Advertisment

ଆମେରିକାରେ ଭାରତୀୟ ପରିବାରକୁ ନିର୍ମମ ହତ୍ୟା!

ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି।

author-image
Madhupriya Mistry
Indian Family Found Dead

Indian Family Found Dead

ଅମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ। ଏଠାରେ ପ୍ରତିଦିନ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି। ଏବେ ପୁଣିଥରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି। ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି। ମୃତେଦହରେ ଗୁଳି ମାଡ ଚିହ୍ନ ଅଛି।

Advertisment

ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ୪୨ ବର୍ଷୀୟ ଆନନ୍ଦ ସୁଜିନ ହେନରୀ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଏଲିସ ପ୍ରିୟଙ୍କା ଓ ୪ ବର୍ଷର ଯମଜ ପୁଅ ନୁହ ଓ ନିଥନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ସନ୍ଦେହ କରୁଛି। ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୂଚନା ମୁତାବକ, ଫେବ୍ରୁଆର ୧୩ ତାରିଖ ଦିନ ପରିବାରର ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଫୋନ୍‌ କରିଥିଲେ। ତେବେ ବାରମ୍ବାର ଫୋନ୍‌ ରିଙ୍ଗ ହେଉଥିଲେ ସୁଦ୍ଧା କେହି ଉଠାଇ ନଥିଲେ। ଏନେଇ ପୁଲିସକୁ ସମ୍ପର୍କୀୟ ଜଣକ ଖବର ଦେଇଥିଲେ। ପୁଲିସ ଆସି କାଲିଫର୍ନିଆର ସାନ ମେଟେଓରେ ଥିବା ବିଳସପୂର୍ଣ୍ଣ ବଙ୍ଗଳା ଭିତରୁ ଦୁଇ ଯାଆଁଳା ଶିଶୁଙ୍କ ସମେତ ୪ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଉଦ୍ଧାର କରିଥିଲା।

Advertisment

ପୋଲିସ କହିଛି ଯେ, ଗୁଳି ମାଡ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ସ୍ଥଳରୁ ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ମାଗାଜିନ ଜବତ ହୋଇଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

ଆନନ୍ଦ ଓ ଏଲିସ ଦୁହେଁ ଆଇଟି ସେକ୍ଟରରେ କାମ କରୁଥିଲେ। ଗତ ୯ ବର୍ଷ ହେଲା ସେ ଆମେରିକାରେ ରହୁଥିଲେ। ଆନନ୍ଦ ସଫ୍ଟଓ୍ୱେୟାର ଇଂଜିନିୟର ଥିବା ବେଳେ ଏଲିସ ଥିଲେ ସିନିୟର ବିଶ୍ଲେଷକ। ସେ ଦୁଇ ବର୍ଷ ପୂର୍ବେ ନ୍ୟୁ ଜର୍ସିରୁ ସେନ୍ ମେଟୋ କାଉଣ୍ଟି ରହିବାକୁ ଆସିଥିଲେ। ଏହି ଦମ୍ପତ୍ତି ୨୦୨୦ରେ ୧୭ କୋଟି ୪୨ ଲକ୍ଷର ଏହି ବଙ୍ଗଳା କିଣିଥିଲେ। କୋର୍ଟ ରେକର୍ଡ ଅନୁଯାୟୀ ଆନନ୍ଦ ଡିସେମ୍ବର ୨୦୧୬ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ କୋର୍ଟରେ ଏହି ମାମଲର ଶୁଣାଣି ହୋଇପାରି ନଥିଲା।

Gunshot California Indian Family Found Dead America