Advertisment

ହତ୍ୟା ନା ଆତ୍ମହତ୍ୟା: ବଙ୍ଗଳାରୁ ମିଳିଲା ଭାରତୀୟ ବଂଶୋଦ୍ଭବ ପରିବାରର ମୃତଦେହ

ମୃତଦେହ ନିକଟରୁ ଏକ ବନ୍ଧୁକ ମିଳିଛି। ସମସ୍ତଙ୍କୁ ଗୁଳି କରାଯାଇଛି।

author-image
Madhupriya Mistry
Indian-Origin-Couple-Daughter-Found-Dead

Indian-Origin-Couple-Daughter-Found-Dead

ବିଳାଶପୂର୍ଣ୍ଣ ବଙ୍ଗଳା ଭିତରୁ ମିଳିଲା ମୃତଦେହ। ଏକାସଙ୍ଗେ ମୃତ ଅବସ୍ଥାରେ ଉଦ୍ଧାର ହେଲେ ପୂରା ପରିବାର। ଆମେରିକାର ମାସାଚୁସେଟ୍‌ସ୍‌ରେ ଥିବା ଏକ ବିଳାଶପୂର୍ଣ୍ଣ ବଙ୍ଗଳା ଭିତରୁ ଭାରତୀୟ ବଂଶୋଦ୍ଭବ ପରିବାରର ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।

Advertisment

୫୭ ବର୍ଷୀୟ ରାକେଶ କମଲ ତାଙ୍କ ୫୪ ବର୍ଷୀୟ ପତ୍ନୀ ଟିନା ଓ ୧୮ ବର୍ଷୀୟ ଝିଅ ଏରିୟାନାଙ୍କୁ ମୃତ ଅବସ୍ଥାରେ ପ୍ରାୟ ୪୨ କୋଟିର ଏକ ବଙ୍ଗଳା ଭିତରକୁ ଉଦ୍ଧାର କରାଯାଇଛି। ଏନେଇ ନର୍‌ଫୋକ୍‌ ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି ମାଇକେଲ୍‌ ମୋରିସି ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ତାଙ୍କ ଡୋବରୀ ବଙ୍ଗଳାରୁ ଏମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଗୃହ ବିବାଦକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି।

ମୃତଦେହ ନିକଟରୁ ଏକ ବନ୍ଧୁକ ମିଳିଛି। ସମସ୍ତଙ୍କୁ ଗୁଳି କରାଯାଇଛି। ତେବେ ଏହି ବନ୍ଧୁକରୁ ହିଁ ଗୁଳି କରି ଏମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହା ଜଣାପଡି ନାହିଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ସାମ୍ନାକୁ ଆସିବ।

Advertisment

ନର୍‌ଫୋକ୍‌ ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି ମାଇକେଲ୍‌ ମୋରିସି କହିଛନ୍ତି, ଦିନେ ଦୁଇ ଦିନ ହେବ ଏହି ପରିବାର ପାଖରୁ କୌଣସି ଖୋଜଖବର ଆସିନଥିଲା। କି କେହି ଫୋନ୍ ଉଠାଇନଥିଲେ। ଏହାପରେ ସେମାନଙ୍କ ଜଣେ ଆତ୍ମୀୟ ଖବର କ’ଣ ଜାଣିବାକୁ ଆସି ସେମାନଙ୍କୁ ମୃତାବସ୍ଥାରେ ଦେଖିଥିଲେ। ମୋରିସ୍‌ ଏହାକୁ ପାରିବାରିକ ହିଂସା ବା ଗୃହ ବିବାଦର ଭୟଙ୍କର ଦୁଃଖଦ ଘଟଣା ବୋଲି କହିଛନ୍ତି।

ଟିନା ଓ ତାଙ୍କ ସ୍ୱାମୀ ବହୁ ଆଗରୁ ‘ଏଜୁନୋଭା’ ନାମରେ ଏକ ଏଜୁକେସନ୍‌ ସିଷ୍ଟମ୍‌ କମ୍ପାନି ଚଳାଉଥିଲେ ଯାହା ‌ଏବେ ବନ୍ଦ ହୋଇଯାଇଛି। ଅନ୍‌ଲାଇନ୍‌ ରେକର୍ଡରୁ ଏହି ସ୍ୱାମୀ-ସ୍ତ୍ରୀ ଆର୍ଥିକ ସଙ୍କଟରେ ପଡ଼ିଥିଲେ ବୋଲି ଜଣାପଡିଛି।

US Indian America Family Rakesh Kamal