ବାଂଲାଦେଶରେ ସ୍ଥିତି ବେକାବୁ, ଭାରତ ଜାରି କଲା ଆଡଭାଇଜରୀ

ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ନିଜ ଦେଶର ନାଗରିକଙ୍କ ନିମନ୍ତେ ଜାରି କରିଛି ଆଡଭାଇଜରୀ।ଯେକୌଣସି ଆପାତକାଳୀନ ସ୍ଥିତିରେ ଭାରତୀୟ ଦୂତାବାସ ସହ ସମ୍ପର୍କ କରିବାକୁ କୁହାଯାଇଛି।

Violence

ବାଂଲାଦେଶ ରାସ୍ତାରେ ବିକ୍ଷୋଭ ।

Niharika Rout
  • Published: Thursday, 18 July 2024
  • Updated: 18 July 2024, 01:53 PM IST

Sports

Latest News

ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି। ରାଜରାସ୍ତାରେ ହଜାର ହଜାର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏଯାବତ ୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାଂଲାଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥିତିରେ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ନିଜ ଦେଶର ନାଗରିକଙ୍କ ନିମନ୍ତେ ଜାରି କରିଛି ଆଡଭାଇଜରୀ।

ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ବର୍ତ୍ତମାନର ପରିସ୍ଥିତିକୁ ଦେଖି ବାଂଲାଦେଶରେ ଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ନିଜ ନିଜ ଘରେ ରୁହନ୍ତୁ । ଏହି ସମୟରେ ବାଂଲାଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଯେକୌଣସି ଆପାତକାଳୀନ ସ୍ଥିତିରେ ଆପଣ ଭାରତୀୟ ଦୂତାବାସ ସହ ସମ୍ପର୍କ କରି ପାରିବେ । ଆମେ ୨୪ ଘଣ୍ଟା ଆପଣଙ୍କ ସେବା କରିବା ନିମନ୍ତେ ପ୍ରସ୍ତୁତ ଅଛୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। 

ଏଥିସହ ବାଂଲାଦେଶରେ କୌଣସି ବିପଦରେ ଫସିଥିବା ଭାରତୀୟ ନାଗରିକ ତଥା ଛାତ୍ରଙ୍କ ପାଇଁ ଜାରି ହୋଇଛି ହେଲପ୍‌ଲାଇନ୍‌ ନମ୍ବର। ଦୂତାବାସ ପକ୍ଷରୁ କଲ୍‌ ନିମନ୍ତେ 880-1937400591 ନମ୍ବର ଜାରି କରାଯାଇଛି। ଏଥିସହ ହ୍ୱାଟ୍ସ ଆପ୍‌ ନିମନ୍ତେ 880-1814654797 ଓ 880-1814654799 ନମ୍ବର ଜାରି ହୋଇଛି। ଏହି ସେବା ୨୪ ଘଣ୍ଟା ଚାଲୁ ରହିବ ।

Also Read

ବାଂଲାଦେଶ ସ୍ୱାଧୀନ ହେବା ପରେ ୩୦% ଚାକିରି ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୦୧୦ରେ ଏହାକୁ ଆହୁରି ବିସ୍ତାର କରାଯାଇଥିଲା। ଏହି ସଂରକ୍ଷଣକୁ ରଦ୍ଦ କରିବା ପାଇଁ ୨୦୧୮ର ସରକାରୀ ସର୍କୁଲାରକୁ ବେଆଇନ ଘୋଷଣା କରି ଗତ ମାସ ୫ ତାରିଖରେ ହାଇକୋର୍ଟ ରାୟ ଦେଇଥିଲେ।

ଏହାର ଜବାବରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିବା ବେଳେ ବିକ୍ଷୋଭ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ସରକାରୀ ଚାକିରିରେ ସଂରକ୍ଷଣ ସଂସ୍କାର ଦାବିରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜୁଲାଇ ପହିଲାରୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏହାକୁ ସମର୍ଥନ ଓ ବିରୋଧ କରୁଥିବା ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ହିଂସା ଥମିବା ନାଁ ଧରୁ ନ ଥିବାରୁ ବାଂଲାଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story