Rice
ଦୁର୍ଭିକ୍ଷରେ ଆଉଟୁପାଉଟୁ ହେଉଛି ଆଫ୍ରିକା। ତାଙ୍କୁ ସହାୟତାର ହାତ ବଢ଼ାଇଲା ଭାରତ। ଆଫ୍ରିକାକୁ ଚାଉଳ ଓ ମକା ପଠାଇଛି ଭାରତ। ଜିମ୍ବାୱେ ଓ ମାଲାୱିକୁ ମାନବୀୟ ସହାୟତା ଭାବେ ୧ହଜାର ମେଟ୍ରିକ୍ ଟନ୍ ଲେଖାଏଁ ଚାଉଳ ପଠାଯାଇଛି।
Advertisment
ସେହପରି ଜାମ୍ବିଆକୁ ୧୩ଶହ ମେଟ୍ରିକ ଟନ୍ ମକା ଯାଇଛି। ଏଲ୍-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ଦେଖାଦେଇଛି ଉତ୍କଟ ମରୁଡ଼ି। ଏହାକୁ ଦେଖି ସହାୟତାର ହାତ ବଢ଼ାଇଛି ଭାରତ।
ଭାରତରୁ ଏହି ୩ଟି ଆଫ୍ରିକୀୟ ଦେଶକୁ ଖାଦ୍ୟଶସ୍ୟ ପଠାଯାଇଥିବା ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ। ନାଭା ଶେଭା ବନ୍ଦରରୁ ଜିମ୍ବାୱେକୁ ୧ ହଜାର ଟନ୍ ଚାଉଳ ପଠାଯାଇଛି।
Advertisment
ପ୍ରଶାନ୍ତ ମହାସାଗରରେ ଏଲ-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ବର୍ଷାଭାବ ଯୋଗୁଁ ଘୋର ଖାଦ୍ୟ ସଂକଟ ଦେଖାଦେଇଛି। ସ୍ଥିତି ଏପରି ହୋଇଛି ଯେ, ଭୋକ ବିକଳରେ ଲୋକେ ବନ୍ୟଜନ୍ତୁ ମାରି ଖାଇବାକୁ ବି ପଛାଉନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
