Advertisment

ଆମେରିକାରେ ନେପାଳ ଛାତ୍ରୀଙ୍କୁ ହତ୍ୟା, ଜଣେ ଭାରତୀୟ ବଂଶୋଦ୍ଭବ ଗିରଫ

ଗିରଫ ଭାରତୀୟ ବଂଶୋଦ୍ଭବ 52 ବର୍ଷୀୟ ବବି ସିଂହ ଶାହ ବୋଲି ଜଣାପଡିଛି।

author-image
Debibandita Barick
Muna Panday & Bobby Singh Shah

Muna Panday & Bobby Singh Shah

ଆମେରିକାରେ ଜଣେ ନେପାଳ ଛାତ୍ରୀଙ୍କୁ ଭାରତୀୟ ବଂଶୋଦ୍ଭବ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲୁଟ୍ ସମୟରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟ ବଂଶୋଦ୍ଭବ 52 ବର୍ଷୀୟ ବବି ସିଂହ ଶାହ ବୋଲି ଜଣାପଡିଛି।

Advertisment

ସୂଚନା ଅନୁସାରେ, ଆମେରିକାର ଏକ ଆପାର୍ଟମେଣ୍ଟରୁ ଜଣେ 21 ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ତିନି ରାଉଣ୍ଡ ଗୁଳି ବାଜିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଛାତ୍ରୀ ଜଣକ ଆମେରିକାର କମ୍ୟୁନିଟି କଲେଜର ପଢୁଥିଲେ। ସେ ନେପାଳ ନାଗରିକ, ତାଙ୍କ ନାଁ ମୁନା ପାଣ୍ଡେ। 

Advertisment

ପୁଲିସ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ବବି ସିଂହ ଶାହ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ପୁଲିସ କହିଛି ଯେ, ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ବବିଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।

Murder Crime News US Murder