Advertisment

ଭାରତକୁ ମିଳୁ UNSCର ସ୍ଥାୟୀ ସଦସ୍ୟତା: ଫ୍ରାନ୍ସ ରାଷ୍ଟ୍ରପତି

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପରିସରକୁ ବିସ୍ତାର କରିବା ସମ୍ପର୍କରେ ମତ ରଖି ମାକରନ ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ମିଳୁ ବୋଲି କହିଛନ୍ତି।

author-image
Hemant Lenka
France

France

ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ଭାରତକୁ ସ୍ଥାୟୀ ସଦସ୍ୟ କରାଯାଉ ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପରିସରକୁ ବିସ୍ତାର କରିବା ସମ୍ପର୍କରେ ମତ ରଖି ମାକ୍ରନ ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ମିଳୁ ବୋଲି କହିଛନ୍ତି।

Advertisment

ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରି ମାକରନ କହିଛନ୍ତି, ବର୍ତ୍ତମାନ ବିଶ୍ୱରେ ଅନେକ ପରିବର୍ତ୍ତନ ହେଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏନଏସସିର ମଧ୍ୟ ବିସ୍ତାର ହେବା ଦରକାର। ଏହାର ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଉ। ଫ୍ରାନ୍ସ ଏହା ସମର୍ଥନରେ ରହିଛି। ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ ଭଳି ଦେଶକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ମାନ୍ୟତା ମିଳିବା ଦରକାର।

ଏହା ବାଦ ଦୁଇ ଆଫ୍ରିକା ଦେଶର ପ୍ରତିନିଧି ମଧ୍ୟ ଏଠାରେ ରହିବା ଦରକାର। ତଥାପି ଏପରି ସଂସ୍କାର ମଧ୍ୟ ପରିଷଦର ପ୍ରଭାବକୁ ପୁନଃ ଲାଗୁ କରିପାରିବ ନାହିଁ। ତେଣୁ ୟୁଏନଏସସିର କାର୍ଯ୍ୟ ଶୈଳୀକୁ ବଦଳାଇବାକୁ ପଡ଼ିବ। ସାମୂହିକ ଅପରାଧ ବେଳେ ଭିଟୋ ପ୍ରୟୋଗ କରିବାର ଅଧିକାରର ସୀମା ନିର୍ଦ୍ଦାରଣ ହେବା ଉଚିତ। ଶାନ୍ତି ପ୍ରତିଷ୍ଠା ପାଇଁ ୟୁଏନଏସସି ଅଧିକ ଗୁରୁତ୍ୱ ଦେବା ସପକ୍ଷରେ ମାକ୍ରନ ମତ ରଖିଛନ୍ତି।

Advertisment

ୟୁକ୍ରେନ ଓ ଗାଜାରେ ଚାଲିଥିବା ଯୁଦ୍ଧକୁ ରୋକିବାରେ ମିଳିତ ଜାତିସଂଘ ବିପଫଳ ହୋଇଥିବା ବେଳେ ଏଥିରେ ସଂସ୍କାର ଆଣିବା ପାଇଁ ବର୍ତ୍ତମାନ ସ୍ୱର ଉଠିବାରେ ଲାଗିଛି।

France India UNSC Emmanuel Macron