ରାକ୍ଟସ ରିଜନରେ ଅଶାନ୍ତିକୁ ଉସାଇକାଇ ରଖିଥିଲା। ସେ କହିଛନ୍ତି, “ଶେଖ ମୁଜିବୁର ରହମନଙ୍କ ସରକାର ସମୟରେ ପାର୍ବତୀୟ ଚତ୍ତୋଟଗ୍ରାମ ଜନ ସମହାତି ସମିତି(ପିସିଜେଏସଏସ) ଗଠନ ହୋଇଥିଲା। ଏହାର ସଶସ୍ତ୍ର ୱିଙ୍ଗ ଥିଲା ଶାନ୍ତି ବାହିନୀ। ଭାରତ ସେମାନଙ୍କୁ ଆଶ୍ରୟ ଦେବା ସହ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇ ଦେଇଥିଲା। ୧୯୭୫ରୁ ୧୯୯୬ ଯାଏ ଏଥିପାଇଁ ପାହାଡ଼ ରକ୍ତରଞ୍ଜିତ ହୋଇ ରହିଥିଲା।” 

୧୯୯୭ରେ ସ୍ୱାକ୍ଷରିତ ହୋଇଥିବା ଚିତ୍ତଗଙ୍ଗ ହିଲ ଟ୍ରାକ୍ଟସ ଶାନ୍ତି ଚୁକ୍ତିକୁ ସମାଲୋଚନା କରି ଅଜିମ ଅଭିଯୋଗ କରିଛନ୍ତି ଯେ ଶାନ୍ତି ବାହିନୀ ପକ୍ଷରୁ ସମର୍ପଣ କରାଯାଇଥିବା ଅସ୍ତ୍ର କେବଳ ଲୋକ ଦେଖାଣିଆ ଥିଲା।

୧୯୯୭ ମସିହା ଡିସେମ୍ବର ୨ରେ ବାଂଲାଦେଶ ସରକାର ଓ ପିସିଜେଏସଏସ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ଅଜମି ଏପରି ବୟାନ ଦେଇଛନ୍ତି। ତେବେ ତାଙ୍କର ଏପରି ବୟାନକୁ ବିଭିନ୍ନ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି। 

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe