Advertisment

ରୁଷ ସହ ବ୍ୟବସାୟ କରୁଛି କି ଆମେରିକା? ପ୍ରଶ୍ନ ଶୁଣି ଗାଲୁଆମୀ କଲେ ଟ୍ରମ୍ପ

ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଭାରତକୁ ଟ୍ରମ୍ପ କ୍ରମାଗତ ଭାବେ ଟାରିଫ ଧମକ ଦେଇ ଚାଲିଛନ୍ତି। ହେଲେ ରୁଷ ଠାରୁ ଆମେରିକା ୟୁରାନିୟମ ଓ ସାର କିଣୁଥିବା ଭାରତ ସାରା ବିଶ୍ୱକୁ ଜଣାଇବା ପରେ ଟ୍ରମ୍ପଙ୍କ ଅକଲ ଗୁଡ଼ୁମ ହୋଇ ଯାଇଛି।

author-image
Hemant Lenka
Trump

Trump

ରୁଷ ସହ ବ୍ୟବସାୟ କରୁଥିବା ଭାରତ ଉପରେ ରାଉରାଉ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନରଲ୍ଡ ଟ୍ରମ୍ପଙ୍କ ଅସଲ ମୁଖା ଖୋଲି ଯାଇଛି। ଅସଲ କଥା ପଚରା ଯିବାରୁ ଗାଲୁଆମୀ କରିଛନ୍ତି ଟ୍ରମ୍ପ। ଆମେରିକାର ଦୋମୁହାଁ ନୀତିର ପର୍ଦ୍ଦାଫାସ ଭାରତ କରିଥିବା ବେଳେ ଏ ସଂକ୍ରାନ୍ତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଟ୍ରମ୍ପ।

Advertisment

ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଭାରତକୁ ଟ୍ରମ୍ପ କ୍ରମାଗତ ଭାବେ ଟାରିଫ ଧମକ ଦେଇ ଚାଲିଛନ୍ତି। ହେଲେ ରୁଷ ଠାରୁ ଆମେରିକା ୟୁରାନିୟମ ଓ ସାର କିଣୁଥିବା ଭାରତ ସାରା ବିଶ୍ୱକୁ ଜଣାଇବା ପରେ ଟ୍ରମ୍ପଙ୍କ ଅକଲ ଗୁଡ଼ୁମ ହୋଇ ଯାଇଛି। ଏ ସଂପର୍କରେ ପ୍ରଶ୍ନ କରାଯିବାରୁ ଟ୍ରମ୍ପ କିଛି ଜାଣି ନଥିବା କହିଛନ୍ତି। ଏଥିସହ ରୁଷ ସହ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ଉପରେ ଟାରିଫ ବୃଦ୍ଧି କରାଯିବା ବୋଲି ସେ ସଙ୍କେତ ଦେଇଛନ୍ତି। ହେଲେ ଏହାର ସଂଖ୍ୟା ସମ୍ପର୍କରେ କିଛି ବି କହି ନାହାନ୍ତି।

ଆମେରିକା ନିୟମିତ ଭାବେ ମସ୍କୋ ସହ ବ୍ୟବସାୟ କରୁଥିବା ବେଳେ ଭାରତ ଓ ଅନ୍ୟ ଦେଶ ଗୁଡ଼ିକୁ ନାଲି ଆଖି ଦେଖାଉଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା। ଏ ସମ୍ପର୍କିତ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ “ମୁଁ ଏହି ବ୍ୟବସାୟ ସମ୍ପର୍କରେ କିଛି ବି ଜାଣିନି। ମୋତେ ଏହାକୁ ଯାଞ୍ଚ କରିବାକୁ ବା ବୁଝିବାକୁ ପଡ଼ିବ।” ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ହ୍ୱାଇଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏପରି କହିଛନ୍ତି।

Advertisment

ଆମେରିକା-ରୁଷ ବ୍ୟବସାୟ

ୟୁକ୍ରେନ ସହ ୩ ବର୍ଷ ହେଲେ ରୁଷ ଯୁଦ୍ଧ କରୁଥିବା ବେଳେ ଆମେରିକା ଏବେ ବି ବିଲିୟନ ଡଲାର ମୂଲ୍ୟର ଜିନିଷ ମସ୍କୋରୁ ଆମଦାନୀ କରୁଛି। ଏହା ମଧ୍ୟରେ ୟୁରାନିୟମ ଓ ସାର ଠାରୁ ଆରମ୍ଭ କରି ଶକ୍ତି କ୍ଷେତ୍ର ସହ ଜଡ଼ିତ ଜିନିଷ ରହିଛି। ୨୦୨୨ ଜାନୁଆରୀ ଠାରୁ ଇତି ମଧ୍ୟରେ ରୁଷ ଠାରୁ ଆମେରିକା ୨୪.୫୧ ବିଲିୟନ ଡଲାରର ଜିନିଷ ଆମଦାନୀ କରି ସାରିଲାଣି। କେବଳ ୨୦୨୪ରେ ୱାଶିଂଟନ ୧.୨୭ ବିଲିୟନ ଡଲାରର ସାର, ୬୨୪ ମିଲିୟନ ଡଲାରର ୟୁରାନିୟମ ଓ ପ୍ଲୋଟନିୟମ ସାମଗ୍ରୀ ଏବଂ ୮୭୮ ମିଲିୟନ ଡଲାରର ପାଲ୍ଲାଡିୟମ ରୁଷ ଠାରୁ କିଣିଛି।

ଅଧିକ ଟାରିଫ ଆଗକୁ ଲାଗିବ

ରୁଷ ଠାରୁ ତେଲ ଅନ୍ୟାନ୍ୟ ଜିନିଷ କିଣୁଥିବା ଦେଶ ଗୁଡ଼ିକ ଉପରେ ୧୦୦% ଟାରିଫ ଲଗାଇବା ଧମକ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, “ମୁଁ କେବେ ହେଲେ ପ୍ରତିଶତ କଥା କହିନି। କିନ୍ତୁ ସେଭଳି କିଛି ହେବ। ଆଗାମୀ ଅଳ୍ପ ଦିନରେ କ’ଣ ସବୁ ହେଉଛି, ତା’କୁ ଦେଖିବାର ଅଛି। ରୁଷ ସହ ଆମର ଆସନ୍ତାକାଲି(ବୁଧବାର) ଗୋଟିଏ ବୈଠକ ରହିଛି। ସେଠାରେ କ’ଣ ହେଉଛି ଦେଖାଯାଉ।”

ରୁଷ ଠାରୁ ଅଶୋଧିତ ତୈଳ କିଣୁ ଥିବାରୁ ଆମେରିକା ଓ ୟୁରୋପ ୟୁନିୟନ ପକ୍ଷରୁ ଭାରତ ଧମକ ମିଳିବାରେ ଲାଗିଛି। ହେଲେ ଭାରତ ଏମାନଙ୍କର ଦୋମୁହାଁ ନୀତିର ପର୍ଦ୍ଦାଫାସ ଗୋଟିଏ ବିବୃତି ଜରିଆରେ କରିଥିଲା।

Donald Trump Russia