Advertisment

ଭାରତୀୟ ନୌସେନା ଦେଖାଇଲା ଦମ୍; ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ୧୭ ନାବିକଙ୍କୁ ଉଦ୍ଧାର କଲା

ଏହି ନାବିକଙ୍କୁ ସୋମାଲିଆ ଗତ ୩ ମାସ ହେଲା ପଣ୍ୟବନ୍ଦୀ କରି ରଖିଥିଲା। ଜାହାଜକୁ ଅପହରଣ କରିଥିବା ୩୫ ସୋମାଲିଆ ଜଳଦସ୍ୟୁଙ୍କୁ ବି କାବୁ କଲା ଭାରତୀୟ ନୌସେନା ।

Operation

Operation

Advertisment

ମଝି ସମୁଦ୍ରରେ ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା। ୪୦ ଘଣ୍ଟାର କସରତ ପରେ ସୋମାଲିଆ ଜଳଦସ୍ୟୁଙ୍କ କବଳରେ ଥିବା ୧୭ ନାବିକଙ୍କୁ ଉଦ୍ଧାର କଲା । ଏହି ନାବିକଙ୍କୁ ସୋମାଲିଆ ଗତ ୩ ମାସ ହେଲା ପଣ୍ୟବନ୍ଦୀ କରି ରଖିଥିଲା। ଜାହାଜକୁ ଅପହରଣ କରିଥିବା ୩୫ ସୋମାଲିଆ ଜଳଦସ୍ୟୁଙ୍କୁ ବି କାବୁ କଲା ଭାରତୀୟ ନୌସେନା ।

Advertisment

ଭାରତୀୟ ତଟରୁ ୨୬ଶହ କିଲୋମିଟର ଦୂରରେ ଆରବ ସାଗରରେ ଡିସେମ୍ବର ୧୪ରେ ଏମଭି ରୁଏନକୁ ସୋମାଲିଆ ଜଳଦସ୍ୟୁ ହାଇଜାକ୍ କରିଥିବା ସୂଚନା ମିଳିଥିଲା । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପୂର୍ବରୁ ଜଣେ କ୍ରୁ ମେମ୍ବରଙ୍କୁ ଜଳଦସ୍ୟୁମାନେ ଛାଡ଼ି ଦେଇଥିଲେ। ଏହାପରେ ଏହି ଜାହାଜରେ ୧୭ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରେ ଆଙ୍ଗୋଲା, ମିଆଁମାର ଓ ବରମୁଡ଼ାର ନାଗରିକ ଥିବା ଜଣାଯାଇଛି।

ଦୀର୍ଘ ଦିନ ହେଲା ଏହି ଜାହାଜ ଉପରେ ନଜର ରଖିଥିବା ଭାରତୀୟ ନୌସେନା ୪୦ ଘଣ୍ଟା ପୂର୍ବେ ସମସ୍ତ ନାବିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଅରମ୍ଭ କଲା। ଏଥିନିମନ୍ତେ ଏହି ରେସ୍କ୍ୟୁ ମିଶନରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS କୋଲକାତା, INS ସୁଭଦ୍ରା, P81 ପାଟ୍ରୋଲ୍ ଏୟାରକ୍ରାଫ୍ଟ ଆଦିକୁ ନିୟୋଜିତ କରାଯାଇଥିଲା। ମେରାଇନ୍ କମାଣ୍ଡୋଙ୍କୁ ଏୟାରଡ୍ରପ୍ କରିଥିଲା ବାୟୁସେନା ବିମାନ C-17 ଗ୍ଲୋବମାଷ୍ଟର।

Advertisment

ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ହୋଇଥିଲେ ବି ଜଳ ଦସ୍ୟୁମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ ଭାରତୀୟ ମେରାଇନ୍ କମାଣ୍ଡୋ । ଗୁଳି ବିନିୟମ ବେଳେ କୌଣସି ନାବିକ ଆହତ ହୋଇ ନ ଥିବା ଜଣାଯାଇଛି।

ଏହାପରେ ତୁରନ୍ତ ସମସ୍ତ ଜଳଦସ୍ୟୁଙ୍କ କାବୁ କରାଯାଇଥିବା ବେଳେ ଉଦ୍ଧାର ନାବିକଙ୍କୁ ବୋଟ ତଥା ଏୟାରଲିଫ୍ଟ କରାଯାଇ ଉଦ୍ଧାର କରାଯାଇଛି।

Indian Navy Rescue Somalia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe