Advertisment

ମଝି ସମୁଦ୍ରରେ ବିସ୍ଫୋରଣ, ଭାରତୀୟ ପତାକା ଲାଗିଥିବା ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ

ଏହି ଜାହାଜରେ ଚାଳକ ଦଳ ସମେତ ମୋଟ ୨୫ ଜଣ ଭାରତୀୟ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Drone attack on Ship

Drone attack on Ship

Advertisment

ମଝି ସମୁଦ୍ରରେ ହେଲା ବିସ୍ଫୋରଣ। ଭାରତୀୟ ତଟରେ ଲାଲ ସାଗରରେ ପୁଣି ଏକ ଜାହାଜ ଉପରେ ହେଲା ଆକ୍ରମଣ। ଭାରତୀୟ ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ୍‌ରେ ଆକ୍ରମଣ ହୋଇଛି। ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏନେଇ ଆମେରିକା ସେନା ଦାବି କରିଛି।

Advertisment

ଆମେରିକା ସେନା ଅନୁସାରେ ଏହି ଜାହାଜକୁ ୟେମନର ହୁତି ବିଦ୍ରୋହୀମାନେ ଟାର୍ଗେଟ୍‌ କରିଥିଲେ। ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏନେଇ ସୋଶାଲ ମିଡିଆରେ ଟ୍ୱିଟ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାବନର ମାଲିକାନା ଥିବା ଏହି ଜାହାଜ ଯାହା ଉପରେ ଭାରତୀୟ ପତାକା ଲାଗିଥିବା ତା'ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଛି। ଏହି ଜାହାଜଟି ଅଶୋଧିତ ତୈଳ ନେଇ ଯାଉଥିଲା। ତେବେ ଏହି ଡ୍ରୋନ୍ ଆକ୍ରମଣରେ ଜାହାଜରେ କେହି ମୃତାହତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

ସୂଚନା ମୁତାବକ, ଏହି ଜାହାଜରେ ଚାଳକ ଦଳ ସମେତ ମୋଟ ୨୫ ଜଣ ଭାରତୀୟ ଥିବା ଜଣାପଡ଼ିଛି। ପୋରବନ୍ଦର ତଟରୁ ୨୧୭ ସାମୁଦ୍ରିକ ମାଇଲ ଦୂରରେ ଏମ୍‌ଭି ସାଇବାବା ଗାବୋନ୍‌ ଦେଶର ମାଲିକାନାରେ ଥିବା ଜାହାଜରେ ଆଜି ଅପରାହ୍ନରେ ଆକ୍ରମଣ ହୋଇଥିଲା। ଏହାକୁ ଭାରତରେ ପଞ୍ଜିକୃତ କରାଯାଇ ନାହିଁ ଭାରତୀୟ ନୌସେନା କହିଛି।

Advertisment

ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିବା ଏହି ଜାହାଜଟି ଅଶୋଧିତ ତୈଳ ନେଇ ସାଉଦି ଆରବର ଏକ ବନ୍ଦରରୁ ବାହାରିଥିଲା ଏବଂ ଏହା ମେଙ୍ଗାଲୁ‌ରୁରେ ପହଞ୍ଚିଥାନ୍ତି। ସଙ୍କଟରେ ଫସିଥିବା ଏହି ଜାହାଜକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ତଟରକ୍ଷୀ ଜାହାଜ ଆଇସିଜିଏସ୍‌ ବିକ୍ରମ ଘଟଣାସ୍ଥଳରେ ପହଞ୍ଚିଛି। ଏହା ସହିତ ତଟରକ୍ଷୀ ବାହିନୀ ଉକ୍ତ ଅଞ୍ଚଳରେ ସମସ୍ତ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହାଇ ଆଲର୍ଟରେ ରହିଛି। ଡ୍ରୋନ୍‌ ଆକ୍ରମଣ ପରେ ଜାହାଜର ଗୋଟିଏ ଅଂଶ ସଂପୂର୍ଣ୍ଣ ଭାଙ୍ଗିରୁଜୁ ଯାଇଛି ଏବଂ ଏଥିରେ ତୁରନ୍ତ ନିଆଁ ଲାଗିଯାଇଥିବା ଖବର ମିଳିଥିଲା। ତେବେ ଚାଳକଦଳର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ହେବ ଲାଲ ସାଗରରେ ହୁତି ବିଦ୍ରୋହୀମାନେ ଲଗାତର ଜାହାଜ ଉପରେ ଆକ୍ରମଣ କରି ଚାଲିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମାନେ ଇସ୍ରାଏଲୀ ଜାହାଜକୁ ମୁଖ୍ୟତଃ ଟାର୍ଗେଟ୍‌ କରୁଛନ୍ତି। ଗତ ସୋମବାର ଦିନ ଅପହୃତ ମାଲ୍‌ଟା ପଣ୍ୟବାହୀ ଜାହାଜକୁ ଭାରତୀୟ ନୌସେନା ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଥିଲା।

Drone Attack Indian Flag Ship US Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe