Advertisment

Middle East War: ଓମାନ ଉପକୂଳରେ ଡ୍ରୋନ ବୋଟ୍‌ ଆଟାକ୍‌: ଜଳିଗଲା ତୈଳ ଟ୍ୟାଙ୍କର, ଭାରତୀୟ କ୍ରୁ ମୃତ

ଡ୍ରୋନ ବୋଟ ଏଥିରେ ପିଟି ହେବାରୁ ଟ୍ୟାଙ୍କରରେ ନିଆଁ ଲାଗିବା ସହ ମୁଖ୍ୟ ଇଞ୍ଜିନ ରୁମରେ ବିସ୍ଫୋରଣ ହୋଇଥିଲା। ଘଟଣାରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ମୋଟ ୨୧ ଜଣ କ୍ରୁ ରହିଥିଲେ। ଏମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ, ୪ ଜଣ ବାଂଲାଦେଶ ଓ ଜଣେ ୟୁକ୍ରେନ ନାଗରିକ ରହିଥିଲେ।

Tanker

କ୍ଷତିଗ୍ରସ୍ତ ଟ୍ୟାଙ୍କର୍‌

Advertisment

Middle East War Updates: ମାନବିହୀନ ଡ୍ରୋନ ବୋଟ୍‌ ଘଟାଇଛି ସାଂଘାତିକ କାଣ୍ଡ। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଓମାନରେ ଡ୍ରୋନ ବୋଟ ଆଟାକରେ ଗୋଟିଏ ତେଲ ବୋଝେଇ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଛି। ଡ୍ରୋନ ବୋଟ ଆଟାକରେ ତେଲ ବୋଝେଇ ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି। ଏଥିରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଝି ସମୁଦ୍ରରୁ ଉଦ୍ଧାର କରାଯାଇଛି।

Advertisment

ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା ମସ୍କାଟ ଗଭର୍ଣ୍ଣନେଟରେ ଥିବା ପୋର୍ଟ ଅଫ ସୁଲତାନ କ୍ୱାବସ ଠାରୁ ପ୍ରାୟ ୧୦୦ କିମି ଦୂରରେ ଘଟିଛି। ମାର୍ଚ୍ଚ ୧ରେ ଏହି ଘଟଣା ଘଟିଥିଲା। କ୍ଷତିଗ୍ରସ୍ତ ଟ୍ୟାଙ୍କର ଏମକେଡି ଭିୱାଇଓମ ଭାବେ ଚିହ୍ନଟ ହୋଇଛି। ଏଥିରେ ମାର୍ଶଲ ଦ୍ୱୀପପୁଞ୍ଜର ପତାକା ଲାଗିଥିଲା। ଡ୍ରୋନ ବୋଟ ଆଟାକ ବେଳେ ଏହା ୫୯,୪୬୩ ମେଟ୍ରିକ ଟନ ଜିନିଷ ବହନ କରୁଥିଲା। 

ଡ୍ରୋନ ବୋଟ ଏଥିରେ ପିଟି ହେବାରୁ ଟ୍ୟାଙ୍କରରେ ନିଆଁ ଲାଗିବା ସହ ମୁଖ୍ୟ ଇଞ୍ଜିନ ରୁମରେ ବିସ୍ଫୋରଣ ହୋଇଥିଲା। ଘଟଣାରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ମୋଟ ୨୧ ଜଣ କ୍ରୁ ରହିଥିଲେ। ଏମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ, ୪ ଜଣ ବାଂଲାଦେଶ ଓ ଜଣେ ୟୁକ୍ରେନ ନାଗରିକ ରହିଥିଲେ। ସମସ୍ତ ଜୀବିତ କ୍ରୁ ସଦସ୍ୟଙ୍କୁ ମର୍ଚାଣ୍ଟ ଶିପ MV SAND ଦ୍ୱାରା ଉଦ୍ଧାର କରାଯାଇଛି। ଏହି ଶିପଟି ପାନାମ ପତାକା ଲଗାଇ ଆଗକୁ ବଢ଼ୁଥିଲା। ମାରିଟାଇମ ସୁରକ୍ଷା କେନ୍ଦ୍ର ସହାୟତାରେ ସବୁ କିଛି କରାଯାଇଥିବା ଓମାନ କହିଛି। 

Advertisment

କ୍ଷତିଗ୍ରସ୍ତ ଟ୍ୟାଙ୍କର୍‌ର ସମୀକ୍ଷା କରିବାକୁ ଓମାନର ରୟାଲ ନୌସେନା ପକ୍ଷରୁ ଗୋଟିଏ ଜାହାଜ ମୁତୟନ କରାଯାଇଛି। ଏଥିସହ ଉକ୍ତ ଅଞ୍ଚଳ ଦେଇ ଅନ୍ୟ ଜାହାଜଗୁଡ଼ିକ ଯେମିତି ନ ଯିବ, ସେଥିପାଇଁ ଦିଗାନ୍ତକ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏପରି ଡ୍ରୋନ ବୋଟ ଆଟାକ ପଛରେ କିଏ ରହିଛି, ସେକଥା ସ୍ପଷ୍ଟ ହୋଇନି।

ଇସ୍ରାଏଲ ଓ ଆମେରିକା ସହ ତିକ୍ତତା କାରଣରୁ ଷ୍ଟ୍ରେଟ ଅଫ ହର୍ମୁଜ ଆଡ଼କୁ ଆସୁଥିବା ଜାହାଜଗୁଡ଼ିକୁ ସତର୍କ କରାଇଥିଲା ଇରାନ। ତେଣୁ ଏହି ଆଟାକ ପଛରେ ଇରାନ ଥିବା କୁହାଯାଉଛି। ଏହାପୂର୍ବରୁ ପାଲଉ ପତାକାଧାରୀ ତୈଳ ଟ୍ୟାଙ୍କର ସ୍କାଏଲାଇଟ ହର୍ମୁଜ ଆଡ଼କୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା। ଏଥିରେ ୧୫ ଜଣ ଭାରତୀୟ ରହିଥିଲେ। ଓମାନର ମୁସାନଦମ ଠାରେ ହୋଇଥିବା ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe