Advertisment

Khalistani Terrorist: ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଉଦ୍ୟମ: ଦୋଷ ସ୍ୱୀକାର କରିନେଲେ ଭାରତୀୟ ବ୍ୟକ୍ତି

ସେ ଅଭିଯୋଗଗୁଡ଼ିକୁ ସ୍ୱୀକାର କରିଥିବାରୁ ତାଙ୍କୁ ସର୍ବାଧିକ ୪୦ ବର୍ଷ ଜେଲଦଣ୍ଡ ମିଳିପାରେ। ମେ’ ୨୯ ତାରିଖରେ ଆମେରିକା ଜିଲ୍ଲା ଜଜ ଭିକ୍ଟୋର ମାରେରୋ ତାଙ୍କ ବିରୋଧରେ ଦଣ୍ଡବିଧାନ କରିବେ।

author-image
Hemant Lenka
USA

ନିଖିଲ ଗୁପ୍ତା

ଖଲିସ୍ତାନୀ ଆତଙ୍କବାଦୀ(Khalistani Terrorist) ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ପାଇଁ ହୋଇଥିବା ବିଫଳ ପ୍ରୟାସ ପଛରେ ଜଣେ ଭାରତୀୟ ନାଗରିକ ନଖିଲ ଗୁପ୍ତା ରହିଥିଲେ। ଆମେରିକା ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ସେ ମାନହାଟ୍ଟନ ଫେଡରାଲ କୋର୍ଟରେ ନିଜର ଦୋଷକୁ ମଧ୍ୟ ସ୍ୱୀକାର କରି ନେଇଛନ୍ତି।

Advertisment

ପନ୍ନୁ ହେଉଛି ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଡେଡ। ତା’କୁ ହତ୍ୟା ଉଦ୍ୟମ ପରେ ଆମେରିକା ଅଧିକାର ଏହାକୁ ଭାରତ ସହ ଯୋଡ଼ିଥିଲେ। ନିଖିଲ ଗୁପ୍ତା ଭାରତୀୟ ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଆମେରିକା କହିଥିଲେ ହେଁ ଏହାକୁ ନୂଆଦିଲ୍ଲୀ ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଇଛି। 

୫୪ ବର୍ଷୀୟ ଗୁପ୍ତା ଶୁକ୍ରବାର ଆମେରିକା ମାଜିଷ୍ଟ୍ରେଟ ଜଜ ସାରା ନେଟବର୍ନଙ୍କ ଆଗରେ ତାଙ୍କ ବିରୋଧରେ ଥିବା ୩ଟି ଅପରାଧିକ ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସୁପାରୀ ନେଇ ହତ୍ୟା କରିବା, ସୁପାରୀ ନେଇ ହତ୍ୟା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର କରିବା ଓ ମନି ଲଣ୍ଡରିଂ ଷଡ଼ଯନ୍ତ୍ର କରିବା ଭଳି ଅଭିଯୋଗକୁ ନିଖିଲ ଗୁପ୍ତା ଗ୍ରହଣ କରି ନେଇଛନ୍ତି। ସେ ଅଭିଯୋଗଗୁଡ଼ିକୁ ସ୍ୱୀକାର କରିଥିବାରୁ ତାଙ୍କୁ ସର୍ବାଧିକ ୪୦ ବର୍ଷ ଜେଲଦଣ୍ଡ ମିଳିପାରେ। ମେ’ ୨୯ ତାରିଖରେ ଆମେରିକା ଜିଲ୍ଲା ଜଜ ଭିକ୍ଟୋର ମାରେରୋ ତାଙ୍କ ବିରୋଧରେ ଦଣ୍ଡବିଧାନ କରିବେ। 

Advertisment

ଆମେରିକାର ଆଟର୍ଣ୍ଣି ଜୟ କ୍ଲାୟଟନ କହିଛନ୍ତି ଯେ “ନିଖିଲ ଗୁପ୍ତା ଜଣେ ଆମେରିକା ନାଗରିକଙ୍କୁ ନ୍ୟୁୟର୍କରେ ହତ୍ୟା ଉଦ୍ୟମ କରିଥିଲେ। ସେ ଭାବିଥିଲେ ଯେ ନିଜ ଦେଶ ବାହାରେ ସେ ବେଶ ସହଜରେ ହତ୍ୟାକାଣ୍ଡ ଘଟାଇବେ। କିନ୍ତୁ ସେ ଭୁଲ ଥିଲେ। ଏବେ ସେ ନ୍ୟାୟର ସାମ୍ନା କରିବେ। ଆମେ ସମସ୍ତ ବିଦେଶୀ ତତ୍ତ୍ୱଙ୍କୁ ଆମର ସ୍ପଷ୍ଟ ବାତ୍ତା ହେଲା ଯେ ସେମାନେ ଆମେରିକା ଓ ଆମ ଦେଶର ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ।” 

ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ବିକାଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଗୁପ୍ତା କାମ କରୁଥିଲେ। ଯାଦବ ହେଉଛନ୍ତି ଭାରତ ସରକାରଙ୍କ କର୍ମଚାରୀ। କୋର୍ଟ ଡକ୍ୟୁମେଣ୍ଟରୁ ସ୍ପଷ୍ଟ ହୋଇଛି ଯେ ୨୦୨୩ ମେ’ ମାସରେ ଯାଦବ ହିଁ ଗୁପ୍ତାଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ କହିଥିଲେ।

ହତ୍ୟା ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଅପରାଧୀ ପୃଷ୍ଠଭୂମି ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗୁପ୍ତା ଠିକ କରିଥିଲେ। ଆମେରିକୀୟ ଡଲାର ୧ ଲକ୍ଷ ବଲରେ ଏହି ଡିଲ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଗୁପ୍ତା ଯେଉଁ ବ୍ୟକ୍ତିଙ୍କୁ ଠିକ କରିଥିଲେ ବାସ୍ତବରେ ସେ ଥିଲେ ଡ୍ରଗ ଏନଫୋର୍ସମେଣ୍ଟ ପ୍ରାଧିକରର ଜଣେ ବିଶ୍ୱସ୍ତ ବ୍ୟକ୍ତି। 

ଜୁନ ୨୦୨୩ରେ ଗୁପ୍ତା ଅଣ୍ଡର କଭର ଅଫିସର ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଡଲାର ଘଟଣା ପୂର୍ବରୁ ବହିନା ଆକାରରେ ଦେଇଥିଲେ। ଏହାପରେ ଆମେରିକା ସୁରକ୍ଷା ଏଜେନ୍ସି ହସ୍ତକ୍ଷେପ କରିବାରୁ ହତ୍ୟା ଉଦ୍ୟମର ପର୍ଦ୍ଦାଫାସ ହୋଇଥିଲା। 

Khalistani Terrorist