Advertisment

କାନାଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଭାରତୀୟ ମୃତ

ମୃତକଙ୍କ ମଧ୍ୟରେ ଜେଜେ, ଜେଜେମାଆ ଓ ନାତି ଥିବା ସୂଚନା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପାମାଆ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କାନାଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଏକାଧିକ ଗାଡି ପଛକୁ ପଛ ଧକ୍କା ହେବା ଫଳରେ ଚାଲିଯାଇଛି ଚାରି ଜଣଙ୍କ ଜୀବନ। ଏଥିରେ ଏକ ଭାରତୀୟ ବୃଦ୍ଧ ଦମ୍ପତି ଓ ତାଙ୍କ ନାତିଙ୍କର ମୃତ୍ୟୁ ଘଟିଛି। 

Advertisment

ସୂଚନା ଅନୁସାରେ କାନାଡାର ହ୍ୱିଟବାଏ ୪୦୧ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା। ଏଥିରେ ୨୧ ବର୍ଷୀୟ ଡ୍ରାଇଭର ସମେତ ଜେଜେବାପା, ଜେଜେମାଆ ଓ ନାତିର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ହେଉଛି, ମୃତ ଶିଶୁ ତିନି ମାସ ହେବ ଜନ୍ମ ହୋଇଥିଲା। ଶିଶୁର ବାପାମାଆ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ରକ୍ଷା ହୋଇଯାଇଛି।

ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମାଆର ଅବସ୍ଥା ଗୁରୁତର ଥିବା କୁହାଯାଉଛି। କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏନେଇ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି।

Advertisment

କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଶିଶୁର ବାପାମାଆ ଅଜାକ୍ସରେ ରହୁଥିଲେ। ସେମାନେ କାନାଡ଼ାର ନିସାନ ସେଣ୍ଟ୍ରାରେ ଯିବା ସମୟରେ ଏହି ଦୁର୍ଘଟଣା ଘଟଇଥିଲା।

ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କାନାଡା ପୁଲିସ ଅଧିକାରୀମାନେ କହିଛନ୍ତି। ଟରୋଣ୍ଟୋରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ଏବଂ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି। 

Accident Road Accident Canada Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe