Advertisment

ଇସ୍ରାଇଲରେ ମିସାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଇସ୍ରାଏଲ-ହମାସ ଯୁଦ୍ଧରେ ଜଣେ ଭାରତୀୟ ନାଗରୀକଙ୍କ ମୃତ୍ୟୁ ଘଟିଥିବା ସୂଚନା।

author-image
Debibandita Barick
ଅଦ୍ୟତନ ହୋଇଛି
Ambulance

Ambulance

ଇସ୍ରାଏଲ-ହମାସ ଯୁଦ୍ଧରେ ଜଣେ ଭାରତୀୟ ନାଗରୀକଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କେରଳର କୋଲାମର ପାଟନିବିନ୍ ମ୍ୟାକ୍ସୱେଲ। ତାଙ୍କ ମୃତଦେହ ଜିଭ୍ ହସ୍ପିଟାଲରେ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

Advertisment

ଉଦ୍ଧାରକାରୀ ଟିମର ମୁଖପାତ୍ର ଜ୍ୟାକି ହେଲର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଇସ୍ରାଏଲର ଉତ୍ତରରେ ଥିବା ଗାଲିଲୀ ଅଞ୍ଚଳର ମାର୍ଗାଲିଅଟରେ ଲେବାନନ ପକ୍ଷରୁ ମିସାଇଲ ମାଡ଼ କରାଯାଇଥିଲା। ହମାସକୁ ସମର୍ଥନ କରି ଲେବାନନ ଏହି ମିସାଇଲ ମାଡ଼ କରିଛି।

ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁ ଓ ଶୀରରରେ ଆଘାତ ଲାଗିଥିବାରୁ ଅପରେସନ କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନେ ପରିବାର ଲୋକଙ୍କ ସହ କଥା ହୋଇପାରିବେ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ। 

Advertisment

ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ଜଣେ ବିଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ମଧ୍ୟ ଆହତ ହୋଇଛନ୍ତି। 

ଗତ ବର୍ଷ ଅକ୍ଟୋବର ୮ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଲଢେଇ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ସେବେଠାରୁ ହମାସ ସମର୍ଥକ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଲଢେଇ ଜାରି ରହିଛି। 

Palestine Israel-Palestine Conflict Hamas Israel-Palestine War War Israel