Advertisment

ଲାଓସରେ ମୋଦି-ଟ୍ରୁଡୋଙ୍କ ଭେଟ ହେଲା, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇନି

କାନାଡିୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିବା କହିଥିଲେ ଜଷ୍ଟିନ ଟ୍ରୁଡୋ, ଯାହାକୁ ଭାରତ ଖଣ୍ଡନ କରିଛି।

author-image
Debibandita Barick
PM Modi & Justin Trudeau

PM Modi & Justin Trudeau

ଲାଓସରେ ଅନୁଷ୍ଠିତ ଏସିଆନ ଶିଖର ସମ୍ମିଳନୀରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ। କିନ୍ତୁ ଟ୍ରୁଡୋ କାନାଡିୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Advertisment

ଗତାକାଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ କାନାଡା ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସମ୍ପର୍କରେ ଆଲୋଚନା କରିଥିଲେ। 

ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, ଦୁଇ ଦେଶକୁ କେଉଁ କାର୍ଯ୍ୟ କରିବାକୁ ହେବ ସେ ଉପରେ ଆଲୋଚନା କରିଛୁ। କିନ୍ତୁ ଆମେ କେଉଁ ପ୍ରସଙ୍ଗ ଉପରେ କଥା ହୋଇଛୁ ସେ ବାବଦରେ ସବିଶେଷ ତଥ୍ୟ ଦେଇ ପାରୁନାହିଁ। ତଥାପି ମୁଁ ଏକାଧିକ ବାର କାନାଡିୟଙ୍କ ସୁରକ୍ଷା ଉପରେ ଫୋକସ୍ କରିଛି। ଏହା କୌଣସି ବି କାନାଡା ସରକାରଙ୍କ ଦାୟିତ୍ୱ ବୋଲି ଟ୍ରୁଡୋ କହିଛନ୍ତି। 

Advertisment

କିନ୍ତୁ ଭାରତର ସରକାରୀ ସୂତ୍ରରୁ ପ୍ରକାଶ ରିପୋର୍ଟ ଏହାକୁ ଖଣ୍ଡନ କରିଛି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ହୋଥିଲେ ମଧ୍ୟ ଏପରି ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ।

ସୂତ୍ର ରିପୋର୍ଟ ଆହୁରି କହିଛି ଯେ, ବରଂ ଭାରତ ସରକାର କାନାଡାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। କାନାଡାରେ ଭାରତ ବିରୋଧୀ ଖଲିସ୍ତାନୀ କାର୍ଯ୍ୟକଳାପକୁ ସେଠାକାର ସରକାର ଅନୁମତି ଦେବେ ନାହିଁ ବୋଲି ଭାରତ ଆଶା ପ୍ରକଟ କରିଛି। ଏଥିସହ ବର୍ତ୍ତମାନ ସୁଦ୍ଧା କାନାଡା ମାଟିରେ ଭାରତୀୟଙ୍କ ପ୍ରତି ହୋଇଥିବା ହିଂସା, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି ଜଣାଇଛି।

ପ୍ରକାଶ ଥାଉକି, ଲାଓସରେ ଅକ୍ଟୋବର ୬ରୁ ୧୧ ପର୍ଯ୍ୟନ୍ତ ଏସିଆନ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସଦସ୍ୟ ରାଷ୍ଟ୍ର ଯୋଗ ଦେଇଥିଲେ। ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ସମ୍ମିଳନୀରେ ଯୋଗ ଦେଇଥିଲେ।

PM Modi India Canada Relation Justin Trudeau ASEAN Summit