Advertisment

ବିଦେଶିନୀଙ୍କୁ କିସ୍ କରି ଫଶିଲେ ଭାରତୀୟ ଯୁବକ

ଦକ୍ଷିଣ କୋରିଆ ଯୁବତୀଙ୍କୁ ଅସଦାଚରଣ କରି ଜେଲ ଗଲେ ଭାରତୀୟ ଯୁବକ। ଅସଦାଚରଣ ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଅଦ୍ୟତନ ହୋଇଛି
South Korean Woman In Hong Kong

South Korean Woman In Hong Kong

Advertisment

ଦକ୍ଷିଣ କୋରିଆ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ହଂ କଂରେ ଜଣେ ଭାରତୀୟ ଯୁବକ ଗିରଫ ହୋଇ ଜେଲ ଯାଇଛନ୍ତି। ଏହି ଅସଦାଚରଣ ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

Advertisment

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁୟାୟୀ, ଦକ୍ଷିଣ କୋରିଆ ପର୍ଯ୍ୟଟକ ଜଣଙ୍କ ହଂ କଂରେ ନିଜର ଦିନିକିଆ ଯାତ୍ରାର ଭିଡିଓ କରୁଥିବା ବେଳେ ଏକ ଦୁଃଖଦ ଘଟଣା ଲାଇଭ୍ କ୍ୟାମେରାରେ କଏଦ ହୋଇଥିଲା।

ଘଟଣାଟି ଆସନ୍ତୁ ଜାଣିବା। ଦକ୍ଷିଣ କୋରିଆ ଯୁବତୀ ଜଣଙ୍କ ହଂ କଂର ସେଣ୍ଟ୍ରାଲ ଏରିଆରେ ଥିବା ଏକ ଟ୍ରାମ୍ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ତାଙ୍କ ପାଖକୁ ଆସି ସାହାଯ୍ୟ ମାଗିଥିଲେ। ପରେ ଏହି ଯୁବକ ଜଣକ ବିଦେଶୀ ଯୁବତୀଙ୍କ ନିକଟତର ହୋଇ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ କହିଥିଲେ, 'ମୁଁ ଏକୁଟିଆ ଅଛି, ମୋ ସହ ଆସ।'

Advertisment

ତା'ପରେ ଭାରତୀୟ ଯୁବକ ଜଣକ ବିଦେଶୀ ଯୁବତୀଙ୍କ ହାତକୁ ଧରି ମୁଁ ଏକୁଟିଆ ଅଛି କହି, ଯୁବତୀଙ୍କୁ ଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ କୋରିଆ ଯୁବତୀ ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ସେହି ସ୍ଥାନରୁ ଖସି ପଳାଇ ଯାଇଥିଲେ।

ଏକ ରିପୋର୍ଟ ଅନୁୟାୟୀ, ଅଭିଯୁକ୍ତ ଯୁବକ ଜଣକ ୱେଟର ଭାବେ ହଂ କଂରେ କାମ କରନ୍ତି। ତେବେ ଏହି ଦୁଃଖଦ ଘଟଣା ପରେ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ୟୁଜର ଯୁବତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋଶାଲ ମିଡିଆରେ କିଛି ୟୁଜର ଦାବି କରିଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅମିତ ଜରିୱାଲ।

Hong Kong South Korea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe