Advertisment

ଆମେରିକା ନିର୍ବାଚନରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ, ୬ ଆସନରେ ବାଜି ମାରିଲେ

ଆଜି ବିଜୟୀ ହୋଇଥିବା ସୁବ୍ରମଣୟମ ପୂର୍ବରୁ ବାରାକ ଓବାମାଙ୍କ ସମୟରେ ହ୍ୱାଇଟ ହାଉସ ପରାମର୍ଶଦାତା ଭାବେ କାମ କରୁଥିଲେ। ସେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଜଣେ ଜଣାଶୁଣା ଚେହେରା।

author-image
Hemant Lenka
USA

USA

ଆମେରିକାରେ ଇତିହାସ ରଚିଛନ୍ତି ୬ ଭାରତୀୟ ବଂଶୋଦ୍ଭବ। ଏମାନେ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଆମେରିକା ପ୍ରତିନିଧି ସଭାରେ ୫ ଜଣ ଭାରତୀୟ ବଂଶୋଦ୍ଭବ ରହିଥିଲେ। କିନ୍ତୁ ଏଥର ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି।

Advertisment

ଭିରଜିନିଆରେ ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ସୁହାସ ସୁବ୍ରମଣୟମ ନୂଆ ରେକର୍ଡ କରିଛନ୍ତି। ସେ ଏହି ସଂପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ରାଜ୍ୟ ଓ ପୂରା ପୂର୍ବ କୋଷ୍ଟରୁ ବିଜୟୀ ହୋଇଛନ୍ତି। ସୁବ୍ରମଣୟମ ବର୍ତ୍ତମାନ ଭିରଜିନିଆର ଜଣେ ସେନେଟର ଭାବେ କାମ କରୁଛନ୍ତି। ସୁବ୍ରମଣିୟମ ରିପବ୍ଲିକାନ ପାର୍ଟିର ମାଇକ କ୍ଲାନସଙ୍କୁ ପରାସ୍ତ କରିଛନ୍ତି।

ପ୍ରତିନିଧି ଗୃହରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। କାରଣ ଅମିଶ ଶାହ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଙ୍କୁ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟରେ ପଛରେ ପକାଇ ଦେଇଛନ୍ତି। ଆରିଜୋନାର ପ୍ରଥମ କଂଗ୍ରେସ ଜିଲ୍ଲାରେ ଏପରି ରେଜଲ୍ଟ ଦେଖିବାକୁ ମିଳିଛି। କିନ୍ତୁ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇ ନାହିଁ।

Advertisment

ଆଜି ବିଜୟୀ ହୋଇଥିବା ସୁବ୍ରମଣୟମ ପୂର୍ବରୁ ବାରାକ ଓବାମାଙ୍କ ସମୟରେ ହ୍ୱାଇଟ ହାଉସ ପରାମର୍ଶଦାତା ଭାବେ କାମ କରୁଥିଲେ। ସେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଜଣେ ଜଣାଶୁଣା ଚେହେରା।

ସେ ପ୍ରତିନିଧି ସଭାରେ ‘ସମୋସା କାକସ’ରେ ସାମିଲ ହୋଇଛନ୍ତି। ଏଠାରେ ପୂର୍ବରୁ ୫ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନେ ହେଲେ- ଆମି ବେରା, ରାଜା କ୍ରିଷ୍ଣମୂର୍ତ୍ତି, ଆରଓ ଖାନ୍ନା, ପ୍ରମିଳା ଜୟପାଲ ଓ ଶ୍ରୀ ତନେଦର। ଏହି ସମସ୍ତ ୫ ଭାରତୀୟ ବଂଶୋଦ୍ଭବମାନେ ପୁଣିଥରେ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଛନ୍ତି।

ତନେଦର କ୍ରମାଗତ ଦ୍ୱିତୀୟ ଥର ପାଇଁ ମିଚଗାନର ୧୩ତମ କଂଗ୍ରେସ ଜିଲ୍ଲାରୁ ବିଜୟୀ ହୋଇଛନ୍ତି। ସେ ପ୍ରଥମଥର ଏଠାରୁ ୨୦୨୩ରେ ଜିତିଥିଲେ। ରାଜା ଇଲନୋଇସର ୧୭ତମ କଂଗ୍ରେସ ଜିଲ୍ଲାରୁ କ୍ରମାଗତ ୫ମଥର ପାଇଁ ବାଜିମାତ କରିଛନ୍ତି। ଆରଓ ଖାନ୍ନା କାଲିଫଣ୍ଣିଆର ୧୭ତମ କଂଗ୍ରେସ ଜିଲ୍ଲା ଓ ପ୍ରମିଳା ଜୟପାଲ ୱାଶିଂଟନର ୭ମ କଂଗ୍ରେସ ଜିଲ୍ଲାରୁ ଜିତିଛନ୍ତି।

ଡାକ୍ତର ଆମି ବେରା ହେଉଛନ୍ତି ସବୁଠାରୁ ବରିଷ୍ଠ ଭାରତୀୟ ବଂଶୋଦ୍ଭବ। ସେ ୨୦୧୩ରୁ କାଲିଫର୍ଣ୍ଣିଆର ୬ଷ୍ଠ କଂଗ୍ରେସ ଜିଲ୍ଲାରୁ ଜିତି ଆସୁଛନ୍ତି। ଏଥର ସେ କ୍ରମାଗତ ୭ମ ଥର ପାଇଁ ବାଜିମାତ କରିଛନ୍ତି।

Donald Trump USA Election