Advertisment

UAEରେ ବିମାନ ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ଯୁବ ଭାରତୀୟ ବଂଶୋଦ୍ଭବ ଡାକ୍ତର

ୟୁଏଇରେ ଜନ୍ମ ହୋଇ ବଡ଼ ହୋଇଥିବା ୨୬ ବର୍ଷୀୟ ମାଜିଦ ପରିବାର ସହ ବିଭିନ୍ନ ସ୍ଥାନ ବୁଲିବା ପାଇଁ ବିମାନକୁ ଭଡ଼ାରେ ଆଣିଥିଲେ।

author-image
Hemant Lenka
Doctor

Doctor

ୟୁଏଇର ରାସ ଅଲ ଖୈମାରେ ଆଜି ଗୋଟିଏ ହାଲୁକା ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ୨୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଡାକ୍ତର।

Advertisment

ଜେନେରାଲ ସିଭିଲ ଆଭିଏସନ ଅଥୋରିଟୀ ପକ୍ଷରୁ କୁହାଯାଇଛି ଯେ ବିମାନ ଦୁର୍ଘଟଣାରେ ଏଥିରେ ଥିବା ଉଭୟ ପାଇଲଟ ଓ କୋ-ପାଇଲଟ ପ୍ରାଣ ହରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସୁଲାୟମାନ ଅଲ ମାଜିସ ବିମାନର କୋ-ପାଇଲଟ ରହିଥିଲେ।

ତାଙ୍କ ସହ ବିମାନରେ ପାକିସ୍ତାନର ଜଣେ ୨୬ ବର୍ଷୀୟ ଯୁବତର ମଧ୍ୟ ରହିଥିଲେ। ସେ ପାଇଲଟ ଓ ମାଜିଦ କୋ-ପାଲଟର ଭାବେ ଯାତ୍ରା କରୁଥିଲେ। କିନ୍ତୁ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି।

Advertisment

ୟୁଏଇରେ ଜନ୍ମ ହୋଇ ବଡ଼ ହୋଇଥିବା ୨୬ ବର୍ଷୀୟ ମାଜିଦ ପରିବାର ସହ ବିଭିନ୍ନ ସ୍ଥାନ ବୁଲିବା ପାଇଁ ବିମାନକୁ ଭଡ଼ାରେ ଆଣିଥିଲେ। ବିମାନକୁ ଦେଖିବା ପାଇଁ ତାଙ୍କ ସାନ ଭାଇ, ବାପା ଓ ମା’ ଆଭିଏସନ କ୍ଲବରେ ଅପେକ୍ଷାରେ ରହିଥିଲେ।

ମାଜିଦଙ୍କ ପରେ ତାଙ୍କ ସାନ ଭାଇ ପରବର୍ତ୍ତୀ ବିମାନରେ ଉଡ଼ାଣ ଭରିବାର ଥିଲା। ହେଲେ ଏହା ପୂର୍ବରୁ ବିମାନ ଦୁର୍ଘଟଣାରେ ସବୁ କିଛି ଛାରଖାର ହୋଇଯାଇଛି।

Plane Crash UAE