Advertisment

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ହତ୍ୟା

ଅରବିନ୍ଦ ଶଶିକୁମାରଙ୍କୁ ୩୮ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Dead

Dead

Advertisment

ଲଣ୍ଡନରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ତାଙ୍କ ନାଁ ଅରବିନ୍ଦ ଶଶିକୁମାର (୩୮)।

Advertisment

ଗତ ଶୁକ୍ରବାର ଏହି ଘଟଣା ଘଟିଛି। ସେଠାକାର ସମୟ ଅନୁସାରେ ଶୁକ୍ରବାର ଦିନ ସାଢ଼େ ଗୋଟାଏ ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ଲଣ୍ଡନର କ୍ୟାମ୍ବରୱେଲର ସାଉଥହାମ୍ପଟନ ମାର୍ଗ ସ୍ଥିତ ଏକ ଘରେ ଅରବିନ୍ଦ ଶଶିକୁମାରଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ଦେହରେ ଛୁରୀର ଆଘାତ ଥିଲା। ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ତାଙ୍କୁ ଛରୀରେ ଆକ୍ରମଣ କରାଯାଇଥିଲା। ଛାତିରେ ଛୁରୀ ଭୁଷି ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। 

ଅରବିନ୍ଦଙ୍କୁ ହତ୍ୟା କରିବା ଅଭିଯୋଗରେ ଶନିବାର ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର କରି ପୁଲିସ୍ ପଚରାଉଚରା କରିବା ପାଇଁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

Advertisment

ଏହି ଘଟଣାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୩ ତାରିଖରେ ଉତ୍ତର ଲଣ୍ଡନର ବେମ୍ବଲୀର ନୀଲ୍‌ଡ କ୍ରିସେଣ୍ଟରେ ଜଣେ ଭାରତୀୟ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ତାଙ୍କ ନାଁ କେ ତେଜସ୍ୱିନୀ (୨୮)। ତାଙ୍କ ଘର ହାଇଦ୍ରାବାଦରେ। ତାଙ୍କୁ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେହିଦିନ ଜଣେ ବ୍ରିଟିଶ-ଭାରତୀୟ ଯୁବତୀ ଗ୍ରେସ ଓ’ମାଲୀ କୁମାର (୧୯)ଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା।

Murder London Knife Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe