Advertisment

ଏହି ଯୁଦ୍ଧରେ ଭାରତ କେବେ ବି ନିରପେକ୍ଷ ନଥିଲା: କାହିଁକି ଜେଲେନସ୍କିଙ୍କୁ ଏମିତି କହିଲେ ମୋଦି?

ରୁଷ ଆକ୍ରମଣରେ ଛାରଖାର ହୋଇ ଯାଇଥିବା ୟୁକ୍ରେନ ସ୍ଥିତି ଦେଖି ମୋଦି ମଧ୍ୟ ଭାବବିହ୍ୱଳ ହୋଇଛନ୍ତି।

PM Modi

PM Modi

Advertisment

ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୩୧ ମାସ ଧରି ଚାଲିଥିବା ଯୁଦ୍ଧରେ ଭାରତ କେବେ ହେଲେ ନିରପେକ୍ଷ ନଥିଲା। ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ସପକ୍ଷରେ ଥିଲା। ଆଜି ଏପରି ଢଙ୍ଗରେ କିଛି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ଆଜି ମୋଦି ଭେଟିଛନ୍ତି। ରୁଷ ଆକ୍ରମଣରେ ଛାରଖାର ହୋଇ ଯାଇଥିବା ୟୁକ୍ରେନ ସ୍ଥିତି ଦେଖି ମୋଦି ମଧ୍ୟ ଭାବବିହ୍ୱଳ ହୋଇଛନ୍ତି। ଟ୍ରେନ ଯୋଗେ ପୋଲାଣ୍ଡରୁ ୟୁକ୍ରେନ ଯାଇଥିବା ମୋଦିଙ୍କୁ ରାଜଧାନୀ କିଭରେ ଜେଲେନ୍‌ସ୍କି ସ୍ୱାଗତ କରିଥିଲେ। ଏହି ସମୟରେ ଦୁଇ ରାଷ୍ଟ୍ର ନେତା ପରସ୍ପରକୁ ଆଲିଙ୍ଗନ କରିଛନ୍ତି।

ଏହାପରେ ମୋଦି ଓ ଜେଲେନସ୍କି ଦେଶର ଶହୀଦ ସ୍ମାରକୀ ପରିଭ୍ରମଣ କରିଛନ୍ତି। ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ପିଲାମାନଙ୍କ ସ୍ମୃତି ପୀଠ ବୁଲି ଦେଖାଇଥିଲେ। ଯୁଦ୍ଧରେ ଛୋଟ ପିଲାଙ୍କ ମୃତ୍ୟୁକୁ ଦେଖି ଉଭୟ ମୋଦି ଓ ଜେଲେନସ୍କି ଭାବବିହ୍ୱଳ ହୋଇଯାଇଥିଲେ। ଜେଲେନସ୍କି ଅତ୍ୟନ୍ତ ଭାଙ୍ଗି ପଡ଼ିବାରୁ ମୋଦି ତାଙ୍କ କାନ୍ଧରେ ହାତ ପକାଇ ସାନ୍ତ୍ୱନା ଦେଇଛନ୍ତି।

Advertisment

ଏହାପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛନ୍ତି। ଏହି ସମୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ରୁଷ ୱାର ଉପରେ ଦୁଇ ନେତା କଥା ହୋଇଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ୟୁକ୍ରେନକୁ ମେଡିକାଲ ଉପକରଣ ସବୁ ପ୍ରଦାନ କରିଛନ୍ତି।

ଜେଲେନସ୍କିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିବାଦର ସମାଧାନ ପାଇଁ ଭାରତ କେମିତି ନିୟମିତ ଭାବେ ଆଲୋଚନା ଓ କୂଟନୀତିକ ସମ୍ପର୍କ କଥା କହି ଆସୁଛି, ସେକଥା ଉଠାଇଛନ୍ତି। ସେ କହିଛନ୍ତି, “ଏହି ଯୁଦ୍ଧରେ ଭାରତ କେବେ ହେଲେ ନିରପେକ୍ଷ ନଥିଲା। ଭାରତ ସବୁବେଳେ ଶାନ୍ତିର ପକ୍ଷରେ ରହିଛି।” ରୁଷ ସହ ଏକାଠି ବସି ଯୁଦ୍ଧ ଶେଷ କରିବା ଦିଗରେ ଆଲୋଚନା କରିବାକୁ ସେ ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି।

ମୋଦି କହିଛନ୍ତି, “ସଂକଳ୍ପର ରାସ୍ତା କେବଳ ଆଲୋଚନା ଓ କୂଟନୀତିକ ସ୍ତରରେ ହିଁ ବାହା ପାରିବ। ଆମେ କୌଣସି ପ୍ରକାରର ସମୟ ଅପଚୟ ନ କରି ସେଦିଗରେ ଯିବା ଦରକାର। ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ଏକାଠି ବସି ରାସ୍ତା ବାହାର କରନ୍ତୁ।

ଭାରତ ଶାନ୍ତି ପ୍ରତିଷ୍ଠା ଦିଗରେ ହେଉଥିବା ପ୍ରୟାସରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ରାଜି ବୋଲି ମୁଁ ପ୍ରତିଶ୍ରୁତି ଦେଉଛି। ଯଦି ବ୍ୟକ୍ତିଗତ ଭାବେ ଏ ଦିଗରେ ମୁଁ କିଛି କରିପାରିବି, ତା’ହେଲେ ନିଶ୍ଚିତ ଆଗକୁ ଆସିବି। ଜଣେ ବନ୍ଧୁ ଭାବେ ମୁଁ ଏକଥା ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି।”

‌ଆଲୋଚନା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମୋଦି ଭାରତକୁ ନିମନ୍ତ୍ରଣ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି। ଜେଲେନସ୍କି ମଧ୍ୟ ସମୟ ବାହାର କରି ଭାରତ ଆସିବେ ବୋଲି ଜୟଶଙ୍କର ଆଶା ରଖିଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ୟୁକ୍ରେନ ଗସ୍ତ। ସେହିପରି ୧୯୯୧ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ ପ୍ରଥମ କରି ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ।

ଗତମାସ ପ୍ରଧାନମନ୍ତ୍ରୀ ମୋଦି ରୁଷ୍ ଗସ୍ତ କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହାକୁ ନେଇ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରିଥିଲେ। ଏହାପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ।

Russia-Ukraine War PM Modi Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe