Advertisment

ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ; ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସ ଜାଳିଦେଲେ

ଯୁକ୍ତରାଷ୍ଟ୍ର ଆମେରିକା ଏହି ଘଟଣାକୁ ଦୃଢ ନିନ୍ଦା କରିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଗତ ୫ ମାସ ମଧ୍ୟରେ ଏପରି ଆକ୍ରମଣ ଦ୍ୱିତୀୟ ଥର ପାଇଁ ହୋଇଥିବା ବେଳେ ଖଲିସ୍ତାନୀ ସମର୍ଥକ ଏପରି କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଦୂତାବାସ ଜଳି ଯାଇଥିବା ବେଳ କେହି ମୃତାହତ କି ଆହତ ହୋଇ ନ  ଥିବା ଜଣାଯାଇଛି।

Advertisment

ସାନ ଫ୍ରାନସିକୋର ଗଣମାଧ୍ୟମରେ ଏ ସଂକ୍ରାନ୍ତୀୟ ଏକ ଭିଡିଓ ପ୍ରସାରିତ ହେଉଛି।  ଉକ୍ତ ଭିଡିଓରେ କିଛି ଦୁର୍ବୃତ୍ତ ଖୁବ୍‌ ଜୋରରେ ଚିତ୍କାର କରୁଥିବା ବେଳେ ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ।  ଖବର ପାଇ ସାନ ଫ୍ରାନସିକୋ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ କାବୁ କରିଥିବା ଜଣାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକା ଏହି ଘଟଣାକୁ ଦୃଢ ନିନ୍ଦା କରିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି।

Advertisment

ଗତ ମାର୍ଚ୍ଚରେ ଖଲିସ୍ତାନୀ ନେତା ଅମୃତପାଲ ସିଂ ବିରୋଧରେ ପଞ୍ଜାବ ପୁଲିସ୍‌ ସର୍ଚ୍ଚ ୱାରେଣ୍ଟ ଜାରି କରିଥିବା ବେଳେ ଏହାର ପ୍ରତିକ୍ରିୟା ସାନ ଫ୍ରାନସିକୋରେ ଦେଖିବାକୁ ମିଳିଥିଲା। ଉକ୍ତ ସମୟରେ ଏକାଧୀକ ଲୋକ ଖଲିସ୍ତାନୀ ନାରା ଦେଇ ଉକ୍ତ ଦୂତାବାସରେ ଭଙ୍ଗାରୁଜା କରିଥିଲେ।

ଗତ ମାସରେ ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନ ଟାଇଗର ଫୋର୍ସ(KTF)  ମୁଖ୍ୟ ନିଜ୍ଜରକୁ କାନାଡ଼ାରେ ଗୁଳି କରି ହତ୍ୟା କରାଯାଇଥିଲା। ତା’ ମୁଣ୍ଡ ଉପରେ ୧୦ ଲକ୍ଷର  ପୁରସ୍କାର ରାଶି ଥିଲା। ନିଜ୍ଜର ହତ୍ୟାକୁ ବିରୋଧ କରୁଥିବା କିଛି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ତେବେ ସେମାନଙ୍କ ପରିଚୟ ମିଳି ପାରିନି।   

USA Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe