Advertisment

ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ଗୋଟିଏ ମାସରେ ଗଲାଣି ୬ ଜଣଙ୍କ ଜୀବନ

ମୃତ ବ୍ୟକ୍ତି ଜଣକ ବିବେକ ଚାନ୍ଦ ତାନେଜା, ସେ ଭର୍ଜିନିଆରେ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Vivek Chander Taneja File Photo

Vivek Chander Taneja File Photo

ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ହତ୍ୟା। କୌଣସି ଏକ କାରଣକୁ ନେଇ ବିବାଦ ଚାଲିଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବିବେକ ଚାନ୍ଦ ତାନେଜା, ସେ ଭର୍ଜିନିଆରେ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିଲେ।

Advertisment

ପୁଲିସର କହିବା ଅନୁସାରେ, ଫେବ୍ରୁଆରୀ 2ରେ ୱାଶିଂଟନର ଏକ ରେସ୍ତୋରାଁ ସମ୍ମୁଖରେ ଏହି ଘଟଣା ଘଟିଥିଲା। କୌଣସି କାରଣକୁ ନେଇ କିଛି ବ୍ୟକ୍ତିଙ୍କ ସହ ବିବେକଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଠେଲା ପେଲା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛି। କିନ୍ତୁ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ପୁଲିସ ହାତରେ ଲାଗିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜନସାଧାରଣଙ୍କ ସହାୟତା ଲୋଡିଛି। ପୁଲିସ କହିଛି ଯେ, କଲମ୍ବିଆରେ ଘଟୁଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରାଇ ଦେବା ପାଇଁ କିମ୍ବା ସେମାନଙ୍କୁ ଦୋଷୀ ସାବ୍ୟସ୍ତରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ 25,000 ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯାଉଛି।

Advertisment

ଏହି ମାମଲା ବିଷୟରେ ସୂଚନା ଥିବା ବ୍ୟକ୍ତିଙ୍କୁ 202-727-9099 ରେ କଲ୍ କରିବାକୁ କୁହାଯାଇଛି। ଏଥିସହ, 50411 କୁ ମେସେଜ୍ ପଠାଇ ମଧ୍ୟ ସୂଚନା ଦେଇପାରିବେ ବୋଲି ପୁଲିସ କହିଛି। 

ପ୍ରକାଶ ଥାଉ କି, ଆମେରିକାରେ ଏହିପରି ଘଟଣା ବାରମ୍ବାର ଘଟୁଛି। ସେଠାରେ ରହୁଥିବା ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଖବର ଲଗାତାର ଭାବେ ସାମ୍ନାକୁ ଆସୁଛି। ଏହି ଗୋଟିଏ ମାସ ମଧ୍ୟରେ ସେଠାରେ ଥିବା ପାଞ୍ଚ ଜଣ ଛାତ୍ରଙ୍କ ମୃତ୍ୟୁ ଘଟି ସାରିଲାଣି। ଏମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଫଳରେ ଆମେରିକାରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Crime US Murder Case Indian Death In US