ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍‌ ସିଇଓ 

କାଲିଫୋର୍ଣ୍ଣିଆସ୍ଥିତ ଷ୍ଟାଟଫୋଡ୍ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟନସିପ୍‌ କରିଥିଲେ ନୀଲ ମୋହନ।ଭାରତୀୟ ବଂଶୋଭବ ନୀଳ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ ।

Neal Mohan PhotoTubefilter.com

ୟ-ଟ୍ୟୁବର ନୂଆ ସିଇଓ ନୀଲ ମୋହନ

Niharika Rout
  • Published: Friday, 17 February 2023
  • Updated: 17 February 2023, 08:55 AM IST

ଗୁଗଲ, ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରୟତୀ ବଂଶୋଭବ । YOUTUBEର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।  

୯ ବର୍ଷ ଧରି YOUTUBEର ସିଇଓ ପଦରେ ରହିବା ପରେ ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ିଛନ୍ତି ସୁସାନ୍ । ଭାରତୀୟ ବଂଶୋଭବ ନୀଳ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ । କାଲିଫୋର୍ଣ୍ଣିଆସ୍ଥିତ ଷ୍ଟାଟଫୋଡ୍ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟନସିପ୍‌ କରିଥିଲେ ନୀଲ ମୋହନ।

Also Read

୨୦୦୮ରେ ସେ ଗୁଗୁଲରେ ଯୋଗ ଦେଇଥିଲୋ ଗୁଗଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ନୀଲ । ୟୁଟ୍ୟୁବକୁ ଗୁଗଲ ଅକ୍ତିଆର କରିବା ପରେ ୨୦୧୫ରେ ସେ ଏହାର ଚିଫ୍ ପ୍ରଡକ୍ଟ ଅଫିସର ହୋଇଥିଲେ । ତାଙ୍କ ସମୟରେ ୟୁଟ୍ୟୁବରେ ଟିଭି, ମ୍ୟୁଜିକ, ପ୍ରିମିୟମ୍ ଓ ବହୁଳ ପ୍ରସାରିତ SHOORTS ର ଆରମ୍ଭ ହୋଇଥିଲା ।

YOUTUBEର ସିଇଓ ପଦ ପାଇବା ପରେ ନୀଲ ମୋହନ ଟ୍ୱିଟ କରି କହିଛନ୍ତି, ଏହି ମହତ୍ୱପୂର୍ଣ୍ଣ ମିଶନ ଜାରି ରଖିବାକୁ ଉତ୍ସାହିତ ଅଛି ଓ ଏକ ନୂଆ ସୁନ୍ଦର ଭବିଷ୍ୟତ ଆଶା କରୁଛି। ସୁସାନ ବୋଜିକ ଆପଣଙ୍କୁ ବହୁତ ଧନ୍ୟବାଦ । ଆପଣଙ୍କ ସହ ଦୀର୍ଘ ବର୍ଷ କାମ କରିବା ସମୟରେ ବହୁ କିଛି ଶିଖିବାକୁ ମିଳିଛି। ଆପଣ ଦର୍ଶକଙ୍କ ନିମନ୍ତେ ୟୁ-ଟୁବକୁ ଏକ ଅସାଧାରଣ ଘର ରୂପେ ଗଢ଼ି ତୋଳିଛନ୍ତି।

ଗୁଗୁଲରୁ ସେ ଚଳିତ ବର୍ଷ ୭ ବିଲିୟନ ଡଲାର ରୋଜଗାର କରିଥିବା ଅନୁମାନ କରାଯାଉଛି। ଏକ ଆନ୍ତର୍ଜାତୀକ ପତ୍ରିକାରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ନୀଲ ମୋହନଙ୍କୁ ଟ୍ୱିଟରର ଏକ ଉଚ୍ଚପଦସ୍ଥ ପଦ ଅଫର ହୋଇଥିଲା। ମାତ୍ର ଏହାକୁ ସ୍ୱୀକାର ନ କରିବା ନିମନ୍ତେ ଗୁଗୁଲ ତରଫରୁ ତାଙ୍କୁ ଶହେ ମିଲିୟନ ଡଲାର ବୋନସ ରୂପେ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos