Advertisment

ଆମେରିକାରେ ଭାରତୀୟ ଦୂତାବାସ ଅଧିକାରୀ ମୃତ, ଏମ୍ବାସି ଭିତରୁ ମିଳିଲା ମୃତଦେହ

ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ କିଛି ସୂଚନା ମିଳିନାହିଁ।

indian embassy official dead

indian embassy official dead

Advertisment

ଆମେରିକାରେ ଭାରତୀୟ ଦୂତାବାସ ପରିସରରେ ଜଣେ ଅଧିକାରୀଙ୍କ ମୃତଦେହ ମିଳିଛି। ରହସ୍ୟମୟ ରୂପେ ଏମ୍ବାସି ଭିତରୁ ଅଧିକାରୀଙ୍କ ମୃତଦେହ ମିଳିବାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏନେଇ ଶୁକ୍ରବାର ସୂଚନା ମିଳିଛି।

Advertisment

ଏହି ଘଟଣା ଦୁଇ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଘଟିଥିଲା। ଏହି ମାମଲାରେ ବର୍ତ୍ତମାନ ଉଭୟ ସ୍ଥାନୀୟ ଆଇନ କର୍ତ୍ତୃପକ୍ଷ ଏବଂ ଗୁଇନ୍ଦା ବିଭାଗ ଅନୁସନ୍ଧାନ ଜାରି ରଖିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦୂତାବାସ ଅଧିକାରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ହୋଇଛି ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।

ଭାରତୀୟ ଦୂତାବାସ ତରଫରୁ ଦିଆଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ' ଅତ୍ୟନ୍ତ ଦୁଃଖର ବିଷୟ। ଭାରତୀୟ ଦୂତାବାସର ଜଣେ ସଦସ୍ୟଙ୍କ ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଭାରତକୁ ତାଙ୍କ ମୃତଦେହ ପଠାଇବା ପାଇଁ ଆମେ ସମସ୍ତ ସଂପୃକ୍ତ ଏଜେନ୍ସି ଏବଂ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛୁ। ପରିବାରର ଗୋପନୀୟତାକୁ ଦୃଷ୍ଟିରେ ରଖି ମୃତକଙ୍କ ବିଷୟରେ ଅତିରିକ୍ତ ସୂଚନା ଦିଆଯାଉ ନାହିଁ। ଏହି ଦୁଃଖ ସମୟରେ ଆମ ପ୍ରାର୍ଥନା ପରିବାର ସହିତ ଅଛି। ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।'

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ଏଭଳି ଏକ ସମସୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଶନିବାର ଦିନ କ୍ୱାଡ ଶିଖର ସମ୍ମିଳନୀରେ ଯୋଗଦେବା ଏବଂ 'ମିଳିତ ଜାତିସଂଘ ସାଧାରଣ ସଭା'ରେ ଭବିଷ୍ୟତର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। 

Indian Embassy Official Dead Indian Embassy In US Indian Embassy In Washington
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe