Advertisment

ଆମେରିକା ବାଲାଟରେ ଗୋଟିଏ ଭାରତୀୟ ଭାଷା ସାମିଲ

ନ୍ୟୁୟର୍କ ସହରରେ ଭୋଟ ପାଇଁ ବ୍ୟବହାର କରାଯାଉଥିବା ବାଲାଟ ପେପରରେ ଗୋଟିଏ ଭାରତୀୟ ଭାଷା ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭାଷା ହିନ୍ଦୀ ନୁହେଁ।

author-image
Debadatta Aryashrestha
US Election

US Election

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନ୍ୟୁୟର୍କରେ ବାଲାଟ ପେପରରେ ଏକ ରୋଚକ ପରିବର୍ତ୍ତନ ଘଟିଛି। ଏଥର ନ୍ୟୁୟର୍କ ସହରରେ ଭୋଟ ପାଇଁ ବ୍ୟବହାର କରାଯାଉଥିବା ବାଲାଟ ପେପରରେ ଗୋଟିଏ ଭାରତୀୟ ଭାଷା ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଭାଷା ହିନ୍ଦୀ ନୁହେଁ, ବରଂ ବଙ୍ଗାଳା।

Advertisment

ଆଧିକାରୀକ ରିପୋର୍ଟ ଅନୁଯାୟୀ ନ୍ୟୁୟର୍କରେ ପ୍ରାୟ ୨୦୦ରୁ ଅଧିକ ପ୍ରକାର ଭାଷା କହୁଥିବା ଲୋକ ଅଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବହୃତ ବାଲାଟ ପେପରରେ ଇଂରାଜୀ ବ୍ୟତୀତ କେବଳ ୪ଟି ଅନ୍ୟ ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଭାଷାଗୁଡ଼ିକ ଚାଇନିଜ୍, ସ୍ପାନିସ୍, କୋରିଆନ୍ ଏବଂ ବଙ୍ଗାଳା ବୋଲି ନ୍ୟୁୟର୍କ ନିର୍ବାଚନ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି। 

ନ୍ୟୁୟର୍କରେ ଏକ ବଡ଼ ବଙ୍ଗଳା ଭାଷାଭାଷୀ ସଂପ୍ରଦାୟ ରହିଛି। ଯେଉଁଥିରେ ଭାରତ ସମେତ ବାଂଲାଦେଶର ଲୋକ ମଧ୍ୟ ରହିଛନ୍ତି। ଏହି ସଂପ୍ରଦାୟ ସହରର ବିଭିନ୍ନ ସ୍ଥାନରେ ବିଶେଷ କରି କୁଇନ୍ସ ଅଞ୍ଚଳରେ ବହୁ ସଂଖ୍ୟାରେ ବାସ କରନ୍ତି। ଏହି କାରଣରୁ ନ୍ୟୁୟର୍କ ନିର୍ବାଚନ ଅଧିକାରୀମାନେ ଏହି ଭାଷାକୁ ବାଲାଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୧୩ ମସିହାରେ କୁଇନ୍ସରେ ପ୍ରଥମ ଥର ପାଇଁ ନିର୍ବାଚନ ବାଲାଟରେ ବଙ୍ଗଳା ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଭଳି ସମୟରେ ନିର୍ବାଚନ ବାଲାଟରେ ବଙ୍ଗଳା ଭାଷା ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି କେବଳ ସାଂସ୍କୃତିକ ଗୁରୁତ୍ୱ ପାଇଁ ନୁହେଁ, ଆଇନଗତ କାରଣ ପାଇଁ ମଧ୍ୟ ନିଆଯାଇଛି। ନ୍ୟୁୟର୍କ ସହରରେ ଦକ୍ଷିଣ ଏସିଆର ଏକ ବୃହତ ସଂପ୍ରଦାୟ ଥିବାରୁ, ଏହି ଭୋଟରମାନଙ୍କୁ ସେମାନଙ୍କ ମାତୃଭାଷାରେ ଭୋଟ ସାମଗ୍ରୀ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି।

ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ସେଲ୍ସ ଏଜେଣ୍ଟ ଭାବେ କାର୍ଯ୍ୟରତ ମୂଳ ଭାରତୀୟ-ବଙ୍ଗାଳୀ ସୁଭଶେଷ ନିର୍ବାଚନ ବୋର୍ଡର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମୋ ଭଳି ଲୋକମାନେ ଇଂରାଜୀ ଜାଣନ୍ତି। ହେଲେ ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଆମ ମୂଳ ଭାଷାରେ ଅଧିକ ଆଶ୍ୱସ୍ତ। ଏଭଳି ପରିବର୍ତ୍ତନ ଭୋଟ ପ୍ରକ୍ରିୟାକୁ ଅଧିକ ସହଜ ଏବଂ ସୁଗମ କରିବ। ମୁଁ ନିଶ୍ଚିତ ଯେ ମୋ ବାପା ଭୋଟ ଦେବା ପାଇଁ ବଙ୍ଗାଳୀ ବାଲାଟ ପେପର ବାଛିବେ।

Donald Trump US Election Kamala Harris Indian Language In US Ballots