Advertisment

କାନାଡାକୁ କଡ଼ା ଜବାବ ଦେଲା ଭାରତ

ନିକଟରେ ଏକ ଗୁପ୍ତଚର ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କାନାଡିଆନ୍ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ ଭାରତ ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଥିଲା।

India Vs Canada

India Vs Canada

Advertisment

ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ ଷ୍ଟାଇଲ୍‌ରେ କଡା ଜବାବ ଦେଇଛି ଭାରତ। ନିର୍ବାଚନରେ ହସ୍ତକ୍ଷେପ କରୁଥିବା ନେଇ କାନାଡା ଆଣିଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିବା ସହ ଏହାକୁ ଭିତ୍ତହୀନ ବୋଲି କହିଛି। ଏଥିସହ ଓଲଟି କାନାଡା ଉପରେ ଦୋଷ ଲଦିଛି ଭାରତ।

Advertisment

କାନାଡାର ଏକ ଗଣମାଧ୍ୟମକୁ ଏକ ଗୁପ୍ତଚର ରିପୋର୍ଟ ମିଳିଥିଲା। ଏଥିରେ କାନାଡିଆନ୍ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ ଭାରତ ବିରୋଧରେ ଅଭିଯୋଗ ଆଣିଥିଲା। ଭାରତକୁ ବିଦେଶୀ ବିପଦ କହି ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଏହି ରିପୋର୍ଟରେ କୁହାଯାଇଥିଲା। ଏବେ ଏହି ରିପୋର୍ଟର ଜବାବ ଦେଇଛି ଭାରତ।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସଓ୍ୱାଲ କହିଛନ୍ତି, ଆମେ ରିପୋର୍ଟ ଦେଖିଛୁ। ବିଦେଶୀ ହସ୍ତକ୍ଷେପ ସମ୍ପର୍କରେ କାନାଡାର କମିଶନ ତଦନ୍ତ କରୁଛନ୍ତି ବୋଲି ଆମେ ମିଡିଆ ରିପୋର୍ଟରୁ ଜାଣିବାକୁ ପାଇଛି। ଆମେ କାନାଡାର କୌଣସି ନିର୍ବାଚନରେ ହସ୍ତକ୍ଷେପ କରୁନୁ। ବରଂ କାନାଡା ଆମ ଅଭ୍ୟାନ୍ତରୀଣ ବ୍ୟାପାର ମାମଲାରେ ହସ୍ତକ୍ଷେପ କରୁଛି। ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତ ନୀତି ନୁହେଁ ବୋଲି କହି ସେ କାନାଡା ଉପରେ ବର୍ଷିଛନ୍ତି।

Advertisment

ରଣଧୀର ଜୟସଓ୍ୱାଲ ଆହୁରି କହିଛନ୍ତି, କାନାଡା ଯେଉଁ ଅଭିଯୋଗ ଆଣିଛି, ବାସ୍ତବରେ ତାହା ପୂରା ବିପରିତ। କାନାଡା ଓଲଟି ଆମର ଅଭ୍ୟାନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି। ନିୟମିତ ରୂପେ ଆମେ ଏହି ପ୍ରସଙ୍ଗ ଉଠାଉଛୁ। କାନାଡାକୁ ଆମ ସହ ରହିଥିବା ତିକ୍ତତାକୁ ଦୂର କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ବ୍ରିଟିଶ କଲମ୍ବିଆରେ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିବା ସହ ଭିତ୍ତିହୀନ ବୋଲି କହିସାରିଛି। ଏହା ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତତା ହୋଇପଡିଛି।

Canada Vs India Canada Election Interference
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe