Advertisment

ଭାରତକୁ ସହି ପାରୁନି ଚୀନ୍‌, କହିଲା- କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟି ବି ଦରକାର

‘କେବଳ ଜନସଂଖ୍ୟା ବଢ଼ିଗଲେ ଏହାର ଫାଇଦା ହାସଲ କରି ହେବନି, ଏଥିପାଇଁ ଜନସଂଖ୍ୟାରେ ଗୁଣବତ୍ତା ବି ଥିବା ଦରକାର। ’

author-image
Niharika Rout
Population

Population

ଚୀନ୍‌କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର । ଏହାକୁ ନେଇ ଭାରତ ଅଧିକ ଉତ୍ସୁକ ନ ଥିବା ବେଳେ ଚୀନ୍‌ କିନ୍ତୁ ଏହାକୁ ବରଦାସ୍ତ କରିପାରୁ ନାହିଁ।

Advertisment

ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ଏହି ପରିପ୍ରେକ୍ଷୀରେ ଭାରତ ନାଁ ନ ଧରି କହିଛି ଯେ, କେବଳ ଜନସଂଖ୍ୟା ବଢ଼ିଗଲେ ଏହାର ଫାଇଦା ହାସଲ କରି ହେବନି, ଏଥିପାଇଁ ଜନସଂଖ୍ୟାରେ ଗୁଣବତ୍ତା ବି ଥିବା ଦରକାର। ତେଣୁ ଆମେ କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ ବି ବିଶ୍ୱାସ କରୁ। ଚୀନ ଜନସଂଖ୍ୟାର ୯୦ କୋଟି ଏବେ ଏହାର ୱାର୍କଫୋର୍ସ ପାଲଟିଛନ୍ତି, ଯାହାକି ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରୁଛନ୍ତି।

ଏନେଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ, ଯେକୌଣସି ଦେଶ ପାଇଁ ଏହାର ଜନସଂଖ୍ୟା ସବୁଠୁ ବଡ଼ ସମ୍ପତ୍ତି। କିନ୍ତୁ ସେଥିରେ ଟ୍ୟାଲେଣ୍ଟ ବି ଥିବା ଦରକାର। ଚୀନ୍‌ ଏବେ ନିଜର ୯୦ କୋଟି ୱାର୍ସଫୋର୍ସକୁ ବ୍ୟବହାର କରୁଛି। ସେହିପରି ବୟସ୍କଙ୍କ ସଂଖ୍ୟା ଏହି ଦେଶରେ ଅଧିକ ଥିବାରୁ ସେମାନଙ୍କ ସମସ୍ୟା ବି ଦେଶକୁ ସାମନା କରିବାକୁ ପଡ଼ୁଥିବା ସେ କହିଛନ୍ତି ।

Advertisment

ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁଯାୟୀ, ଗତ ୧୯ ତାରିଖରେ ୧୪୨ କୋଟି ୮୬ ଲକ୍ଷ ଜନସଂଖ୍ୟା ସହ ଭାରତ ବିଶ୍ୱର ସବୁଠୁ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ବିବେଚିତ ହେଉଛି। ଏବେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ରହିଛି। ଯାହାକି ଭାରତର ଜନସଂଖ୍ୟାଠାରୁ ମାତ୍ର ୨୯ ଲକ୍ଷ କମ୍‌।

ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ବର୍ଷ ବର୍ଷ ଧରି ଚୀନ୍‌ ଏହାର ଫାଇଦା ଉଠାଇ ଆସିଛି। ଉକ୍ତ ଦେଶରେ କମ୍‌ ଦାମ୍‌ରେ ଭଲ କ୍ୱାଲିଟିର ଶ୍ରମିକ ମିଳୁଥିବା ବେଳେ ହାଇଟେକ୍‌ ଲେବରଙ୍କର ବି ସଂଖ୍ୟା କିଛି କମ୍‌ ନୁହେଁ।

ସବୁବେଳେ ଉପରମୁହାଁ ରହୁଥିବା ଚୀନ୍‌ର ପପୁଲେସନ ଗ୍ରାଫ୍‌ ଗତବର୍ଷଠୁ ତଳମୁହାଁ ହୋଇଛି। ଏଥିପାଇଁ ଚୀନ୍‌ର କଡ଼ାକଡ଼ି ନିୟମକୁ ଦେଶବାସୀ ଦାୟୀ କରିଛନ୍ତି।

ଗତ ମାର୍ଚ୍ଚରେ ଚୀନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ କହିଥିଲେ, ଆମକୁ କେବଳ ଜନସଂଖ୍ୟାର ସାଇଜ ଦେଖିଲେ ହେବନି, ଉଚ୍ଚ କ୍ଷମତା ସମ୍ପନ୍ନ କାର୍ଯ୍ୟ ଦକ୍ଷତାକୁ ବି ଦେଖିବାକୁ ପଡ଼ିବ।

ଅପରପକ୍ଷେ, ଭାରତରେ ୧୫ରୁ ୬୪ ବର୍ଷ ପର୍ଯ୍ୟନ୍ତ ଲୋକ ସମଗ୍ର ଜନସଂଖ୍ୟାର ୬୮% । ଅର୍ଥାତ ଏହି ବର୍ଗର ଲୋକ ହିଁ ଦେଶର ଉତ୍ପାଦନ ବୃଦ୍ଧିରେ ସହାୟକ ହେଉଛନ୍ତି।

China India