Advertisment

ଇସ୍ରାଏଲ ବିରୋଧୀ ପ୍ରସ୍ତାବକୁ ଜାତିସଂଘରେ ଭାରତର ସମର୍ଥନ

୧୯୬୭ ମସିହା ଯୁଦ୍ଧ ସମୟରେ ଇସ୍ରାଏଲ ଗୋଲାନ ହାଇଟ୍ସକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

Golan

Golan

Advertisment

ହମାସ ସହ ଯୁଦ୍ଧ କରୁଥିବା ଇସ୍ରାଏଲ ବିରୋଧରେ ମିଳିତ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଭାରତ ସମର୍ଥନ କରିଛି। ବେଆଇନ ଭାବେ ସିରିୟାର ଗୋଲାନ ହାଇଟ୍ସକୁ ନିଜ ନିୟନ୍ତ୍ରଣରେ ଇସ୍ରାଏଲ ରଖିଛି। ଏହାକୁ ଖାଲି କରିବାକୁ ଗୋଟିଏ ପ୍ରସ୍ତାବ ଜାତିସଂଘରେ ଆଗତ କରାଯାଇଥିଲା। ଏହାକୁ ଭାରତ ସମେତ ଏକାଧିକ ରାଷ୍ଟ୍ର ସମର୍ଥନ କରିଛନ୍ତି। ମିଳିତ ଜାତିସଂଘରେ ମଧ୍ୟ ଏହି ପ୍ରସ୍ତାବ ପାରିତ ହୋଇଛି।

Advertisment

ଉକ୍ତ ପ୍ରସ୍ତାବକୁ ଭାରତ ସମେତ ୯୧ଟି ରାଷ୍ଟ୍ର ସମର୍ଥନ କରିଛନ୍ତି। ୧୯୬୭ ମସିହା ଜୁନ ୪ ତାରିଖ ସ୍ଥିତାବସ୍ଥା ଅନୁସାରେ ଇସ୍ରାଏଲ ସରକାର ସିରିୟାର ଗୋଲାନକୁ ସଂପୂର୍ଣ୍ଣ ରୂପେ ଖାଲି କରିବାକୁ ମିଳିତ ଜାତିସଂଘ ଚାହୁଁଛି। ସୁରକ୍ଷା ପରିଷଦ ସଂକଳ୍ପ ଅନୁସାରେ ଇସ୍ରାଏଲ ନିଜର ସେନାକୁ ସେଠାରୁ ପ୍ରତ୍ୟାହାର କରୁ ବୋଲି ଦସ୍ତାବିଜରେ ଉଲ୍ଲେଖ କରିଛି।

୧୯୬୭ ମସିହା ଯୁଦ୍ଧ ସମୟରେ ଇସ୍ରାଏଲ ଗୋଲାନ ହାଇଟ୍ସକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାକୁ ଖାଲି କରିବା ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ଆଗତ କରାଯାଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ନେପାଳ, ଚାଇନା, ଲେବାନନ, ଇରାନ, ଇରାକ ଓ ଇଣ୍ଡୋନେସିଆ ପ୍ରମୁଖ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି।

Advertisment

ତେବେ ଅଷ୍ଟ୍ରେଲିଆ, ବ୍ରିଟେନ, ଆମେରିକା, ପାଲାଉ, ମିର୍କୋନେସିଆ, ଇସ୍ରାଏଲ, କାନାଡା ଓ ମାର୍ଶଲ ଦ୍ୱୀପପୁଞ୍ଜ ଭଳି ୮ଟି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ।

ୟୁକ୍ରେନ, ଫ୍ରାନ୍ସ, ଜର୍ମାନୀ, ଡେନମାର୍କ, ବେଲଜିୟମ, ଜାପାନ, କେନିୟା, ପୋଲାଣ୍ଡ, ଅଷ୍ଟ୍ରିଆ ଓ ସ୍ପେନ ଭଳି ଦେଶ ଭୋଟ ଦାନରୁ ଦୂରେଇ ରହିଥିଲେ। ମଙ୍ଗଳବାର ଏହି ପ୍ରସ୍ତାବ ଉପରେ ଭୋଟ ହୋଇଥିଲା।

Israel Israel Declares War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe