ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା, ସମାଲୋଚନାର ଶିକାର ହେଲା ପାକିସ୍ତାନ

ଯେତେ ସମାଲୋଚନା ଓ ତିରସ୍କାର ଶୁଣିଲେ ମଧ୍ୟ ପାକିସ୍ତାନ କିଛି ବୁଝିବାକୁ ନାରାଜ। ବାରମ୍ବାର ଜାତିସଂଘର ବିଭିନ୍ନ ଫୋରମରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଉଠାଉଥିବା ବେଳେ ଭାରତ କଡ଼ା ଜବାବ ଦେବାକୁ ଆଦୌ ଭୁଲୁନାହିଁ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରି

  • Published: Wednesday, 08 March 2023
  • , Updated: 08 March 2023, 12:34 PM IST

ଯେତେ ସମାଲୋଚନା ଓ ତିରସ୍କାର ଶୁଣିଲେ ମଧ୍ୟ ପାକିସ୍ତାନ କିଛି ବୁଝିବାକୁ ନାରାଜ। ବାରମ୍ବାର ଜାତିସଂଘର ବିଭିନ୍ନ ଫୋରମରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଉଠାଉଥିବା ବେଳେ ଭାରତ କଡ଼ା ଜବାବ ଦେବାକୁ ଆଦୌ ଭୁଲୁନାହିଁ। ଏହିକ୍ରମରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦର ଗୋଟିଏ ବୈଠକରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ଭାରତ ମୂଲ୍ୟହୀନ ଓ ମିଥ୍ୟା ପ୍ରଚାରର ଏକ ଅଂଶବିଶେଷ କହି ତୀବ୍ର ସମାଲୋଚନା କରିଛି।

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରି ଦେଇଥିବା ବୟାନକୁ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାନୀୟ ପ୍ରତିନିଧି ରୁଚିରା କାମ୍ବୋଜି କାଉଣ୍ଟର କରିଛନ୍ତି। ସେ ବିଲାୱଲଙ୍କ ବୟାନକୁ ଭିତ୍ତିହୀନ ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ମୋର ବୟାନ ଶେଷ କରିବା ପୂର୍ବରୁ କହିବାକୁ ଚାହେଁ ଯେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିନିଧି ଦେଇଥିବା ବିବୃତିକୁ ଭିତ୍ତିହୀନ, ମିଥ୍ୟା ପ୍ରଚାରର ଅଂଶ ବିଶେଷ ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବାକୁ ଚାହୁଁଛି।”

ମହିଳା, ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ହେଉଥିବା ଆଲୋଚନାରେ ଭାଗ ନେଇ ରୁଚିରା କହିଛନ୍ତି, “ଆମ ପ୍ରତିନିଧିମାନେ ଏପରି ମିଥ୍ୟା ଅପ୍ରଚାରର ଜବାବ ଦେବାକୁ ମଧ୍ୟ ମୂଲ୍ୟହୀନ ମନେ କରୁଛନ୍ତି। ଆମର ଫୋକସ ସବୁବେଳେ ସକାରାମତ୍କ ଓ ଆଗକୁ କେମିତି ଯାଇ ହେବ, ତା’ ଉପରେ ରହିଛି। ମହିଳା, ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗକୁ କେମିତି ଅଧିକ ସୁଦୃଢ଼ କରାଯାଇ ପାରିବ ଆଜି ତା’ ଉପରେ ଆମ ସମସ୍ତଙ୍କ ଯୋଗଦାନ ଉପରେ ଆଲୋଚନା କରାଯାଉଛି। ଆମେ ଏହି ବିଷୟବସ୍ତୁକୁ ସମ୍ମାନ ଦେଉଛୁ ଓ ସମୟର ଆବଶ୍ୟକତାକୁ ଅନୁଭବ କରିପାରୁଛୁ। ତେଣୁ ଏହି ବିଷୟ ଉପରେ ସମସ୍ତେ ଫୋକସ କରିବା ଉଚିତ।”

Related story