Advertisment

ଇ-ବାଇକ୍‌ରୁ ବିଲ୍ଡିଂରେ ଲାଗିଲା ନିଆଁ, ଜଳିଗଲେ ଭାରତୀୟ ସାମ୍ବାଦିକ

୨୦୧୮ରେ ଫାଜିଲ ଖାନ ବିଜନେସ୍ ଷ୍ଟାଣ୍ଡାର୍ଡରେ କପିଏଡିଟର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
indian-man-dies-in-new-york

indian-man-dies-in-new-york

Advertisment

ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କର ହାର୍ଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଯୋଗୁ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ଫାଜିଲ ଖାନ୍‌।

Advertisment

ସୂଚନା ମୁତାବକ, ଶୁକ୍ରବାର ଏକ ଲିଥିୟମ ବ୍ୟାଟେରୀରେ ବିସ୍ଫୋରଣ ଯୋଗୁ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଫାଜିଲ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରିବା ସହ ଖୁବଶୀଘ୍ର ତାଙ୍କ ପାର୍ଥୀବ ଶରୀରକୁ ଭାରତ ପଠାଯିବ ବୋଲି କୁହାଯାଇଛି।

ପ୍ରକୃତରେ ଫାଜିଲ ଖାନ୍‌ ଆପାର୍ଟମେଣ୍ଟର ତୃତୀୟ ମହଲାରେ ରହୁଥିଲେ। ଏହି ଫ୍ଲୋର୍‌କୁ ଭୟଙ୍କର ଭାବେ ନିଆଁ ବ୍ୟାପିଥିଲା। ଫଳରେ ଅଗ୍ନିଶମ ବିଭାଗ ଏଠାକୁ ଯାଇପାରି ନଥିଲେ।

Advertisment

କଲମ୍ବିଆ ଜର୍ଣ୍ଣାଲିଜିମ୍ ସ୍କୁଲର ପୂର୍ବତନ ଛାତ୍ର ଫାଜିଲ୍ ଖାନ୍ ହେଚିଙ୍ଗର ରିପୋର୍ଟ ସହିତ କାର୍ଯ୍ୟ କରୁଥିଲେ। ୨୦୧୮ରେ ଫାଜିଲ ଖାନ ବିଜନେସ୍ ଷ୍ଟାଣ୍ଡାର୍ଡରେ କପିଏଡିଟର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ୨୦୨୦ରେ ନ୍ୟୁୟର୍କ ଯିବା ପୂର୍ବରୁ ଦିଲ୍ଲୀର CNN-News18 ରେ ସମ୍ବାଦଦାତା ଭାବରେ କାମ କରିଥିଲେ ଫାଜିଲ।

ବିଲ୍ଡିଂର ଟପ୍‌ ଫ୍ଲୋରରେ ନିଆଁ ଲାଗିଥିବା ବେଳେ ଏହି ଅଗ୍ନିକାଣ୍ଡରେ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ୨୪ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଏହି ଘଟଣା ପରେ ଭବନ ନିର୍ମାଣ ବିଭାଗ ଦ୍ୱାରା ପୂରା ଆପାର୍ଟମେଣ୍ଟକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନିକଟସ୍ଥ ଏକ ଅସ୍ଥାୟୀ ଘରେ ସମସ୍ତ ଲୋକଙ୍କୁ ରଖାଯାଇଛି।

New York Fire Indian Journalist Dies Harlem Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe